IBN ଓଡ଼ିଶା ବ୍ୟୁରୋ

ଏହି 12 ଅଭ୍ୟାସ ଯାହା କୌଣସି ବି ବ୍ୟକ୍ତି କୁ ସଫଳ ବନେଇ ଦେଇ ପାରେ |

ଏହି ଦୁନିଆର ପ୍ରତ୍ୟେକ ବ୍ୟକ୍ତି ସଫଳ ହେବାକୁ ଚାହାଁନ୍ତି | ପ୍ରତ୍ୟେକ ଲୋକ ଭାବିଥାନ୍ତି କି ମୁଁ ବି ସଫଳ ବ୍ୟକ୍ତିଟିଏ ହୋଇଥାନ୍ତି, ଯାହାକୁ ଏହି ସାରା ଦୁନିଆ ମନେ ରଖିବ | ଯାହାକୁ ସମସ୍ତେ ପସନ୍ଦ କରିବେ ସମସ୍ତେ ଚାହିଁଥାନ୍ତି କି ତାଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳୁ | ତେବେ କିଛି ଲୋକ ସଫଳତା ପାଇବା ପାଇଁ ଦିନ ରାତି କଠିନ ପରିଶ୍ରମ କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଯାଇଥାନ୍ତି | କିନ୍ତୁ ସେଥି ମଧ୍ୟରୁ କିଛି ଲୋକ ସଫଳ ହୋଇପାରନ୍ତି ନାହିଁ | ତେବେ ଆଜି ଆମେ ଆପଣଙ୍କୁ ସଫଳ ଲୋକଙ୍କ ଏହିପରି କିଛି ଅଭ୍ୟାସ ବିଷୟରେ କହିବୁ ଯାହାକୁ ଫୋଲୋ କରିବା ଦ୍ୱାରା ଆପଣ ମଧ୍ୟ ସଫଳ ହୋଇପାରିବେ | କାରଣ ସଫଳ ଏବଂ ଅସଫଳ ଲୋକ ଙ୍କ ମଧ୍ୟ ରେ ଗୋଟିଏ ଜିନିଷ ର ଫରକ ଥାଏ ତେବେ ତାହା ହେଉଛି ଅଭ୍ୟାସ | ତେବେ ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ କଣ କଣ ଯାହା ସଫଳ ଲୋକ କରିଥାନ୍ତି –

1.ପ୍ରଥମ ଅଭ୍ୟାସ ସଫଳ ଲୋକ ସମୟର ସଠିକ ଉପଯୋଗ କରିଥାନ୍ତି, ସେ ତାଙ୍କର ସମସ୍ତ ସମୟ ଭାବି ଚିନ୍ତି ସଠିକ ସ୍ଥାନରେ ଖର୍ଚ କରିଥାନ୍ତି | ସକାଳୁ ଶୀଘ୍ର ଉଠିଥାନ୍ତି, ସେମାନେ ସର୍ବଦା ଏହା ହିଁ ଭାବିଥାନ୍ତି କି ସମୟ ର କିପରି ସମ୍ପୂର୍ଣ୍ଣ ବ୍ୟବହାର କରିପାରିବେ | ସେମାନେ ତାଙ୍କ ସମୟ କୁ ଖରାପ କରିନଥାନ୍ତି କାରଣ ତାଙ୍କୁ ସମୟର ମୂଲ୍ୟ ଜଣାଅଛି |

2.ଦ୍ୱିତୀୟ ଅଭ୍ୟାସ ସଫଳ ଲୋକ ନିଜକୁ ସର୍ବଦା ମଜବୁତ ଏବଂ ଉନ୍ନତ ଭାବିଥାନ୍ତି | ସେମାନେ ସେହି କାର୍ଯ୍ୟ କୁ ବି କରିଥାନ୍ତି ଯାହା ତାଙ୍କ ସାମର୍ଥ୍ୟ ବାହାରେ ରହିଥାଏ | ସେ କେବେ ବି ନିଜକୁ ଦୁର୍ବଳ ଭାବିନଥାନ୍ତି | ସେ ଅସଫଳ ହେବାକୁ କେବେ ବି ଡରି ନଥାନ୍ତି |

3.ତୃତୀୟ ଅଭ୍ୟାସ ସଫଳ ଲୋକ ପ୍ରଥମେ ଶୁଣିଥାନ୍ତି ଏବଂ ପରେ କହିଥାନ୍ତି | ସଫଳ ଲୋକ ପ୍ରଥମ ଅନ୍ୟଙ୍କ କଥାକୁ ବୁଝିଥାନ୍ତି,ଏବଂ ସେମାନେ ସେପର୍ଯ୍ୟନ୍ତ ନିଜ କଥା ଆରମ୍ଭ କରିନଥାନ୍ତି ଯେପର୍ଯ୍ୟନ୍ତ ସାମ୍ନା ଲୋକର କଥା ନସରେ | ସଫଳ ଲୋକ କାର୍ଯ୍ୟ ଆରମ୍ଭ କରିବାକୁ ଶୁଭ ସମୟ କୁ ଅପେକ୍ଷା କରନ୍ତି ନାହିଁ |

