IBN ଓଡ଼ିଶା ବ୍ୟୁରୋ

ଗରମାଗରମ ଭାତ ସହ ଖାଆନ୍ତୁ ପୋଇ ଚିଙ୍ଗୁଡ଼ି ରସା

ବଶ୍ୟକ ସାମଗ୍ରୀ: ଚଙ୍ଗୁଡ଼ି, ପୋଇପତ୍ର, ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆ ପତ୍ର, କଞ୍ଚା ଲଙ୍କା, ଜିରା, ଧନିଆ, ନଡ଼ିଆ ରସ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ପୋସ୍ତ, ଧନିଆପତ୍ର, ଲଙ୍କା, ଜିରା ଓ ଧନିଆକୁ ବାଟି ଦିଅନ୍ତୁ। ବର୍ତ୍ତମାନ ଏକ ମାଟି ପଲମରେ ତେଲ ଗରମ କରି କଟା ପୋଇ ପତ୍ରକୁ ଅଳ୍ପ ଭାଜି ଦିଅନ୍ତୁ।

ସେଗୁଡ଼ିକୁ କାଢ଼ି ଦେଇ ସେହି ପଲମରେ ପୁଣି ଥରେ ତେଲ ଗରମ କରି ପ୍ରସ୍ତୁତ କରିଥିବା ବଟା ମସଲାକୁ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ଅଳ୍ପ ଲୁଣ ଓ ଚିଙ୍ଗୁଡ଼ି ପକେଇ ଭଲ ଭାବେ ଗୋଳେଇ ଘୋଡ଼ଣି ଦେଇ ଦିଅନ୍ତୁ।

ଦୁଇ ତିନି ମିନିଟ୍ ପରେ ଘୋଡ଼ଣି କାଢ଼ି ଭଜା ପୋଇପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ନଡ଼ିଆ ରସ, ସ୍ୱାଦ ଅନୁସାରେ ଲୁଣ ଓ କଟା କଞ୍ଚା ଲଙ୍କା ପକେଇ ଘୋଡ଼ାଇ ଦିଅନ୍ତୁ। ତିନି ଚାରି ମିନିଟ୍ ପରେ ଘୋଡ଼ଣି ବାହାର କରି ସେଥିରେ ଗରମ ମସଲା ପକାନ୍ତୁ ଓ ପଲମକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପୋଇ ଚିଙ୍ଗୁଡ଼ି ରସା’। ଏହି ରେସିପିଟିକୁ ଗରମା ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button