IBN ଓଡ଼ିଶା ବ୍ୟୁରୋ

ଗୁଳି ବାଜିବା ପରେ ଗୋବିନ୍ଦାଙ୍କ ସମ୍ପତ୍ତିକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: ଆଜି ସକାଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିଲା। କୁହାଯାଉଛି ଯେ ଯେତେବେଳେ ସେ ବନ୍ଧୁକ ସଫା କରୁଥିଲେ ସେତେବେଳେ ହଠାତ୍ ଗୁଳି ଚଳିଯାଇଥିଲା ଏବଂ ଗୁଳିଟି ଯାଇ ତାଙ୍କ ଗୋଡରେ ବାଜିଥିଲା ​​। ଗୁଳି ବାଜିବା ପରେ ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ବିଗିଡିବାରୁ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗୋବିନ୍ଦା କେତେ କୋଟିର ମାଲିକ, ତାହା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଗୋବିନ୍ଦା ମୋଟ ୧୫୧କୋଟି ଟଙ୍କାର ମାଲିକ ଅଟନ୍ତି। ବର୍ଷକୁ ସେ ୧୬କୋଟି ଟଙ୍କା ଆୟ କରୁଥିବା ବେଳେ ବିଭିନ୍ନ ବିଜ୍ଞାପନ ପାଇଁ ସେ ୨କୋଟି ପାରିଶ୍ରମିକ ନେଉଥିବା ଜଣାଯାଇଛି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅଭିନେତା ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଏବଂ ମହଙ୍ଗା ସମ୍ପତ୍ତିର ମାଲିକ ଅଟନ୍ତି | ଏଥିମଧ୍ୟରୁ ଗୋଟିଏ ଜୁହୁର ରୁଇଆ ପାର୍କରେ ଥିବାବେଳେ ଅନ୍ୟଟି ମଡ୍ ଦ୍ୱୀପରେ ରହିଛି । ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୧୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେ ଅନେକ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି |

ଗୋଟାଏ ଫିଲ୍ମ କରିବା ପାଇଁ ଗୋବିନ୍ଦା ପ୍ରାୟ ୫-୬କୋଟି ଟଙ୍କା ପାରିଶ୍ରମିକ ନିଅନ୍ତି। ତାଙ୍କର ଅନେକ ବିଳାସପୂର୍ଣ୍ଣ ଏବଂ ମହଙ୍ଗା କାର ଅଛି, ଯେଉଁଥିରେ ମିଟସୁବିସି ଲାନ୍ସର୍, ଫୋର୍ଡ ଏଣ୍ଡେଆଭର୍ ଭଳି କାର ଅନ୍ତର୍ଭୁକ୍ତ |

Related Articles

Leave a Reply

Your email address will not be published. Required fields are marked *

Back to top button