ଖେଳ

୧୦୦ ରନରେ ଅଲଆଉଟ ହେବାକୁ ପ୍ରସ୍ତୁତ ଥିଲା ଭାରତୀୟ ଟିମ, ବଡ଼ ବୟାନ ଦେଲେ ରୋହିତ

ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟର ୪ର୍ଥ ଦିନରେ ଭାରତୀୟ ଟିମ ଯେଉଁଭଳି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲା, ତା’କୁ ଦେଖି ସମସ୍ତେ ଚକିତ। ଭାରତ ବିସ୍ଫୋରକ ବ୍ୟାଟିଂ କରିବାରୁ ବର୍ଷା ଯୋଗୁ ଡ୍ର ହେବାକୁ ଯାଉଥିବା ମ୍ୟାଚ୍କୁ ଦଳ ଅପ୍ରତ୍ୟାଶିତ ଢଙ୍ଗରେ ଜିତି ନେଇଛି।

୪ର୍ଥ ଦିନରେ ବାଂଲାଦେଶକୁ ୨୩୩ ରନରେ ରୋକିବା ପରେ ଭାରତ ୩୪.୪ ଓଭର ବ୍ୟାଟିଂ କରି ୨୮୫/୯ ରନ କରିଥିଲା।

୫୨ ରନର ଲିଡ ହାସଲ କରିବା ପରେ ଦଳ ପାଳି ମଧ୍ୟ ଘୋଷଣା କରିଥିଲା। ୮.୨୨ ହାରରେ ଦଳ ରନ ସଂଗ୍ରହ କରିବା ସହ ଟେଷ୍ଟ କ୍ରିକେଟରେ ଦ୍ରୁତ ୫୦,୧୦୦,୧୫୦, ୨୦୦ ଓ ୨୫୦ ରନ କରିବାର ରେକର୍ଡ କରିଥିଲା।

୪ର୍ଥ ଦିନରେ ୧୮ଟି ୱିକେଟ ଯାଇଥିବା ବେଳେ ୪୦୦ରୁ ଅଧିକ ରନ ହୋଇଥିଲା। ତେବେ ଏପରି ଆଭିମୁଖ୍ୟ ସମ୍ପର୍କରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି।

ବାଂଲାଦେଶକୁ ୨୩୩ ରନରେ ଅଲଆଉଟ କରିବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଏହି ଇନିଂସରେ ଦଳ ୧୦୦ ରନରେ ଅଲଆଉଟ ହେବାକୁ ପ୍ରସ୍ତୁତ ଥିଲା। କିନ୍ତୁ ଦ୍ରୁତ ଗତିରେ ହିଁ ରନ ସଂଗ୍ରହ କରିବାକୁ ଦଳ ପଣ କରିଥିଲା ବୋଲି ରୋହିତ କହିଛନ୍ତି।

ମ୍ୟାଚ୍ ଜିତିବା ପରେ ରୋହିତ କହିଛନ୍ତି, “ଖେଳକୁ ଆଗକୁ ନେବା ପାଇଁ ଆମେ ଅନେକ କିଛି ଚିନ୍ତା କରିଥିଲୁ। ଆମେ ୪ର୍ଥ ଦିନରେ ଯେତେବେଳେ ପଡ଼ିଆକୁ ଓହ୍ଲାଇଥିଲୁ ସେତେବେଳେ ବାଂଲାଦେଶକୁ ଯଥା ଶୀଘ୍ର ଆଉଟ କରିବା ମୁଡରେ ଥିଲୁ। ଏଥିସହ ବ୍ୟାଟରେ ଆମେ କ’ଣ କରିପାରିବୁ, ସେକଥା ଯୋଜନା କରିଥିଲୁ। ଆମେ କେତେ ରନ ହାସଲ କଲୁ, ତାହା ବଡ଼ କଥା ନୁହେଁ।

ଆମେ ସେମାନଙ୍କୁ କେତେ ଓଭର ବୋଲିଂ କରିବୁ, ତାହା ବଡ଼ କଥା ଥିଲା। ପିଚ୍ରେ ବୋଲରଙ୍କ ପାଇଁ ବେଶୀ କିଛି ନଥିଲା। କିନ୍ତୁ ଏହି ପିଚ୍ରୁ ମ୍ୟାଚ୍ ବାହାର କରିବା ନିଶ୍ଚିତ ଭାବେ ବୋଲରମାନଙ୍କ ପାଇଁ ସମ୍ଭବ ହୋଇଛି। ସେମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବ୍ୟାଟରମାନେ ୪ର୍ଥ ଦିନରେ ରିକ୍ସ ନେବାକୁ ପ୍ରସ୍ତୁତ ଥିଲେ ଓ ଆମେ ନିଜକୁ ମ୍ୟାଚ୍ ଜିତିବାର ଗୋଟିଏ ସୁଯୋଗ ଦେବାକୁ ଚାହୁଁଥିଲୁ। ଏପରି କି ଆମେ ୧୦୦ ରନରେ ବି ଅଲଆଉଟ ହେବାକୁ ପ୍ରସ୍ତୁତ ଥିଲୁ।”

ଗୌତମ ଗମ୍ଭୀର ଭାରତୀୟ ଟିମର କୋଚ ହେବା ପରେ ପ୍ରଥମଥର ପାଇଁ ଦଳ ଟେଷ୍ଟ ସିରିଜ ଖେଳିଥିଲା। ଆଉ ଏହି ସିରିଜ ଦଳ ୨-୦ରେ କ୍ଲିଇନ ସୁଇପ କରିଛି। ରୋହିତ ମଧ୍ୟ ଗମ୍ଭୀରଙ୍କ ସହ ତାଙ୍କ ସମନ୍ୱୟକୁ ମଧ୍ୟ ପ୍ରଶଂସା କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button