IBN ଓଡ଼ିଶା ବ୍ୟୁରୋ

ଚାଣକ୍ୟ ନୀତି : ଏପରି ବ୍ୟକ୍ତି କେବେ ହାରି ନ ଥାଏ , ଆଜି ହିଁ ଜାଣି ନିଅନ୍ତୁ

ବହୁ ବର୍ଷ ବିତିଗଲା ପରେ ଆଜି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ନୀତି ଓ ସିଦ୍ଧାନ୍ତ ଗୁଡିକ ପ୍ରାସଙ୍ଗିକ ଅଟେ। ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ଯଦି କେହି ଆପଣଙ୍କର କେହି ଭଲ କାମ ଉପରେ ସନ୍ଦେହ କରୁଛନ୍ତି ତାଙ୍କୁ କରିବାକୁ ଦିଅନ୍ତୁ। କାହିଁକିନା ସନ୍ଦେହ ସବୁବେଳେ ସୁନାର ଶୁଦ୍ଧତା ଉପରେ କରାଯାଇଥାଏ। କୋଇଲାର କଳା ଉପରେ ନୁହେଁ।ନିଜର କର୍ମ ଉପରେ ବିଶ୍ୱାସ ରଖନ୍ତୁ। ରାଶି ଉପରେ ନୁହେଁ। ରାଶି ତ ରାମ ଓ ରାବଣର ଏକା ଥିଲା କିନ୍ତୁ ଭାଗ୍ୟ ତାଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ଦେଉଥିଲା। ଲୋକ କହିଥାନ୍ତି ଭାଗ୍ୟ ପ୍ରଥମରୁ ହିଁ ଲେଖା ଯାଇଅଛି। ତ କର୍ମ କଲେ କଣ ମିଳିବ। କିନ୍ତୁ ଆମେ କହୁଅଛୁ କଣ ଜଣା ଅଛି। ଭାଗ୍ୟରେ ଏହା ଲେଖାଅଛି ଯେ କର୍ମ କଲେ ହିଁ ଫଳ ମିଳିବ। ଯେପରି ଗୋଟିଏ ଶୁଖିଲା ଗଛକୁ ଯଦି ନିଆଁ ଲଗାଇ ଦିଆଯାଏ ତ ସେ ପୁରା ଜଙ୍ଗଲକୁ ଜାଳି ଦେଇଥାଏ। ଠିକ ସେହିପରି ଗୋଟିଏ ପାପୀ ପୁତ୍ର ପୁରା ପରିବାରକୁ ବି ବର୍ବାଦ କରିଦେଇଥାଏ। ଗୋଟିଏ ବହୁତ ସୁନ୍ଦର କଥା ଅଛି କି ଫୁଲର ବାସ୍ନା କେବଳ ବାୟୁରେ ଦିଗରେ ବହିଥାଏ। ଜଣେ ବ୍ୟକ୍ତିର ଭଲ ଗୁଣ ଅନେକ ଦିଗକୁ ବହି ଚାଲିଥାଏ। ସାପର ଫଣା ମାଛିର ମୁଖ ଓ ବିଛାର ଡ଼ଙ୍କରେ ବିଷ ହୋଇଥାଏ। କିନ୍ତୁ ଦୁଷ୍ଟ ବ୍ୟକ୍ତି ସମ୍ପୂର୍ଣ ବିଷରେ ପୁର୍ଣ ହୋଇଥାଏ। ପ୍ରତ୍ୟକ ମିତ୍ରତାର ପଛରେ କୌଣସି ନାଁ କୌଣସି ସ୍ୱାର୍ଥ ରହିଥାଏ। ଏପରି କୌଣସି ମିତ୍ରତା ନାହିଁ ଯେଉଁଠି ସ୍ୱାର୍ଥ ନାହିଁ। ଏହା କଠିନ ସତ୍ୟ ଅଟେ। ଅପମାନିତ ହୋଇକରି ବଞ୍ଚିବା ଠାରୁ ବରଂ ମରିଯିବା।

କାହିଁକିନା ମୃ-ତ୍ୟୁ କେବଳ ଗୋଟେ କ୍ଷଣରେ ଦୁଃଖ ଦେଇଥାଏ। କିନ୍ତୁ ଅପମାନ ପ୍ରତ୍ୟକ ଦିନ ଜୀବନରେ ଦୁଃଖ ଆଣିଥାଏ। ଯାହାର ଜ୍ଞାନ କେବଳ ପୁସ୍ତକ ମଧ୍ୟରେ ସୀମିତ ଅଟେ। ଏବଂ ଯାହାର ଧନ ଅନ୍ୟର ଆୟତରେ ଅଛି।ତାର ଦରକାର ପଡ଼ିଲେ ନିଜର ଜ୍ଞାନକୁ ବ୍ୟବହାର କରି ପାରିନଥାଏ ନାଁ ନିଜର ଧନକୁ ବ୍ୟବହାର କରିପାରିଥାଏ।ଯଦି ରାଜାର ଶକ୍ତି ତାର ଶକ୍ତିଶାଳୀ ବାହୁରେ ହୋଇଥାଏ ଓ ଜଣେ ବ୍ରାହ୍ମଣର ଶକ୍ତି ତାର ଆଧ୍ୟତ୍ମିକ ଜ୍ଞାନରେ ହୋଇଥାଏ। ସେପରି ଜଣେ ନାରୀର ଶକ୍ତି ତାର ବହୁତ ସୁନ୍ଦର ଯୌବନ ମଧ୍ୟ ପାଣିରେ ହୋଇଥାଏ। ଯେବେ କାର୍ଯ୍ୟ ଭାର ଅଧିକ ଅଟେ ତେବେ ସେହି କାର୍ଯ୍ୟକୁ ପ୍ରଥମେ କରନ୍ତୁ ଯେଉଁଠାରୁ ଅଧିକ ଫଳ ପ୍ରାପ୍ତ ହୋଇଥାଏ। ଯିଏ ତୁମର କଥାକୁ ଶୁଣିକରି ମଧ୍ୟ ଏପଟ ସେପଟ ଦେଖୁଥାଏ ସେହି ମଣିଷକୁ କେବେ ବିଶ୍ୱାସ କରନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଶାରୀରିକ ଶକ୍ତି ଦୁର୍ବଳ କିନ୍ତୁ ମନର ଶକ୍ତିରେ ଶକ୍ତିଶାଳୀ ଅଟେ ତାକୁ ଦୁନିଆର କୌଣସି ବି ଶକ୍ତି ହରାଇ ପାରିବ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button