ମନୋରଞ୍ଜନ

ସ୍ବାଧୀନତା ଦିବସ ଅବସରରେ ଏଭଳି ପୋଷାକ ପିନ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଉର୍ଫି – Ibnodisha

[ad_1]

ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିଲେ ବି ଉର୍ଫି କାହା କଥା ନଶୁଣି ଭିନ୍ନ ଭିନ୍ନ ପୋଷାକ ପିନ୍ଧିବା ଜାରି ରଖିଛନ୍ତି।

‌ଏବେ ସ୍ବାଧୀନତା ଦିବସ ଅବସରରେ ଉର୍ଫି କିଛି ଏଭଳି ପୋଷାକ ପିନ୍ଧିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଉର୍ଫି ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ସାଲାୱାର କମିଜ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ସବୁବେଳେ ଅଜବ ପୋଷାକ ଡିଜାଇନ କରି ପିନ୍ଧୁଥିବା ଉର୍ଫିଙ୍କୁ ଏଭଳି ପୋଷାକରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

କିଛି ଦିନ ତଳେ ଉର୍ଫି ଅଜବ ପୋଷାକ ପିନ୍ଧିବା ପଛର କାରଣ ଜଣାଇଥିଲେ। ସେ କହିଥିଲେ, ‘ମୁଁ ଆମ ୭ଜଣଆ ପରିବାରକୁ ଚଳାଏ। ବିଗ୍ ବସରୁ ଆସିବା ପରେ କ’ଣ କରିବି? କିପରି ମୋ ଘରର ଯତ୍ନ ନେବି? ବର୍ତ୍ତମାନ ମୋତେ କେହି କାମ ଦେବେ ନାହିଁ ବୋଲି ଭାବିଥିଲି। ହେଲେ ଧୀରେ ଧୀରେ ଏହା ହୃଦୟଙ୍ଗମ ହେଲା ଯେ ମୋ ପୋଷାକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହା ଜାଣିବା ପରେ ମୁଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ କରି ପିନ୍ଧିବା ଆରମ୍ଭ କଲି। ଲୋକେ ମୋତେ ଏଥିପାଇଁ ଟ୍ରୋଲ କରୁଥିଲେ ବି ମୁଁ ଏଭଳି କରି ମୋ ଘର ଚଳାଇ ପାରୁଛି ଓ ସେମାନଙ୍କୁ ଖାଇବାକୁ ଦେଇପାରୁଛି। ଏହା ମୋ ପାଇଁ ବଡ଼ କଥା।”



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button