Uncategorized

ଦାୟିତ୍ୱ ନେଲେ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏୟାର ଚିଫ୍ ମାର୍ଶଲ ଅମର ପ୍ରତ ସିଂହ। ପୂର୍ବରୁ ସେ ବାୟୁସେନାର ଉପମୁଖ୍ୟ ଥିଲେ। ବିଦାୟୀ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚୌଧୁରୀ ଦୀର୍ଘ ୩ ବର୍ଷ ଧରି ବାୟୁସେନା ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ତେବେ ୧୯୮୪ରେ ବାୟୁସେନାରେ ପାଦ ଥାପିଥିବା ଅମର ପ୍ରିତ୍ ୨୦୨୩ ଫେବୃୟାରୀରେ ବାୟୁସେନାର ଏହି ପଦ ଗ୍ରହଣ କରିଥିଲେ। ୧୯୬୪ ଅକ୍ଟୋବର ୨୭ରେ ଜନ୍ମିତ ଏୟାର ଚିଫ୍ ମାର୍ଶଲ ସିଂହ ବାୟୁସେନୀରେ ଦୀର୍ଘ ୪୦ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି।

ଏହି ସମୟରେ ସେ ବିଭିନ୍ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର ୫ ହଜାର ଘଣ୍ଟାରୁ ଅଧିକ ବିମାନ ଉଡାଣ ଅଭିଜ୍ଞତା ମଧ୍ୟ ରହିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button