ମନ୍ଦିରକୁ ମହିଳାମାନଙ୍କୁ ଖୋଲା କେଶ କରିକି କାହିଁକି ଯିବାକୁ ଦିଆ ଯାଏ ନାହିଁ? ଜାଣନ୍ତୁ ଏହାର ପ୍ରକୃତ କାରଣ..

ହିନ୍ଦୁ ଧର୍ମରେ ମନ୍ଦିର ଯିବାକୁ ନେଇକି ଅନେକ ନିୟମ ତିଆରି କରାଯାଇଛି | ଶାସ୍ତ୍ରରେ ମହିଳାମାନଙ୍କୁ ନେଇକି ମଧ୍ୟ କିଛି ନିୟମ ଦେଖିବାକୁ ମିଳେ | ଯେମିତି ମାସିକ ଧର୍ମ ସମୟ ରେ ମହିଳାମାନଙ୍କୁ ମନ୍ଦିର ଯିବା ଆଉ କିଛି ଅନ୍ୟ କାମ କରିବାକୁ ବାରଣ ହୋଇଥାଏ | ଠିକ ଏମିତି ହିଁ କୁହାଯାଏ କି ମହିଳାମାନଙ୍କୁ ଖୋଲା କେଶ କରିକି ମନ୍ଦିର କୁ ପ୍ରବେଶ କରିବା ଉଚିତ ନୁହେଁ | କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର କାରଣ?
ଖୋଲା କେଶ ରେ ମହିଳାମାନେ ଯାଆନ୍ତୁ ନାହିଁ ମନ୍ଦିର :
ଶାସ୍ତ୍ର ଅନୁଯାୟୀ ମହିଳାମାନଙ୍କୁ ଖୋଲା କେଶ କରିକି ନା ମନ୍ଦିର ଯିବା ଉଚିତ ଆଉ ନା ହିଁ ଭଗବାନଙ୍କର ପୂଜା ପାଠ କରିବା ଉଚିତ | ଏହାର କାରଣ ଏହା ଅଟେ କି ମନ୍ଦିର ଯିବା ସମୟ କିମ୍ଵା ଭଗବାନ ଙ୍କୁ ପୂଜା କରିବା ସମୟ ରେ ଆପଣଙ୍କ ମନ ଶାନ୍ତ ରହିବା ଉଚିତ | ଏହି ସମୟ ରେ ଆପଣଙ୍କ ମନରେ କୌଣସି ଖରାପ ଚିନ୍ତା ଆସିବା ଉଚିତ ନୁହେଁ |ଆପଣଙ୍କ ମନ ନକାରାତ୍ମକ ଭାବନାରୁ ମୁକ୍ତ ହେବା ଉଚିତ | ଯେମିତିକି ଆମେ ପୂଜା କରିବା ପୂର୍ବରୁ ସ୍ନାନ କରିକି ଶରୀର ସଫା କରିଥାଉ, ସଫା ପୋଷାକ ପିନ୍ଧିବା ଠିକ ସେମିତି ହିଁ ଆମ ମନ ମଧ୍ୟ ସଫା ହେବା ଉଚିତ |

ଆସିଥାଏ ଦୁର୍ଭାଗ୍ୟ :
ଯଦିଓ ଖୋଲା କେଶକୁ ନକାରାତ୍ମକତାର ପ୍ରତୀକ ଭାବରେ ବିବେଚନା କରାଯାଏ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଖୋଲା କେଶ ହେତୁ ନକାରାତ୍ମକ ଶକ୍ତି ଶରୀରରେ ଶୀଘ୍ର ପ୍ରବେଶ କରିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଖୋଲା କେଶରେ ଭଗବାନଙ୍କୁ ଉପାସନା କରନ୍ତି,ସେତେବେଳେ ଏହା ଗ୍ରହଣୀୟ ହୋଇନଥାଏ | ଆମକୁ ସେହି ପୂଜାର ଉପଯୁକ୍ତ ଫଳାଫଳ ମିଳେ ନାହିଁ | ଅପରପକ୍ଷେ, ଦୁର୍ଭାଗ୍ୟ ଆମ ପଛରେ ପଡ଼ିଯାଏ |
ଈଶ୍ୱରଙ୍କ ଅପମାନ ହୋଇଥାଏ :
ଅନ୍ୟ ଏକ କାରଣ ଏହା ମଧ୍ୟ ଅଛି ଯେ ଖୋଲା କେଶ ଥିବାବେଳେ ମହିଳାମାନଙ୍କର ଧ୍ୟାନ କେବଳ ସେମାନଙ୍କ କେଶ ଉପରେ ହିଁ ରହି ଥାଏ | ଏପରି ପରିସ୍ଥିତିରେ ସେ ଇଶ୍ବରଙ୍କ ଉପାସନାରେ ଧ୍ୟାନ ଦେବାରେ ଅସମର୍ଥ ହୋଇଥାନ୍ତି | ତେଣୁ ମହିଳାମାନେ ସବୁବେଳେ କେଶ ବନ୍ଧା କରି ମନ୍ଦିରରେ ପ୍ରବେଶ କରିବା ଉଚିତ୍ | ଏହା ନକରିବା ମଧ୍ୟ ଇଶ୍ବରଙ୍କ ପ୍ରତି ଅପମାନ ବୋଲି ବିବେଚନା କରାଯାଏ | ଅନ୍ୟ ଏକ ବିଶ୍ୱାସ ଅନୁଯାୟୀ,ଖୋଲା କେଶ ମଧ୍ୟ ମନ୍ଦ ଶକ୍ତିକୁ ଆକର୍ଷିତ କରିଥାଏ | ତେଣୁ, ମନ୍ଦିର ବ୍ୟତୀତ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଖୋଲା କେଶ କରି କୌଣସି ସ୍ଥାନକୁ ଯିବା ଉଚିତ୍ ନୁହେଁ |