4.ଚତୁର୍ଥ ଅଭ୍ୟାସ ସଫଳ ଲୋକ ଅନ୍ୟଙ୍କ ସର୍ବଦା ପ୍ରଶଂସା କରିଥାନ୍ତି | ସେ ଅନ୍ୟଙ୍କ ସଫଳତା କୁ ଦେଖି ଦୁଃଖ କରନ୍ତି ନାହିଁ | ସେ ତାଙ୍କୁ ଆହୁରି ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଇଥାନ୍ତି |

5.ପଞ୍ଚମ ଅଭ୍ୟାସ ସଫଳ ବ୍ୟକ୍ତି ସର୍ବଦା ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠି ଥାଆନ୍ତି। ତେଣୁ ଆପଣ ବି ଚେଷ୍ଟା କରନ୍ତୁ ସର୍ବଦା ସୁର୍ଯୋଦୟ ପୂର୍ବରୁ ଉଠିବାକୁ ଏବଂ ରାତ୍ରୀରେ ଶିଘ୍ର ଶୋଇବାକୁ। ଏହା ଆପଣଙ୍କୁ ସଫଳତା ହାସଲ କରିବାରେ ନିହାତି ସାହାଯ୍ୟ କରିଥାଏ।

6.ଷଷ୍ଠ ଅଭ୍ୟାସ ଅନାବଶ୍ୟକ ଜିନିଷ କିଣିବା, ଗରିବ ଲୋକ ମାନେ ସର୍ବଦା ଅନାବଶ୍ୟକ ଜିନିଷ କିଣି ସେଥିରେ ପଇସା ବର୍ବାଦ୍ କରିଥାନ୍ତି। କାରଣ ସେହି ସବୁ ଜିନିଷ କେବଳ ଦେଖେଇବା ପାଇଁ ହୋଇଥାଏ ,ହେଲେ ସେହି ସବୁ ଜିନିଷ ର କୌଣସି ବି ଆବଶ୍ୟକତା ନଥାଏ। ଠିକ୍ ସେହି ପରି ଦେଖିବାକୁ ଗଲେ ଧନୀ ବ୍ୟକ୍ତି ମାନେ ଏପରି ଅନାବଶ୍ୟକ ଜିନିଷ କିଣି ନିଜର ପଇସା ବର୍ବାଦ କରନ୍ତି ନାହିଁ, ସେମାନେ କେବଳ ନିଜର ଅତ୍ୟାବଶ୍ୟକ ଜିନିଷ କୁ କିଣି ଥାଆନ୍ତି।

7. ସପ୍ତମ ଅଭ୍ୟାସ ନିନ୍ଦା କରିବା, କିଛି ବ୍ୟକ୍ତି ନିଜର ଭୁଲ୍ କୁ ମାନନ୍ତି ନାହିଁ, କିନ୍ତୁ ସଫଳ ବ୍ୟକ୍ତି ସର୍ବଦା ନିଜର ଭୁଲ୍ କୁ ମାନି ଭୁଲ୍ କୁ ସୁଧାରିବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ କୌଣସି ବ୍ୟକ୍ତି ଙ୍କୁ ନିନ୍ଦା କରିବା ଅନୁଚିତ୍, ସର୍ବଦା ନିଜର ଭୁଲ୍ କୁ ସ୍ବୀକାର କରି ନିଜ ଭୁଲ୍ କୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଫଳରେ ଆପଣ ସଫଳତା ହାସଲ କରି ପାରିବେ।

8. ଅଷ୍ଟମ ଅଭ୍ୟାସ ଅର୍ଥ ସଞ୍ଚୟ ନ କରିବା, ଗରିବ ବ୍ୟକ୍ତି ମାନେ ସର୍ବଦା ଯେତିକି ଅର୍ଥ ରୋଜଗାର କରନ୍ତି ତାହା ଖର୍ଚ୍ଚ କରି ସାରି ଦିଅନ୍ତି, ଏହା ଦ୍ୱାରା ସେମାନେ ଅଧିକ ଗରିବତ୍ୱ ର ଶିକାର ହୋଇଥାନ୍ତି, କିନ୍ତୁ ସଫଳ ବ୍ୟକ୍ତି ମାନେ ସର୍ବଦା ଅର୍ଥ ସଞ୍ଚୟ କରିଥାନ୍ତି ଓ ଆବଶ୍ୟକ ପଡ଼ିବା ସମୟରେ ତାହାର ଉପଯୋଗ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button