IBN ଓଡ଼ିଶା ବ୍ୟୁରୋ

ବେରୁଟ୍‌ ସଂସଦ ନିକଟରେ ଇସ୍ରାଏଲର ମିସାଇଲ୍‌ ମାଡ଼, ୬ ମୃତ

ଲେବନାନ ଉପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ। ଲେବନାନର ସେଣ୍ଟ୍ରାଲ ବେରୁଟ୍ରେ ଉପରେ କରିଛି ରକେଟ୍ ମାଡ଼। ଏଠାରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।

ରଏଟର୍ସର ସୂଚନା ଅନୁଯାୟୀ ଗୁରୁବାର ସକାଳେ ବେରୁଟର ବାଚୌରା ଅଞ୍ଚଳରେ ଥିବା ସଂସଦ ନିକଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ବିଲ୍ଡିଂକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିଲା।

ଏହା ହେଉଛି ଲେବନାନ ସରକାରୀ ମୁଖ୍ୟାଳୟକୁ ଟାର୍ଗେଟ୍ କରି ଇସ୍ରାଏଲର ସବୁଠୁ ନିକଟତମ ଆକ୍ରମଣ। ସୋମବାର (ସେପ୍ଟେମ୍ବର ୩୦) ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତା’ ପରଠାରୁ ଇସ୍ରାଏଲ ଏହାର ପ୍ରତିଶୋଧ ନେବାରେ ଲାଗିଛି।

ଲେବନାନର ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ଇସ୍ରାଏଲର ଆକ୍ରମଣ ଯୋଗୁ ସ୍ୱାସ୍ଥ୍ୟ କେନ୍ଦ୍ର ବିଲ୍ଡିଂଟି ପୂରା ଧ୍ୱଂସ ହୋଇଯାଇଛି। ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ଖାଲିଥିଲା। ଏଠାରେ କୌଣସି ରୋଗି କିମ୍ବା ଡାକ୍ତର ନଥିଲେ। ସେପଟେ ଏହାବ୍ୟତୀତ ଦହିୟାହର ଦକ୍ଷିଣ ଉପାନ୍ତରେ ମଧ୍ୟ ତିନୋଟି ମିସାଇଲ୍ ମାଡ଼ ହୋଇଛି, ଯେଉଁଠି ଗତ ସପ୍ତାହରେ ହେଜବୁଲ୍ଳା ନେତା ହାସନ ନାସ୍ରଲ୍ଲାଙ୍କୁ ହତ୍ୟା କରାଯାଇଥିଲା। ମିସାଇଲ ମାଡ଼ ପରେ ଏଠାରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ସେହିପରି ବୁଧବାର ଦିନ ଲେବନାନର ଦକ୍ଷିଣ ସହରରେ ଇସ୍ରାଏଲ୍ ଏକ ଡଜନରୁ ଅଧିକ ଆକ୍ରମଣ କରିଥିଲା।

ଇସ୍ରାଏଲ ସେନା କହିଛି ଯେ, ସୀମାରେ କମାଣ୍ଡୋ ଅପରେସନ୍ ଏବଂ ସୈନ୍ୟ ସାହାଯ୍ୟରେ ସେମାନେ ପ୍ରତିଶୋଧ ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି।

ଇସ୍ରାଏଲ ଲେବନାନ ଉପରେ ତୁହାକୁ ତୁହା ଆକ୍ରମଣ କରି ଚାଲିଛି। ରକ୍ତମୁଖ୍ୟା ହୋଇପଡ଼ିଛି ଇସ୍ରାଏଲ। ମିସାଇଲ ମାଡ଼ ଯୋଗୁ ଅନେକ ଘର ଦ୍ୱାର ନଷ୍ଟ ହୋଇଛି। ଲେବନାନରେ ପ୍ରାୟ ୧.୨ ମିଲିଅନ ଲୋକ ବସ୍ଥାପିତ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button