ଆରଏସଏସ ମୁଖ୍ୟଙ୍କୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଚିଠି; ବିଜେପି ରାଜନୀତିକୁ ନେଇ କଲେ ୫ ପ୍ରଶ୍ନ

ନୂଆଦିଲ୍ଲୀ: ବିଜେପିରେ ନେତାଙ୍କ ବୟସକୁ ନେଇ ପ୍ରଶ୍ନ ବାଣ ମାରିଲେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ, ଆରଏସଏସ ପ୍ରମୁଖ ମୋହନ ଭଗତଙ୍କୁ ଚିଠି ଲେଖି ପ୍ରଶ୍ନ କରିଛନ୍ତି, ଯେଉଁ ଆଇନ ଆଧାରରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ୭୫ ବର୍ଷ ବୟସରେ ଅବସର ଦିଆଯାଇଛି, ସେହି ଆଇନ କ’ଣ ପିଏମ୍ ମୋଦିଙ୍କ ପାଇଁ ଲାଗୁ ହେବ ନାହିଁ କି ?
କାରଣ ନରେନ୍ଦ୍ର ମୋଦିଙ୍କ ବୟସ ଅଳ୍ପ ଦିନ ଭିତରେ ୭୫ ବର୍ଷ ଛୁଇଁବାକୁ ଯାଉଛି ।
କେଜ୍ରିଓ୍ବାଲ କହିଛନ୍ତି, ୨୦୨୩ ଜୁନ୍ ମାସରେ ନରେନ୍ଦ୍ର ମୋଦି ଜଣେ ନେତାଙ୍କ ଉପରେ ୭୦ ହଜାର ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ଏବଂ କିଛି ଦିନ ପରେ ସେହି ନେତାଙ୍କ ମିଶି ସରକାର ଗଠନ କରିଛନ୍ତି । ଏସବୁ ଦେଖି ଆପଣଙ୍କୁ କଷ୍ଟ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ମୋହନ ଭଗତଙ୍କୁ ପ୍ରଶ୍ନ କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ଏହାଛଡ଼ା ସେ କହିଛନ୍ତି, ମୁଁ ଜଣେ ରାଜନୈତିକ ପାର୍ଟିର ନେତା ହିସାବରେ ଏହି ପ୍ରଶ୍ନ କରୁନାହିଁ ବରଂ ଜଣେ ସାଧାରଣ ନାଗରିକ ଭାବେ ଏହାର ଉତ୍ତର ଆପଣଙ୍କ ଠାରୁ ଚାହୁଛି । ବର୍ତ୍ତମାନ ସମୟରେ ବିଜେପିର କେନ୍ଦ୍ର ସରକାର ଏବଂ ରାଜନୀତିକୁ ନେଇ ଚାଲିଛି ତାହା ଦେଶ ପାଇଁ ହାନିକାରକ । ବୋଲି ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ।




