ରାଜ୍ୟ

ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଘିଅର ମାନ ନେଇ ପ୍ରଶ୍ନ ଉଠାଇଲେ ସେବାୟତ

ମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାରେ ଥିବା ତୁଳସୀ କ୍ଷେତ୍ର ଶ୍ରୀବଳଦେବଜୀଉ ମନ୍ଦିରରେ ବ୍ୟବହୁତ ଘିଅର ମାନ ନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ ଓ ଭକ୍ତ। ମନ୍ଦିରରେ ଅପମିଶ୍ରିତ ଘିଅରେ ଶ୍ରୀବଳଦେବଜୀଉଙ୍କ ନିତ୍ୟ ଭୋଗ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଘିଅର ମାନ ଯାଞ୍ଚ କରିବାକୁ ଦାବି ହୋଇଛି।

ଗତକାଲି ଜଗତସିଂହପୁର ଜିଲାର ମା’ ଶାରଳାଙ୍କ ମନ୍ଦିରରେ ବ୍ୟବହୁତ ଘିଅର ମାନ ଯାଞ୍ଚ କରାଯାଇଥିଲା। ସୂଚନା ଅନୁସାରେ ତିରୁପତିଙ୍କ ଲଡୁରେ ପଶୁ ଚର୍ବି ମିଶିବା ନେଇ ଖବର ପ୍ରଶାସରଣ ପରେ ଏବେ ରାଜ୍ୟରେ ସବୁ ମନ୍ଦିରରେ ଘିଅର ମାନ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button