ସେକ୍ସ କେବଳ ବାସନାର ପୂର୍ଣ୍ଣତା ପାଇଁ ନୁହେଁ, ଏହି ସବୁ କାରଣ ପାଇଁ ବି କରାଯାଏ…
ଆପଣ ଜାଣନ୍ତି ? ସେକ୍ସ ବା କାମକ୍ରୀଡ଼ା କେବଳ ଦୈହିକ ସୁଖ, କାମନାର ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ହୋଇନଥାଏ । ହଁ, ଏମିତି ଅନେକ କାରଣ ରହିଛି ଯେଉଁଥିପାଇଁ ସେକ୍ସ କରିବା ବା ମଜିଯିବା ଉଭୟ ପୁରୁଷ ଓ ସ୍ତ୍ରୀ ପାଇଁ ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା କଣ ସେହି ସବୁ କାରଣ । ଯେଉଁଥି ପାଇଁ ନାରୀଟିଏ ପୁରୁଷ ପ୍ରତି ଏବଂ କାମୁକ ଯୁବକ ଟିଏ ଯୁବତୀ ପ୍ରତି ଆକୃଷ୍ଟ ହୋଇ ପ୍ରେମ ଭିକ୍ଷା କରେ କେବଳ ଯୌନ ତୃପ୍ତିର ଆନନ୍ଦ ନେବାପାଇଁ ।
ସଂସାରରେ ଯେତେ ପ୍ରକାରର ଆମୋଦ ପ୍ରମୋଦ ପାଇଁ କ୍ରୀଡା ରହିଛି ସେ ମଧ୍ୟରୁ ରତିକ୍ରିଡା ହେଉଛି ସର୍ବୋତ୍ତମ । କାମ ଶାସ୍ତ୍ରରେ ମଧ୍ୟ ଏ ସମ୍ପର୍କରେ ତଥ୍ୟ ସହ ଉପସ୍ଥାପନ କରାଯାଇଛି । ଗବେଷଣାରୁ ମଧ୍ୟ ଏହା ପ୍ରମାଣିତ ହୋଇଛି ।
କାମ ଶାସ୍ତ୍ରରେ ଏହା ବି ବର୍ଣ୍ଣନା କରାଯାଇଛି ଯେ, କେଉଁ ଆସନରେ କିଭଳି ସେକ୍ସ କଲେ ଅଧିକ ରୁ ଅଧିକ ସମ୍ଭୋଗ ସୁଖ ମିଳିବ । ତେବେ ସବୁଠାରୁ ବଡ଼ କଥା ହେଉଛି, କେବଳ ଶାରୀରିକ ସୁଖ ପାଇଁ ସେକ୍ସ ଗୁରୁତ୍ବ ବହନ କରିନଥାଏ ଏଥି ପାଇଁ ଅନେକ କାରଣ ମଧ୍ୟ ରହିଛି ।
ଆପଣ ଜାଣନ୍ତି ? ପୁରୁଷ ଓ ମହିଳାଙ୍କ ସେକ୍ସ ପଛରେ ସାମାଜିକ ଓ ଆଧ୍ୟାତ୍ମିକ କାରଣ ରହିଛି । ଆଉ ସେଥି ପାଇଁ ନାରୀ ଓ ପୁରୁଷ ମଧ୍ୟରେ ଶାରୀରିକ ସମ୍ଭନ୍ଧ ନେଇ ଅନେକ କଥା ଓ ଅନେକ କାହାଣୀ ଗ୍ରନ୍ଥରେ ଲେଖାଯାଇଛି ।
ମଣିଷ ଭଳି ପଶୁ ପକ୍ଷୀ ଓ ଜଳଚରଙ୍କ ବି ସେକ୍ସ କରିବାର କ୍ଷମତା ରହିଛି । ମଣିଷ ପାଖରେ ବୁଦ୍ଧି ଅଛି ଯାହା ସେମାନଙ୍କ ପାଖରେ ନାହିଁ । ଆଉ ଏହି କାରଣ ପାଇଁ ନାରୀ ଓ ପୁରୁଷଙ୍କ ସମ୍ଭୋଗ ସମ୍ୟ, କାଳ ପାତ୍ରକୁ ବେଶ୍ ଗୁରୁତ୍ୱ ଦିଆଯାଇଛି ।
ବଡ଼କଥା ହେଲା ଏହି ଆଲେକ୍ଷର ମୂଳ ଉଦ୍ଦେଶ୍ୟ ହେଉଛି ସେକ୍ସ ସମ୍ବନ୍ଧରେ ପ୍ରତିଟି ପୁରୁଷ ଓ ନାରୀ ସବିଶେଷ ତଥ୍ୟ ଜ୍ଞାନ ଆହରଣ କରନ୍ତୁ ଆଉ ସୁସ୍ଥ ଓ ନିରାପଦ ଯୌନ କ୍ରୀଡ଼ାରେ ସାମିଲ ହୋଇ ସୁଖ ପ୍ରାପ୍ତ କରନ୍ତୁ । କାହିଁକି ନା କାମ କଳାର ଅଭାବ ଯୌନ କ୍ରିୟା ବେଳେ ଦେଖାଦେଲେ ଏହା ସମସ୍ୟା ରେ ପରିଣତ ହୁଏ ଯେମିତି ସହବାସ ବେଳେ ଦୁର୍ବଳ ଫିଲ୍ କରିବା, ଲିଙ୍ଗ ଦୁର୍ବଳ ହେବା, ପାର୍ଟନର ଙ୍କୁ ଖୁସି ନ କରିପାରିବ ଇତ୍ୟାଦି । ତେଣୁ ସେକ୍ସ ପୂର୍ବରୁ ସେକ୍ସ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରି କାମରେ ଲଗାନ୍ତୁ ।