IBN ଓଡ଼ିଶା ବ୍ୟୁରୋ

ଶିବଲିଙ୍ଗରେ କେଉଁ ଶସ୍ୟ ଚଢ଼ାଇଲେ,କେଉଁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ,ଜାଣନ୍ତୁ ……

ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ଏବଂ ନିଷ୍ଠାର ସହିତ ମହାଦେବଙ୍କ ପୂଜା କରିଥାଏ ତା ଉପରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଧାର୍ମିକ ମାସ ଅନୁଯାୟୀ ଭଗବାନ ଶିବଙ୍କ ଅଭିଷେକ କରିବା ଜୀବନର କଷ୍ଟକୁ କମ କରିଥାଏ । ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ମହାଦେବଙ୍କ ପ୍ରିୟ ଧୁତୁରା , ବେଲପତ୍ର , କ୍ଷୀର ଆଦି ଅର୍ପଣ କରି ପାରିବେ । କିନ୍ତୁ ଏସବୁ ଜିନିଷ ଉପଲବ୍ଧ ନଥିଲେ ତାହାର ଅନ୍ୟ ବିକଳ୍ପ ମଧ୍ୟ ରହିଛି ।

ମହାଦେବଙ୍କୁ ଭିନ୍ନ ଭିନ୍ନ ଶସ୍ୟ ଅର୍ପିତ କଲେ ମଧ୍ୟ ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ବିଶେଷ କରି ହରଡ଼ ଡାଲି ଅର୍ପିତ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହାବ୍ୟତୀତ ହରଡ଼ ଗଛର ପତ୍ର ଏବଂ ଡାଳ ମଧ୍ୟ ଅର୍ପିତ କରି ପାରିବେ । ଏହାଦ୍ୱାରା ସବୁ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ । ମହାଦେବଙ୍କୁ ଆପଣ ବୁଟ ଡାଲି ମଧ୍ୟ ଅର୍ପିତ କରି ପାରିବେ । କାରଣ ଏହାଦ୍ବାରା ମହାଦେବ ପ୍ରସନ୍ନ ହୁଅନ୍ତି । ଖାସ କରି ଅବିବାହିତ ଯୁବତୀ ଏହି ଜିନିଷ ଅର୍ପିତ କଲେ ତାଙ୍କୁ ଶ୍ରେଷ୍ଠ ଜୀବନସାଥି ମିଳିଥାଏ । ଆପଣ ମହାଦେବଙ୍କୁ ବେଲପତ୍ର ବଦଳରେ ଏହି ଡାଲି ଅର୍ପିତ କରି ପାରିବେ ।

ଏହାବ୍ୟତୀତ ମୁଗ ଡାଲି ଦ୍ୱାରା ମଧ୍ୟ ମହାଦେବ ପ୍ରସନ୍ନ ହୁଅନ୍ତି । ଯଦି ଆପଣ ନାନା ପ୍ରକାରର ସମସ୍ୟାରେ ପୀଡ଼ିତ ଅଛନ୍ତି ତେବେ ଶନିବାର ଦିନ ମହାଦେବଙ୍କୁ ମୁଗ ଡାଲି ଅର୍ପିତ କରନ୍ତୁ । ଆପଣ ସୋମବାର ଦିନ ମଧ୍ୟ ଏହି ଉପାୟ କରି ପାରିବେ । ଏହାଦ୍ବାରା ଉଭୟ ମହାଦେବ ଏବଂ ଶନିଦେବ ପ୍ରସନ୍ନ ହେବେ । ମହାଦେବଙ୍କୁ ଚାଉଳ ଅର୍ପିତ କରିବା ଦ୍ୱାରା କଳହ କ୍ଳେଶରୁ ମୁକ୍ତି ମିଳିଥାଏ ଏବଂ ମନରେ ଶାନ୍ତି ଆସିଥାଏ । ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । କିନ୍ତୁ ମନେ ରଖନ୍ତୁ ଯେପରି ଶିବଲିଙ୍ଗ ଉପରେ ଖଣ୍ଡିତ ଚାଉଳ ଅର୍ପିତ ନକରନ୍ତି । ଚାଉଳ ଚଢ଼ାଇବା ସମୟରେ ଯେପରି ମହାଦେବଙ୍କ ମନ୍ତ୍ର ଜପ କରିବାକୁ ନଭୁଲନ୍ତି ।

ଶ୍ରାବଣ ମାସରେ ଭଗବାନ ଶିବାକୁ କଳା ତିଳ ଅର୍ପଣ କରିବାର ଅନେକ ମହତ୍ତ୍ୱ ରହିଛି । ଆପଣ ସିଧାସଳଖ ଶିବଲିଙ୍ଗରେ ତିଳ ଅର୍ପଣ କରି ପାରିବେ କିମ୍ବା ପାଣିରେ ମିଶାଇ ମଧ୍ୟ ଅର୍ପିତ କରି ପାରିବେ । ପୂଜା ସମୟରେ ବେଲପତ୍ର ଏବଂ ଫୁଲ ବଦଳରେ କଳା ତିଳ ଅର୍ପଣ କଲେ ମଧ୍ୟ ଭଲ ଫଳ ମିଳିଥାଏ । ଏହାଦ୍ୱାରା ଜୀବନର ସବୁ କଳହ କ୍ଳେଶ ଦୂର ହୋଇଯାଏ । ମାନସିକ ଏବଂ ଶାରୀରିକ ସୁସ୍ଥତା ପ୍ରାପ୍ତ ହୋଇଥାଏ ।

କଞ୍ଚା ମୁଗକୁ ଭଗବାନ ଶିବ ବହୁତ ପସନ୍ଦ କରନ୍ତି । ଏହାକୁ ଶିବଲିଙ୍ଗରେ ଅର୍ପିତ କଲେ ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ । କିନ୍ତୁ ୧୦୮ ସଂଖ୍ୟାରେ ଚଢାଇଲେ ତାହା ଅଧିକ ଫଳ ଦେଇଥାଏ । ଏହାକୁ ଅର୍ପିତ କରିବା ସମୟରେ ମହାଦେବଙ୍କ ମନ୍ତ୍ର ଓଁ ନମଃ ଶିବାୟ ନିଶ୍ଚୟ ଜପ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button