IBN ଓଡ଼ିଶା ବ୍ୟୁରୋ

ଦାରିଦ୍ର୍ୟତା ଘରେ ପ୍ରବେଶ କରିବ ନାହିଁ ଯଦି ଆପଣଙ୍କ ଘରେ ଏହି ପାଞ୍ଚଟି ଜିନିଷ ରହିଛି

ତେବେ ମନୁଷ୍ୟ ଜୀବନ ଅନେକ ସମୟରେ ବୈଜ୍ଞାନିକ ସହ ଜଡିତ ରହିଥିବା ବେଳେ ଅନେକ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ସହ ଜଡିତ ରହିଥାଏ। ତେବେ ଯଦି ଏହାକୁ ଅବମାନନା କରନ୍ତି ତାହାଲେ ମନୁଷ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିବା ପରେ ଦାରିଦ୍ର୍ୟତା ଘର ଭିତରେ ପ୍ରବେଶ କରିବା ନାହିଁ।

ମନୁଷ୍ୟ ଜୀବନ ଅନେକ ସୁଖ ଦୁଃଖ ହାନି ଲାଭ ଦେଇ ଗତି କରିଥାଏ। ମନୁଷ୍ୟ ଯେତେବେଳେ ଦାରିଦ୍ର୍ୟତା ର ଶିକାର ହୋଇଥାଏ ସେତେବେଳେ ସେ ନିଜର ସର୍ବସ୍ବ ହରାଇ ଦେଇଥାଏ। ଯେଉଁ ଲୋକମାନେ ଟଙ୍କା ସମୟରେ ପାଖରେ ଥାନ୍ତି ହେଲେ ଦାରିଦ୍ର୍ୟତା ସମୟରେ ଏଡେଇ ହୋଇ ଚାଲି ଯାଆନ୍ତି। ତେବେ ଏହି ପାଞ୍ଚଟି ଉପାୟ ଅବଲମ୍ବନ କଲେ ଦାରିଦ୍ର୍ୟତା ଘରେ ପାଦ ରଖେ ନାହିଁ। ଜାଣନ୍ତୁ ଏହି ବିଷୟରେ।

 

୧. ଗଣେଷଙ୍କ ମୂର୍ତ୍ତି ପୂଜା :- ବିଦ୍ୟା ଦେବତା ଗଣେଷଙ୍କ ମୂର୍ତ୍ତି ଯଦି ଆପଣ ଘରେ ରଖିକି ପୂଜା କରୁଛନ୍ତି ତେବେ ଅତ୍ୟନ୍ତ ମଙ୍ଗଳ ହୋଇଥାଏ। ଗଣେଷଙ୍କୁ ଶୁଭର ଦେବତା ମଧ୍ୟ କୁହାଯାଏ। କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଆମେ ଶ୍ରୀ ଗଣେଶଙ୍କ ପୂଜା ଅର୍ଚ୍ଚନା କରିଥାଉ। ଗଣେଷଙ୍କୁ ବିଘ୍ନ ବିନାଶୟ ମଧ୍ୟ କୁହାଯାଏ। ଘର ର ମୁଖ୍ୟ ଦ୍ୱାରରେ ଯଦି ଗଣେଶଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ତେବେ ନକରାତ୍ମକ ଉର୍ଜା ଘର ଭିତକୁ ପ୍ରବେଶ କରି ପାରିବ ନାହିଁ।

୨. ଶଙ୍ଖ:- ଶଙ୍ଖକୁ ବ୍ରହ୍ମା ଓ ବିଷ୍ଣୁଙ୍କ ଠାରୁ ଆରମ୍ଭ କରି ଅନେକ ଦେବତା ହସ୍ତରେ ଧରି ଥାନ୍ତି। ପବିତ୍ର ଗ୍ରନ୍ଥରେ ଶଙ୍ଖର ପବିତ୍ରତା ବିଷୟରେ ଉଲ୍ଲେଖ ରହିଛି। ଯଦି ଶଙ୍ଖ ଧ୍ୱନି ଘରେ ବାଜେ ତେବେ ସକରାତ୍ମକ ଉର୍ଜା ର ସୃଷ୍ଟି ହୁଏ ଏବଂ ମନ କୁ ଶାନ୍ତି ମଧ୍ୟ ମିଳିଥାଏ। ତେବେ ଭଗବାନଙ୍କ ଶ୍ରୀଚରଣରେ ରଖି ଶଙ୍ଖକୁ ପୂଜା କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଗ୍ରାସ କରେ ନାହିଁ।

 

୩. ବଂଶୀ:- ବଂଶୀର ସ୍ୱର ଅତି ମଧୁର ହୋଇଥାଏ। ଏହା ଶ୍ରୀକୃଷ୍ଣ ଙ୍କ ମଧ୍ୟ ପ୍ରିୟ ବାଦନ ଅଟେ। ଗାଈ ଚରାଇବାକୁ ଛାଡି ଦେଇ କୃଷ୍ଣ ବଂଶୀ ବାଦନ କରିଥାନ୍ତି। ତେବେ ତାଙ୍କର ଏହି ବଂଶୀର ସ୍ୱର ଶୁଣିବା ପରେ ପଶୁପକ୍ଷୀ ଓ ବୃକ୍ଷଲତା ଆଦି ଉଲ୍ଲାସିତ ହୋଇ ଉଠନ୍ତି। ଘରେ ଏହି ବଇଁଶୀ କୁ ରଖିବା ଦ୍ୱାରା ତାର ସକରାତ୍ମକ ଉର୍ଜା କୁ ଆପଣ ଅନୁଭବ କରି ପାରିବେ ଏଥିସହିତ ମାତା ଲକ୍ଷ୍ମୀ ମଧ୍ୟ ସେ ଘରୁ କେବେ ଦୁରେଇ ଯାଆନ୍ତି ନାହିଁ।

୪. ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି:- ଆପଣମାନେ ଭଲ ଭାବରେ ଜାଣିଥିବେ ଯେ କୁବେର ଏବଂ ମାତା ଲକ୍ଷ୍ମୀ ଧନର ଦେବତା ହୋଇଥାନ୍ତି। ଯଦି ଏହି ଦୁଇ ଦେବତାଙ୍କୁ ନିଜ ଭକ୍ତି ଏବଂ ପୂଜା ମାର୍ଗରେ ସନ୍ତୁଷ୍ଟ କରି ପାରିଲ ତେବେ ଧନବର୍ଷା କରି ଦିଅନ୍ତି। ତେଣୁ ଘରେ ଲକ୍ଷ୍ମୀ ଏବଂ କୁବେରଙ୍କ ମୂର୍ତ୍ତି ପୂଜା କରିବା ଉଚିତ।

 

Related Articles

Leave a Reply

Your email address will not be published. Required fields are marked *

Back to top button