ମନୋରଞ୍ଜନ

ସାମନ୍ଥା,ନାଗାଙ୍କୁ Sorry କହିଲେ ମନ୍ତ୍ରୀ, କିନ୍ତୁ କେଟିଆରଙ୍କୁ କଲେ କଟୁ ସମାଲୋଚନା

ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ବିବାହ ବିଚ୍ଛେଦକୁ ନେଇ ତେଲେଙ୍ଗାନାର ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବୟାନ ପରେ ତେଜିଥିବା ବିବାଦ ଥମିବା ନାଁ ଧରନୁ। ଖୋଦ ନାଗାର୍ଜୁନଙ୍କ ସମେତ ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମଧ୍ୟ ଏହି ବୟାନକୁ ଦୃଢ ଭାବେ ନିନ୍ଦା କରି ସାରିଛନ୍ତି ।

ଏଥିସହ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଆଗ ଧାଡ଼ିର ନେତା ବି ସୁରେଖାଙ୍କ ବୟାନକୁ ଦୃଢ ଭାବେ ନିନ୍ଦା କରିଛନ୍ତି।

ଚାରିପଟୁ ସମାଲୋଚିତ ହେବା ପରେ ଏବେ ନିଜ ସ୍ୱର ନରମାଇଛନ୍ତି କୋଣ୍ଡା ସୁରେଖା । ସେ ନାଗା ଚୈତନ୍ୟଙ୍କ ପରିବାର ନିକଟର କ୍ଷମା ପ୍ରାର୍ଥନା କରିଥିବା ବେଳେ ନିଜ ବୟାନରୁ କିନ୍ତୁ ଓହରି ନାହାନ୍ତି। ଏପରିକି କେଟିଆର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବି ଉଠାଇଛନ୍ତି।

ସାମନ୍ଥା
ଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି ମନ୍ତ୍ରୀ ସୁରେଖା ଲେଖିଛନ୍ତି, ମୋ’ ବୟାନ ଆପଣଙ୍କ ଭାବନାକୁ ଆଘାତ ଦେବା ପାଇଁ କଦାପି ଉଦ୍ଦିଷ୍ଟ ନୁହେଁ। ଏହା ମହିଳାଙ୍କ ସହ ଖେଳୁଥିବା ଜଣେ ରାଜନେତାଙ୍କ କୁତ୍ସିତ ଚେହେରା ଦର୍ଶାଉଛି। ଆପଣ ଯେଉଁପରି ଭାବେ ଦୃଢ ଆତ୍ମବିଶ୍ୱାସର ସହ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ପାଇଁ ସ୍ୱତନ୍ତ୍ର ଜାଗା ତିଆରି କରି ପାରିଛନ୍ତି ତାହା ସବୁବେଳେ ପ୍ରଶଂସନୀୟ। ଯଦି ଆପଣ କିମ୍ବା ଆପଣଙ୍କ ପ୍ରଶଂସକଙ୍କୁ ମୋ’ ବୟାନ ଦ୍ୱାରା କଠୋର ଆଘାତ ଲାଗିଛି ତା’ ହେଲେ ମୁଁ ଗଭୀର କ୍ଷମା ପ୍ରାର୍ଥନା କରୁଛି। ଏହାକୁ ଅନ୍ୟ ଅର୍ଥରେ ନିଅନ୍ତୁ ନାହିଁ।

କୋଣ୍ଡା ସୁରେଖା ବିଆରଏସ୍ ନେତା କେଟି ରାମା ରାଓଙ୍କୁ ଏବେବି ତୀବ୍ର ସମାଲୋଚନା କରୁଥିବା ବେଳେ ଏଥିନିମନ୍ତେ ତାଙ୍କ ନିକଟରେ କୌଣସି କ୍ଷମା ପ୍ରାର୍ଥନା କରି ନାହାନ୍ତି । ଏହି ଘଟଣାକୁ ନେଇ କେଟି ରାମା ରାଓ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଏନେଇ ସୁରେଖାଙ୍କ ନାଁରେ ଏକ ମାନହାନୀ ମକଦ୍ଦମା କରିଥିବା ଜଣାଯାଇଛି।

ବିଆରଏସ୍ ନେତା କେଟି ରାମା ରାଓଙ୍କୁ ତୀବ୍ର ସମାଲୋଚନା କରି ମନ୍ତ୍ରୀ ସୁରେଖା କହିଥିଲେ, କେଟି ରାମା ରାଓଙ୍କ ପାଇଁ ଅନେକ ଅଭିନେତ୍ରୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ିଛନ୍ତି ଓ ଶୀଘ୍ର ବାହା ହୋଇପଡ଼ିଛନ୍ତି। କାରଣ କେଟି ରାମା ରାଓ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ। ସେ ସେଲେବ୍ରିଟିମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରୁଥିଲେ ଓ ଡ୍ରଗ୍ ସଂପର୍କିତ ବିବାଦ ଗୁଡ଼ିକରେ ସଂପୃକ୍ତ ଥିଲେ।

ଜଙ୍ଗଲ ମନ୍ତ୍ରୀ କୋଣ୍ଡା ସୁରେଖା ଆହୁରି କହିଥିଲେ, କେଟି ରାମା ରାଓ ନିଜେ ଡ୍ରଗ୍ସ ନେଉଥିଲେ। ଅନ୍ୟ ଲୋକଙ୍କୁ ଏଥିରେ ଅଭ୍ୟସ୍ତ କରାଉଥିଲେ। ବିଭିନ୍ନ ସମୟରେ ରେଭ ପାର୍ଟି ଆୟୋଜନ କରୁଥିଲେ। ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଡ୍ରଗ୍ସ ସହିତ ଅଭ୍ୟସ୍ତ କରାଇବା ପରେ ସେମାନଙ୍କୁ ବ୍ଲାକ ମେଲ କରୁଥିଲେ। ଏ କଥା ସମସ୍ତେ ଜାଣିଛନ୍ତି।

କଂଗ୍ରେସରେ ଜଣେ ମନ୍ତ୍ରୀଙ୍କ ଏପରି ଲଜ୍ଜାଜନକ ମନ୍ତବ୍ୟ ଓ ସାଂଘାତିକ ପଲଟିକ୍ସ ସମ୍ପର୍କରେ ରାହୁଲ ଗାନ୍ଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେଟିଆର । ଏଥିସହ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ଏହି ମନ୍ତ୍ରୀଙ୍କୁ ତୁରନ୍ତ ପାଗଳଖାନା ପଠାଇବାକୁ ଦାବି କରିଛନ୍ତି ।

ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ସେଲିବ୍ରିଟି ଚିରଞ୍ଜୀବ.ଜୁନିୟର NTR, ଆଲୁ ଅର୍ଜୁନ ପ୍ରମୁଖ ଏହି ଟିପ୍ପଣୀ ଘୋର ନିନ୍ଦନୀୟ ବୋଲି କହିଛନ୍ତି। ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ଏପରି ମନ୍ତବ୍ୟକୁ ସେମାନେ ବି ତୀବ୍ର ନିନ୍ଦା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button