IBN ଓଡ଼ିଶା ବ୍ୟୁରୋ

ସିନ୍ଦୁରରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ! ମାତା ପାର୍ବତୀ ଦେବେ ବରଦାନ ।

ସିନ୍ଦୁର ଜଣେ ବିବାହିତ ସ୍ତ୍ରୀ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିବାହ ସମୟରେ ସ୍ୱାମୀ ସ୍ତ୍ରୀର ମଥାରେ ସିନ୍ଦୁର ଭରିଥାଏ । ତେବେ ଏହି ସିନ୍ଦୁର କେବଳ ତାର ସୁହାଗ ନୁହେଁ ବରଂ ସ୍ୱାମୀକୁ ସବୁ ସମସ୍ୟାରୁ ମୁକ୍ତ କରିଥାଏ । ନାଲି ସିନ୍ଦୁରର ଅର୍ଥ ଶକ୍ତି ହୋଇଥାଏ । ଯେଉଁ ସ୍ତ୍ରୀ ମଥାରେ ସିନ୍ଦୁର ଭରିଥାଏ , ତାକୁ ମାତା ପାର୍ବତୀ ବରଦାନ ଦେଇଥାନ୍ତି । ସିନ୍ଦୁର ମହତ୍ତ୍ୱପୂର୍ଣ୍ଣ ହେବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ଏହାକୁ ସାଧରଣତଃ ହଳଦୀ , ପାରଦ ଏବଂ ଚୁନାରୀ ତିଆରି କରାଯାଇଥାଏ । ଯାହାକୁ ମହିଳା ମଥାରେ ଲଗାଇଲେ ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ । ଏହାବ୍ୟତୀତ ମାନସିକ ଚିନ୍ତା ମଧ୍ୟ ଦୂରେଇ ଯାଏ । ଏହା ଯେ କେବଳ ମହିଳାଙ୍କ ସୌନ୍ଦର୍ଯ୍ୟ ବର୍ଦ୍ଧକ ତାହା ନୁହେଁ , ବରଂ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । କାରଣ ସିନ୍ଦୁରରେ ଥିବା ପାରା ମହିଳାଙ୍କ ସିଂଥୀ ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ସେଠାରେ ଲାଗିବା ଦ୍ୱାରା ମସ୍ତିଷ୍କ ସର୍ବଦା ଥଣ୍ଡା ରହିଥାଏ ।

ସିନ୍ଦୁର ଲଗାଇବା ଦ୍ୱାରା ମହିଳାଙ୍କ ମୂଖର ଜ୍ୟୋତି ଏବଂ ପ୍ରଭାବ ବଢ଼ିଯାଏ । ଶାସ୍ତ୍ରରେ ସିନ୍ଦୁର ଲଗାଇବାର କିଛି ବିଶେଷ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଠିକ ଭାବରେ ପାଳନ ନକଲେ ସ୍ୱାମୀର ଜୀବନ ଉପରେ ବିପଦ ଆସିବା ସହିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ପରିବାରରେ ସମସ୍ୟା ଏବଂ ଧନ ହାନୀ ମଧ୍ୟ ହୋଇଥାଏ । ତେଣୁ ସେହିସବୁ ନିୟମକୁ ଭଲ ଭାବରେ ମାନିବା ଉଚିତ ।

ଆଜିକାଲି ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ ଭାବନ୍ତି ଯେ ବୈବାହିକ ଜୀବନରେ ପ୍ରେମ ସମ୍ବନ୍ଧକୁ ଗମ୍ଭୀର କରିବା ପାଇଁ ସିନ୍ଦୁର ଲଗାଇବା ଜରୁରୀ ନୁହେଁ । କିନ୍ତୁ କହିରଖିବୁ ଯେ ସବୁ ବିବାହିତ ମହିଳା ନିଶ୍ଚିତ ଭାବରେ ସିନ୍ଦୁର ଲଗାଇବା ଉଚିତ । ନଚେତ କୌଣସି ଧାର୍ମିକ କାର୍ଯ୍ୟ , ପୂଜା ପଦ୍ଧତିରେ , ସାବିତ୍ରୀ ବ୍ରତ , ତିଜରେ ସିନ୍ଦୁର ନିଶ୍ଚୟ ଲଗାନ୍ତୁ । ବିବାହିତା ମହିଳା ବିନା ସ୍ନାନରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ସ୍ନାନ ପରେ ହିଁ ସିନ୍ଦୁର ଲଗାଇବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button