ମନୋରଞ୍ଜନ

ଭାରତୀୟ ନାଗରିକତା ପାଇବା ପରେ ରାଜନୀତିରେ ପ୍ରବେଶକୁ ନେଇ ଏଭଳି କଥା କହିଲେ ଅକ୍ଷୟ କୁମାର – Ibnodisha

[ad_1]

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କୁ ପୁଣିଥରେ ଭାରତୀୟ ନାଗରିକତା ମିଳିଛି। ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ଟ୍ୱିଟରରେ ଏହି ଖୁସି ଖବର ସେୟାର କରିଛନ୍ତି। ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଅକ୍ଷୟ କୁମାର ଲେଖିଛନ୍ତି, ‘‘ଏବେ ହୃଦୟ ଏବଂ ନାଗରିକତା ଉଭୟ ଭାରତୀୟ। ଜୟ ହିନ୍ଦ।’’

ତେବେ କାନାଡାର ନାଗରିକତ୍ୱକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା ଅକ୍ଷୟ ୨୦୧୯ ମସିହାରେ ନିଜେ ଭାରତୀୟ ନାଗରିକତ୍ୱ ପାଇବାକୁ ଆବେଦନ କରିଥିଲେ। ବହୁବର୍ଷ ଅପେକ୍ଷା କରିବା ପରେ ଯାଇ ତାଙ୍କୁ ଏହି ନାଗରିକତ୍ବ ମିଳିଥିବାରୁ ଅକ୍ଷୟ ବହୁତ ଖୁସି ଅଛନ୍ତି ଆଉ କହିଛନ୍ତି, ‘ଲୋକେ ମୋତେ  ‘କାନାଡା କୁମାର’ ବୋଲି ଯେତେବେଳେ କୁହନ୍ତି ବହୁତ ଖରାପ ଲାଗେ। ତେଣୁ ଲୋକଙ୍କୁ ଅନୁରୋଧ ଏପରି ମୋତେ ଡାକନ୍ତୁ ନାହିଁ।’

ତେବେ ଅକ୍ଷୟ ଭାରତୀୟ ନାଗରିକତା ପାଇବା ପରେ ପ୍ରଶ୍ନ ଉଠୁଛି କି, ଆଗମୀ ଦିନରେ ଅଭିନେତା ରାଜନୀତିରେ ପ୍ରବେଶ କରିବେ କି? ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ କି?

ଏସବୁ ପ୍ରଶ୍ନର ଉତ୍ତର ଦେଇ ଅକ୍ଷୟ କହିଛନ୍ତି, ‘ମୋତେ ରାଜନୀତିକୁ ଆସିବାର କୌଣସି ଇଚ୍ଛା ନାହିଁ। ମୁଁ ସବୁବେଳେ ଭଲ ସିନେମା କରିବାକୁ ଦୃଷ୍ଟିରେ ରଖିଥାଏ। ଦର୍ଶକଙ୍କ ମନୋରଞ୍ଜନ କରିବା ମୋର ପ୍ରଥମ ଧର୍ମ। ତା’ପ‌ରେ ଯାଇ ଅନ୍ୟ କଥା। ତେବେ ଯଦି ଏମିତି କିଛି ପରିସ୍ଥିତି ଆସେ କି କୌଣସି ସ୍ଥାନରେ ସାହାଯ୍ୟ ଆବଶ୍ୟକ ମୁଁ ଯାଇ ନପାରିଲେ ଟଙ୍କା ପଠାଇ ଦେଇଥାଏ। କିନ୍ତୁ ରାଜନୀତିରେ ପ୍ରବେଶ କରିବି ନାହିଁ। ସିନେମାରେ କାମ କରି ମୁଁ ଖୁସି ଅଛି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button