IBN ଓଡ଼ିଶା ବ୍ୟୁରୋ

ଘରେ ଏହି ସ୍ଥାନରେ ରଖନ୍ତୁ ଟିଭି, ନଚେତ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଏବେକାର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଅତ୍ୟନ୍ତ ଗୁରୁତ୍ବ ଦିଆଯାଇଛି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପ୍ରତ୍ୟେକ ଜିନିଷ ସଠିକ ସ୍ଥାନ ବା ଦିଗରେ ରହିବା ଉଚିତ। ନଚେତ ପରିବାର ଲୋକଙ୍କୁ ଅନେକ ସଂକଟର ମୁକାବିଲା କରିବାକୁ ପଡିପାରେ। ଏହାସହିତ ଘରେ ଆର୍ଥିକ ଅଭାବ ମଧ୍ୟ ଦେଖା ଦେଇଥାଏ। ସେହିପରି ଘରେ ଟିଭି ମଧ୍ୟ ସଠିକ ସ୍ଥାନରେ ରହିବା ଆବଶ୍ୟକ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଦକ୍ଷିଣ ଦିଗ ଆଡ଼କୁ ରହିବା ଉଚିତ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଟିଭି ରଖିବାର ଏକ ନିର୍ଦ୍ଧିଷ୍ଟ ଦିଗ ରହିଛି। ତେବେ ଟିଭି ଦେଖୁଥିବା ଲୋକର ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିବା ଆବଶ୍ୟକ, ସେହିଭଳି ଭାବରେ ଟିଭି ରଖନ୍ତୁ। ଏଭଳି କରିବା ଦ୍ଵାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କର ଘରକୁ ପ୍ରବେଶ ହୋଇଥାଏ।

ଏହି ଦିଗରେ ରଖନ୍ତୁ ଟିଭି :-

ବାସ୍ତୁ ଶାସ୍ତ୍ର ଅନୁସାରେ ଟିଭି ରଖିବାର ସଠିକ ଦିଗ ହେଉଛି ଦକ୍ଷିଣ ପୂର୍ବ ଦିଗ। ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିଗରେ ଟିଭି ରଖିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ।

ଶୋଇବା କୋଠରୀରେ ଲଗାନ୍ତୁ ନାହିଁ ଟିଭି :-

କେବେବି ଶୋଇବା କୋଠରୀରେ ଟିଭି ଲଗାଇବା ଉଚିତ ନୁହେଁ। କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ମାନା ଯାଇଛି। ଶୋଇବା ରୁମରେ ଟିଭି ରହିଲେ, ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

ପ୍ରବେଶ ଦୁଆର ସାମ୍ନାରେ ଟିଭି :-

କିଛି ଲୋକେ ପ୍ରଵେଶ ଦୁଆର ସାମ୍ନାରେ ଟିଭି ଲଗାଇ ଥାଆନ୍ତି।ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ନକାରାତ୍ମକ ଉର୍ଜାର ପ୍ରଭାବ ପକାଇ ଥାଏ। ପ୍ରବେଶ ଦୁଆର ଦେଇ ଦେବତା ଓ ଦେବୀଙ୍କର ଆଗମନ ଓ ପ୍ରସ୍ଥାନ ହୋଇଥାଏ। ତେଣୁ କେବେବି ପ୍ରବେଶ ଦୁଆର ସାମ୍ନାରେ ଟିଭି ଲଗାନ୍ତୁ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button