IBN ଓଡ଼ିଶା ବ୍ୟୁରୋ

ମୁହଁର ଦାଗ ଯେତେ ପୁରୁଣା ହୋଇଥିଲେ ବି ହୋଇଯିବ ପୁରା ଲୋପ, କେବଳ ଏହି ପତ୍ର ସାହାଯ୍ୟରେ…

ସୁନ୍ଦର ଚେହେରା ପାଇବାକୁ ସମସ୍ତେ ଇଛା କରିଥାନ୍ତି। ହେଲେ ଅନେକ ପ୍ରକାର ଦାଗ, ବ୍ରଣ, ଚର୍ମ ରୋଗ, ମୁହଁରେ ଦେଖା ଦେଇଥାଏ। ଯାହା ଦ୍ଵାରା ଚେହେରାର ସୁନ୍ଦରତା ନଷ୍ଟ ହୋଇଥାଏ। ତେବେ ଆଜି କିନ୍ତୁ ଆମେ ଆପଣଙ୍କୁ ଘରୋଇ ଉପଚାର କହୁଛୁ। ଯାହା ନିହାତି ଭାବରେ ଆପଣଙ୍କ ଚେହେରାରେ ବହୁତ ଭଲ ପ୍ରଭାବ ପକାଇବ।

ପ୍ରସ୍ତୁତ ପ୍ରଣାଳୀ :

ତେବେ ଉପଚାର ପାଇଁ ଆପଣଙ୍କୁ ତୁଳସୀ, ଗୋଲାପ ଜଳ, ବେସନ, ହଳଦୀ ଓ ଲେମ୍ବୁର ଆବଶ୍ୟକ। ଆପଣ ପ୍ରଥମେ ଅଳ୍ପ କିଛି ତୁଳସୀ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାପରେ ସେହି ପେଷ୍ଟରେ ଆପଣ ୨ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ତାପରେ ସେଥିରେ ୧ ଚାମଚ ହଳଦୀ ଏବଂ ୧ ଚାମଚ ବେସନ ମିଶାଇ ଦିଅନ୍ତୁ । ତାପରେ ସେଥିରେ ଅଧ ଚାମଚ ଲେମ୍ବୁ ରସ ମିଶାନ୍ତୁ । ସେହି ଫେସପ୍ୟାକକୁ ଆପଣ ମୁହଁକୁ ଲଗାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ । ତାପରେ ଆପଣ ତାଜା ତଥା ସାଧାରଣ ଥଣ୍ଡା ପାଣିରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣଙ୍କୁ ପ୍ରଥମ ଦିନରୁ ହିଁ ଆପଣଙ୍କ ଚେହେରାରେ ବହୁତ ଭଲ ରେଜଲ୍ଟ ଦେଖିବାକୁ ମିଳିବ । ଏହି ଉପଚାରକୁ ଆପଣ ପ୍ରସ୍ତୁତ କରି ୭ ରୁ ୧୦ ଦିନ ଲଗାତାର ଏହାର ବ୍ୟବହାର କରିପାରିବେ।

ଏହାର ଉପକାରୀତା :

ଆପଣ ନିହାତି ଜାଣିଥିବେ ତୁଳସୀ ପତ୍ର ଏକ ଔଷଧୀୟ ପତ୍ର ଅଟେ । ଏହି ତୁଳସୀ ଆମ ସ୍କିନ ତଥା ସଂପୂର୍ଣ୍ଣ ଶରୀର ପାଇଁ ଉପକାରୀ ହୋଇଥାଏ । ଗୋଲାପ ଜଳ ମଧ୍ୟ ଆମ ଚେହେରାରେ ମଏସଚର ବଜାୟ ରଖିବାରେ ବହୁତ ସାହାଜ୍ଯ କରିଥାଏ ।
ବେସନ ମୁହଁରୁ ଧୁଳି, ତେଲିଆ ଅଂଶକୁ କାଢିଥାଏ । ଏହା ସହ ମୁହଁରେ ଗୋରାପଣ ଆଣିବାରେ ସାହାଜ୍ଯ କରିଥାଏ । ଲେମ୍ବୁ ବିଷୟରେ ଆପଣ ଆଗରୁ ମଧ୍ୟ ନିହାତି ଜାଣିଥିବେ । ଲେମ୍ବୁରେ ଥିବା ଉପାଦାନ ଆମ ଚେହେରାରେ ଲାଗି ରହିଥିବା ଅତି ରୁ ଅତି ଜିଦିଆ କଳା ଦାଗକୁ ଚେହେରାରୁ ହଟାଇ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button