IBN ଓଡ଼ିଶା ବ୍ୟୁରୋ

ଏହି ୫ଟି କାମ ଭୁଲରେ ବି ଏକୁଟିଆ କରନ୍ତୁ ନାହିଁ, ଆପଣଙ୍କର ବଡ଼ କ୍ଷତି ହୋଇପାରେ

ବନ୍ଧୁଗଣ ସବୁବେଳେ କୁହାଯାଏ କି ନିଜ କାମ ନିଜେ କରିବା ହିଁ ଉଚିତ। କିନ୍ତୁ ଏମିତି କିଛି କାମ ଅଛି ଯାହାକୁ ଏକାକୀ କରିବା ଉଚିତ ନୁହେଁ। ଏହା ଦ୍ୱାରା ଆମର ଅନେକ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିନେବା ସେହିସବୁ କାମ ଗୁଡିକ ବିଷୟରେ।

ଯେମିତିକି ଯଦି କୌଣସି ପରିବାରରେ ଆମେ ରହୁଥିଲେ ଅନ୍ୟ ମାନଙ୍କର ଦୁଃଖିରେ ଦୁଃଖୀ ନହୋଇ ନିଜେ ଖୁସି ମନେଇବା କିମ୍ବା ଏକାକୀ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଭଲ ନୁହେଁ। ଏହା ଅନ୍ୟ ସଦସ୍ୟଙ୍କ ନିକଟରେ ଆମେ ମାନେ ଛୋଟ ହୋଇଯାଇଥାଉ। ଏବଂ ଏମିତି ବ୍ୟକ୍ତିମାନଙ୍କର ଖୁସିର ଦିନ ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ। ଏଣୁ ସୁଖ ହେଉ କିମ୍ବା ଦୁଃଖ ସବୁ ସମୟରେ ନିଜ ପରିବାର ସହିତ ରହିବା ଆବଶ୍ୟକ।

ସେହିପରି ଯଦି ଆପଣ କୌଣସି ଜାଗାରେ ୫ ରୁ ୧୦ ଜଣଙ୍କ ମଧ୍ୟରେ ଖାଦ୍ୟ ଖାଇବାକୁ ବସିଛନ୍ତି ତେବେ ସମସ୍ତେ ନଉଠିବା ପର୍ଯ୍ୟନ୍ତ ଏକା ଉଠନ୍ତୁ ନାହିଁ। ଏହା ଦ୍ୱାରା ଅନ୍ୟ ମାନେ ଖରାପ ଭାବିଥାନ୍ତି। ଏବଂ ଅନ୍ୟ ମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିଥାଏ କି ଆପଣଙ୍କୁ ସଂସ୍କାର ଜଣା ନାହିଁ।

Google

ସେହିପରି ଯଦି କୌଣସି ଅଜଣା ଜାଗା ବିଷୟରେ ଆପଣଙ୍କୁ ଜଣା ନାହିଁ ତେବେ ସେହି ଜାଗାକୁ ଏକାକୀ ନଯିବା ହିଁ ଉଚିତ। କାରଣ ଏହା ଦ୍ୱାରା ଆପଣଙ୍କ ସମୟ ନଷ୍ଟ ହେବା ସହିତ ଆପଣ ଅସୁବିଧାରେ ପଡି ପାରନ୍ତି। ତେବେ କୌଣସି ଅଜଣା ଜାଗାକୁ ଯିବା ପୂର୍ବରୁ ସେହି ଜାଗା ବିଷୟରେ ଭଲ ଭାବରେ ଜାଣିବାକୁ ଚେଷ୍ଟା କରନ୍ତୁ।

ଯେଉଁ ଜାଗାରେ ବହୁତ ଗୁଡିଏ ନାରୀ ରହିଥାନ୍ତି ସେମାନଙ୍କ ପାଖକୁ ଏକାକୀ ନଯିବା ହିଁ ଉଚିତ ହେବ। ଏହା ଛଡା ଯେଉଁ ଘରେ ବଢ଼ିଲା ଝିଅ ରହିଥାଏ ସେହି ଘରକୁ ମଧ୍ୟ ଏକାକୀ କୌଣସି ପୁରୁଷ ବ୍ୟକ୍ତି ଯିବା ଉଚିତ ନୁହେଁ। ଏହା ଦ୍ୱାରା ଉଭୟଙ୍କ ଉପରେ ଲୋକମାନଙ୍କର ଖରାପ ଭାବନା ଆସିପାରେ।

ଏକାକୀ କୌଣସି ଯୁବତୀ କିମ୍ବା ପର ସ୍ତ୍ରୀ ସହିତ କଥା ହେବା ଉଚିତ ନୁହେଁ। ଏହା ଦ୍ୱାରା ସମାଜର ଲୋଲୁପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ। ଏବଂ ଆପଣ ମାନଙ୍କର ମାନ ସମ୍ମାନ ହାନି ହୋଇଥାଏ।

ତେଣୁ ବନ୍ଧୁଗଣ ଏହି ୫ ଟି କାମ କେବେହେଲେ ଏକୁଟିଆ କରନ୍ତୁ ନାହିଁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

Related Articles

Leave a Reply

Your email address will not be published. Required fields are marked *

Back to top button