କେଉଁ ଦିନ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ

ନମସ୍କାର ବନ୍ଧୁଗଣ । ଆଜି ଆମେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ପିଲା ଭାଗ୍ୟଶାଳୀ ହୋଇଥାଏ । ମଣିଷ ଜୀବନର୍ରେ ରାଶି, ତିଥି ଓ ଗ୍ରହମାନଙ୍କ ସ୍ଥିତିକୁ ଦେଖି ଆମେ ତାହାର ଆଚାର ବ୍ୟବହାର ଲକ୍ଷଣ ସମ୍ବନ୍ଧରେ କହିଥାଉ । ମାତ୍ର ଆପଣମାନେ ଜାଣିଛନ୍ତି କି ବାର ର ମଧ୍ୟ ବିଶେଷ ଗୁରୁତ୍ଵ ରହିଛି । ସପ୍ତାହର କେଉଁ ଦିନରେ ଜନ୍ମ ହୋଇଥିବା ବ୍ୟକ୍ତିର ଚରିତ୍ରଓ ବ୍ୟବହାର କିପରି ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଦିନ ଅନୁସାରେ ଆପଣଙ୍କ ଜୀବନର କିଛି ଗୁପ୍ତ ରହସ୍ୟ ବିଷୟରେ । ସୋମବାର ଦିନ ଜନ୍ମ ହେଇଥିବା ବ୍ୟକ୍ତି ସର୍ବଦା ସମାଜରେ ଚର୍ଚାର ବିଷୟ ହୋଇଥାଏ । ଏମାନଙ୍କ ପାରିବାରିକ ଜୀବନ ଭଲ ନ ଥାଏ ସର୍ବଦା କଷ୍ଟ ମଧ୍ୟ ଦେଇ ଗମନ କରିବାକୁ ପଡିଥାଏ । ଆର୍ଥିକ ଅବସ୍ଥାକୁ ଦେଖିଲେ ଭାଙ୍ଗି ପଡିଥାନ୍ତି । ମାତ୍ର ଏମାନେ ସବୁବେଳେ ହସ ମୁଖ ହୋଇଥାନ୍ତି । ଏମାନଙ୍କ ପାଟିରେ ସର୍ବଦା ମଧୁର ବାକ୍ୟ ବାହାରକୁ ନିର୍ଗତ ହୁଏ ।
ଚନ୍ଦ୍ରଙ୍କ ସହ ସମ୍ବନ୍ଧ ରହିବା କାରଣରୁ ଏମାନଙ୍କ ମନ ଚଞ୍ଚଳ ରହିଥାଏ । ଏହି ଲୋକମାନେ ବୁଦ୍ଧିମାନ, କଳା ପ୍ରେମୀ ଓ ବାହାଦୁର ହୋଇଥାନ୍ତି । ସୋମବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କ ସ୍ମରଣ ଶକ୍ତି ବହୁତ ଅଧିକ ରହିଥାଏ । ମାତ୍ର ଧୋର୍ଜ୍ୟ ଶକ୍ତି କମ୍ ଥାଏ । ମଙ୍ଗଳବାର ଦିନ ଜନ୍ମ ହୋଇଥିବା ଲୋକମାନେ କ୍ରୋଧୀ ପରାକ୍ରମୀ ଓ ଅନୁଶାସନ ପ୍ରିୟ ବ୍ୟକ୍ତି ହୋଇଥାନ୍ତି । ଏହି ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ବିଶେଷ ପ୍ରଭାବ ରହିଥାଏ ।