IBN ଓଡ଼ିଶା ବ୍ୟୁରୋ

ଗୃହର ସମ୍ମୁଖରେ ମନ୍ଦିର ଥିଲେ ଶୁଭ ନା ଘରକୁ ଆସିଥାଏ ସମସ୍ୟା! ଆସନ୍ତୁ ଜାଣନ୍ତୁ…

ବାସ୍ତୁବିଦ୍ୟା ଏକ ପ୍ରାଚୀନ ବିଦ୍ୟା। ବହୁ ପୁରାତନ କାଳରୁ ଏହି ବିଦ୍ୟାକୁ ଅନୁସରଣ କରି ପ୍ରତ୍ୟେକ ଗୃହ ନିର୍ମାଣ କରାଯାଏ। ଗୃହର ପ୍ରବେଶ ଦ୍ୱାର, ଜଳଉତ୍ସ, ଜଳ ଭଣ୍ଡାର, ଶୋଇବା ଗୃହ, ରୋଷେର ଗୃହ, ପାଠଗୃହ ଇତ୍ୟାଦି ଭାରତୀୟ ବାସ୍ତୁଶାସ୍ତ୍ରର ନିତିନିୟମ ଅନୁଯାୟୀ ସ୍ଥିର କରାଯାଏ।

ଭାରତୀୟ ପ୍ରାଚୀନ ମୁନିଋଷିମାନଙ୍କର ଜ୍ଞାନଦ୍ୱାରା ଆଗରୁ ରାଜାମହାରାଜାମାନେ ଏହାକୁ ବ୍ୟବହାର କରୁଥିଲେ। ପରବର୍ତ୍ତୀ ସମୟରେ ମୋଗଲ ଓ ଇଂରେଜ ଶାସନ କାଳରେ ଏହି ବିଦ୍ୟା ବାହାର ରାଷ୍ଟ୍ରକୁ ଚାଲିଗଲା ଏବଂ ସେଠାରେ ଏହାର ବ୍ୟହହାର କରାଗଲା। ଏବେ କିନ୍ତୁ ଭାରତରେ ଏହାର ବ୍ୟବହାର ବଢିବାରେ ଲାଗିଛି।

ତଥାପି ଦୁଃଖର କଥା ଆମେ ବାସ୍ତୁବିଦ୍ୟାରେ ପୁସ୍ତକ ପଢ଼ି ଏହା ବିଷୟରେ ଅବଗତ ହେଉଛୁ କିନ୍ତୁ ସଠିକ୍ ଭାବରେ ଏହାର ପ୍ରୟୋଗ କରିପାରୁ ନାହିଁ କାରଣ ଏହାର ପ୍ରୟୋଗ କେବଳ ଗୃହ ନିର୍ମାଣ କ୍ଷେତ୍ର ଭିତରେ ସିମିତ ନୁହେଁ ବାସ୍ତୁର ପ୍ରଭାବ ଏହାର ପାରିପାର୍ଶ୍ୱିକ ସ୍ଥିତି ଏବଂ ଅବସ୍ଥିତି ଉପରେ ବି ନିର୍ଭର କରିଥାଏ।

ଯେମିତି ନିଜ ଗୃହର ବାହାରେ ଜଳର ସ୍ଥିତି, ବିଭିନ୍ନ ନିର୍ମାଣାଧିନ ଗୃହର ସ୍ଥିତି, ଗୃହ ବାହାରେ ମନ୍ଦିର, ଗିର୍‌ଜା, ସସ୍‌ଜିଦ୍‌, ମଶାଣି ଆଦିର ସ୍ମୃତିକୁ ମଧ୍ୟ ବିଚାର କରାଯାଇଥାଏ। ଯଦି ପାରିପାର୍ଶ୍ୱିକ ସ୍ଥିତିକୁ ବିଚାର ନ କରି ଗୃହ ନିର୍ମାଣ କରାଯାଏ ତେବେ ଏହାର  ଖରାପ ପ୍ରଭାବ ଗୃହବାସୀଙ୍କୁ ଭୋଗିବାକୁ ପଡ଼ିଥାଏ।

ଘର ପାର୍ଶ୍ବରେ ମନ୍ଦିର ଥିଲେ କଣ ହୁଏ?

ବର୍ତ୍ତମାନ ଚାରିଆଡେ ମନ୍ଦିର ନିର୍ମାଣ କରାଯାଉଛି। ପ୍ରତ୍ୟେକ ଛୋଟ ଛୋଟ କଲୋନି ମଧ୍ୟରେ ମଧ୍ୟ ମନ୍ଦିର କରାଯାଉଛି। ଏହି ମନ୍ଦିର ବା ଧାର୍ମିକ ଅନୁଷ୍ଠାନର ଏକ ସ୍ୱତନ୍ତ୍ର ବାସ୍ତୁନିୟମ ମଧ୍ୟ ରହିଛି ଏବଂ ଏହାର ଏକ ଅଦୃଶ୍ୟ ଶକ୍ତିର ପ୍ରଭାବ ମଧ୍ୟ ରହିଛି। ଗୃହର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଧାର୍ମିକ ଅନୁଷ୍ଠାନର ମୁଖ୍ୟ ଦ୍ୱାର ସାମ୍ନାସାମ୍ନୀ ରହିବା ଉଚିତ୍ ନୁହେଁ। ମନ୍ଦିରର ପାଚେରୀ ଓ ଗୃହର ପାଚେରୀ ଗୋଟେ ହେବା ମଧ୍ୟ ଭଲ ନୁହେଁ।

ପ୍ରତିକାର :

ଅନେକ ଲୋକ ଭାବନ୍ତି ମନ୍ଦିର ପାଖରେ ଥିବା ଗୃହ ଶୁଭ କିନ୍ତୁ ବାସ୍ତୁମତରେ ଏହା କ୍ଷତିକାରକ। ଏଣୁ ଯଦି ଏହିପରି ଥାଏ ତେବେ ପ୍ରତିକାର ପାଇଁ ଗୃହର ପାଚେରୀକୁ ମନ୍ଦିରର ପାଚେରୀ ଠାରୁ ବହୁତ ବଡ଼ କରିନିଅନ୍ତୁ। ଗୃହର ମୁଖ୍ୟଦ୍ୱାରରେ ଏକ ପାକୁଆ ଦର୍ପଣ ଲଗେଇ ଦେବା ଭଲ ହେବ। ଗୃହର ମୁଖ୍ୟଦ୍ୱାରରେ ଶ୍ୱସ୍ତିକ ଚିହ୍ନ ଲଗେଇ ଉଚିତ। ଏହି ପ୍ରତିକାର କରିଦେଲେ ପ୍ରାୟ ୩ ମାସ ଭିତରେ ଗୃହରେ ବହୁତ ଅଶୁଭ ଲକ୍ଷଣ ମାନ ନଷ୍ଟ ହୋଇ ଶୁଭଫଳ ମିଳିପାରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button