ରାଜ୍ୟ

ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନବନିଯୁକ୍ତ ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବନିଯୁକ୍ତ ଦୁଇ ଆଇପିଏସ୍ ଅଧିକାରୀ ଏବଂ ଜଣେ ଓପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବୁଧବାର ନିର୍ଦ୍ଦେଶ ଦିଆଯାଇଛି।

ପାର୍ବନ ଋତୁକୁ ଦୃଷ୍ଟିରେ ରଖି ଯୋଗଦାନ ସମୟ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ନେବାକୁ ବିଜ୍ଞପ୍ତିରେ କୁହାଯାଇଛି।

କେନ୍ସିଙ୍ଗା ଏସଡିପିଓ ବିନୋଦ ପାଟିଲ ଏଚ, ଆଇପିଏସ (RR- 2020) ଦାୟିତ୍ୱ ଛାଡି ତୁରନ୍ତ ମାଲକାନଗିରି ଏସପି ଭାବରେ ଯୋଗଦେବାକୁ କୁହାଯାଇଛି।

ସେହିଭଳି, ୨୦୨୦ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ବାଲିଗୁଡା ଏସଡିପିଓ ରାହୁଲ ଗୋଏଲଙ୍କୁ ତୁରନ୍ତ କଟକ ରେଳବାଇ ଏସପି ଭାବରେ ଯୋଗଦେବାକୁ କୁହାଯାଇଛି। ଅପରପକ୍ଷରେ ଓପିଏସ୍ ମିହିର କୁମାର ପଣ୍ଡାଙ୍କୁ ତୁରନ୍ତ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦ୍ଦେଶ ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button