IBN ଓଡ଼ିଶା ବ୍ୟୁରୋ

ଚର୍ମ ଏବଂ କେଶ ପାଇଁ ବରଦାନ ଅଟେ ଦେଶୀ ଘିଅ। ଦେଶୀ ଘିଅ ସାମ୍ନାରେ ସମସ୍ତ ବିୟୁଟି କ୍ରିମ୍ ମଧ୍ୟ ହୁଏ ବିଫଳ। ଆସନ୍ତୁ ଜାଣିବା କିପରି…

ସମସ୍ତଙ୍କ ଘରେ ଘିଅ ବ୍ୟବହାର କରାଯାଏ, ଖାଦ୍ୟର ସ୍ୱାଦ ବଢାଇବା ପାଇଁ ହେଉ କିମ୍ବା ପୂଜା ସମୟରେ। ଘିଅ ଅତ୍ୟଧିକ ପୁଷ୍ଟିକର ଏବଂ ଏହାକୁ ଖାଇବା ଦ୍ୱାରା ଶକ୍ତି ବଢ଼ିଥାଏ।

ଘିଅର ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାକୁ ମୁହଁରେ କିମ୍ବା କେଶରେ ଲଗାନ୍ତୁ, ଏହା ଆପଣଙ୍କୁ ପୂର୍ଣ୍ଣ ଲାଭ ଦେବ। ଏହାର ଲାଭ ଜାଣନ୍ତୁ।

କେଶ ଏବଂ ଚର୍ମ ପାଇଁ ଦେଶୀ ଘିଅର ଉପକାର :

  • ଘିଅରେ କ୍ଷତ ଆରୋଗ୍ୟ ଗୁଣ ରହିଛି ବୋଲି କୁହାଯାଏ।ଏକଜେମା ପରି ଚର୍ମ ରୋଗରେ ଏହା ମଲମ ଆକାରରେ ମଧ୍ୟ ବ୍ୟବହୃତ ହୁଏ।
  • ଏହା ଏକ ମଶ୍ଚରାଇଜର ଭଳି କାମ କରେ। ଗାଧୋଇବା ପୂର୍ବରୁ କିମ୍ବା ପରେ ଚର୍ମରେ ଘିଅକୁ ମଶ୍ଚରାଇଜର ଭାବରେ ବ୍ୟବହାର କରନ୍ତୁ। ଏହା ଚର୍ମର ଶୁଷ୍କତାକୁ ଦୂର କରିଥାଏ।
  • ଏକ ଛୋଟ ବୁନ୍ଦା ଘିଅ ନିଅନ୍ତୁ ଏବଂ ଏହାକୁ ଧୀରେ ଧୀରେ ଆଖି ତଳେ ମାଲିସ୍ କରନ୍ତୁ। ଆଖି ତଳ କଳା ଠିକ ହୋଇଥାଏ।
  • ଏହା ଶୁଷ୍କ ଓଠ କୁ ଆରାମ ଦେଇଥାଏ। ପ୍ରତିଦିନ ଘିଅ ଓଠରେ ମସାଜ୍ କରନ୍ତୁ, ଏହାଦ୍ଵାରା ଓଠ ର କଳାକୁ ମଧ୍ୟ ଦୂର କରିଥାଏ।
  • ଘିଅ କୁ କେଶରେ ଲଗାଇବା ଦ୍ବାରା ଏବଂ ମୁଣ୍ଡ ରେ ମାଲିସ କରିବା ଦ୍ୱାରା କେଶ କୋମଳ ଏବଂ ଘନାକାର ହୋଇଥାଏ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button