ରାଜ୍ୟ

ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ଅନୁଗୁଳର ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରକୁ ଜେଏସପି ଫାଉଣ୍ଡେସନ ଦ୍ବାରା ଡିଜିଟାଲ ଡାଇଗ୍ନୋଷ୍ଟିକ୍ ଉପକରଣ ଯୋଗାଣ – Ibnodisha

[ad_1]

ଭୁବନେଶ୍ୱର / ଆନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ସହଭାଗିତାରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଶିଶୁ ମୃତ୍ୟୁହାର ହାର ଏବଂ ମାତୃ ମୃତ୍ୟୁ ହାର ହ୍ରାସ କରିବା ପାଇଁ ପ୍ରୋଜେକ୍ଟ ସ୍ପର୍ଶ ଆରମ୍ଭ କରାଯାଇଛି । ଅଗଷ୍ଟ ୧୫, ୨୦୨୩ ତାରିଖ ଦିନ ମାନ୍ୟବର ମନ୍ତ୍ରୀ (ଶିଳ୍ପ, ଏମଏସଏମଇ ଏବଂ ଶକ୍ତି) ଶ୍ରୀ ପ୍ରତାପ କେଶରୀ ଦେବ ଏହି ପ୍ରକଳ୍ପକୁ ଉଦଘାଟନ କରି ଜିଲ୍ଲାର ୨୦୦ ସ୍ୱାସ୍ଥ୍ୟ ଉପ-କେନ୍ଦ୍ରର ଏଏନଏମ ମାନଙ୍କୁ ଡିଜିଟାଲ ଡାଇଗ୍ନୋଷ୍ଟିକ କିଟ୍ ପ୍ରଦାନ କରିଥିଲେ ।

ଏହି ଅବସରରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ତ୍ରିଲୋଚନ ପ୍ରଧାନ ଏବଂ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ଦେବ ଅନୁଗୁଳ ଜିଲ୍ଲାରେ ଏହିପରି ଅଭିନବ ପ୍ରକଳ୍ପ ନିମନ୍ତେ ସହଯୋଗ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ । ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସମ୍ପ୍ରସାରିତ କରାଯାଇପାରିବ ବୋଲି ସେ କହିଥିଲେ ।

ଏହି ପ୍ରକଳ୍ପର ପରିକଳ୍ପନାରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର  ସ୍ବାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ଥିଲେ। ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରକଳ୍ପର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ତ୍ରିଲୋଚନ ପ୍ରଧାନ ଏହି ପ୍ରକଳ୍ପର ସଫଳପତ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା କହିଥିଲେ ଯେ, “ଏହି ପଦକ୍ଷେପଟି ଅନୁଗୁଳ ଜିଲ୍ଲାରେ ବିପଦପୂର୍ଣ୍ଣ ଗର୍ଭଧାରଣ ସମସ୍ୟାର ଚିକିତ୍ସା କରିବା ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟ କର୍ମୀଙ୍କୁ ସଶକ୍ତିକରଣ ତଥା ତାଲିମ ଦେବା ପାଇଁ ଉଦ୍ଦିଷ୍ଟ ।  ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ପରି ଉନ୍ନତ ଡିଜିଟାଲ ଜ୍ଞାନକୌଶଳ  ବ୍ୟବହାର କରୁଛୁ । ଆମେ ଆଶା କରୁଛୁ ଯେ ଏହି ପ୍ରକଳ୍ପ ବିପଦପୂର୍ଣ୍ଣ ଗର୍ଭଧାରଣକୁ ଚିହ୍ନଟ କରିବା ସହିତ ସେମାନଙ୍କ ଚିକିତ୍ସାକୁ ସହଜ କରି ନିରାପଦ ମାତୃତ୍ୱ ନିଶ୍ଚିତ କରିବାରେ ସାହାଯ୍ୟ କରିବ” ।

ଏହି ପ୍ରୋଜେକ୍ଟରେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ମେଡିକାଲ୍ ଉପକରଣଗୁଡ଼ିକର ଏକ କିଟ୍ ଯୋଗାଇଦେବା ସହିତ ସେମାନଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଏହା ସେମାନଙ୍କୁ ଗର୍ଭବତୀ ମହିଳାମାନଙ୍କର ନିଦାନ ନିମନ୍ତେ ସାହାଯ୍ୟ କରିବ ।  ଏହି କୀଟ୍ ରେ ଏକ ଡିଜିଟାଲ୍ ଓଜନ ଯନ୍ତ୍ର, ଡିଜିଟାଲ୍ ବ୍ଲଡ୍ ପ୍ରେସର ମନିଟର, ଡିଜିଟାଲ୍ ହେମୋଗ୍ଲୋବିନ୍ ମିଟର, ଡିଜିଟାଲ୍ ଗ୍ଲୁକୋମିଟର, ଭ୍ରୁଣ ହୃଦସ୍ପନ୍ଦନ ମନିଟର ଏବଂ ପରିସ୍ରା ଡିପଷ୍ଟିକ୍ ପରୀକ୍ଷା ଉପକରଣ ରହିଛି । ଏହି ସମସ୍ତ ଡାଇଗ୍ନୋଷ୍ଟିକ୍ ଉପକରଣଗୁଡ଼ିକ ବ୍ଲୁଟୁଥ୍ ମାଧ୍ୟମରେ ମୋବାଇଲ୍ ଫୋନ୍ ସହିତ ସଂଯୁକ୍ତ । ସଂଗୃହିତ ତଥ୍ୟଗୁଡିକ ଏକ ମୋବାଇଲ୍ ଆପ୍ ମାଧ୍ୟମରେ ସଂଗ୍ରହ କରାଯାଇ ଏବଂ ରିଅଲ୍-ଟାଇମ୍ ରେ ଏକ କେନ୍ଦ୍ରୀୟ ଡାଟାବେସରେ ଅପଡେଟ୍ ହେବ ।

ଜେଏସପି ଏବଂ ଜେଏସପି ଫାଉଣ୍ଡେସନ ସ୍ଥାନୀୟ ଜନସାଧାରଣଙ୍କ ଉନ୍ନତି ପାଇଁ ଅନୁଗୁଳ ଜିଲ୍ଲାରେ ଅନେକ ବିକାଶମୂଳକ ପଦକ୍ଷେପ କାର୍ଯ୍ୟକାରୀ କରୁଛନ୍ତି । ଜିଲ୍ଲାର କିଶୋର ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ ନିମନ୍ତେ କାର୍ଯ୍ୟକାରୀ ହେଉଥିବା  ଅଭିନବ କାର୍ଯ୍ୟକ୍ରମ କିଶୋରୀ ଏକ୍ସପ୍ରେସ ବିଭିନ୍ନ ମହଲରୁ ମାନ୍ୟତା ଏବଂ ପ୍ରଶଂସା ଲାଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button