IBN ଓଡ଼ିଶା ବ୍ୟୁରୋ

ପୁଣି ବିବାଦରେ ତିରୁପତି ମନ୍ଦିର, ଅନ୍ନ ପ୍ରସାଦରେ ବିଛା ପଡ଼ିଥିବା ଭକ୍ତଙ୍କ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରର ଲଡୁରେ ପଶୁ ଚର୍ବି ଥିବା ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଉକ୍ତ ମନ୍ଦିରର ପ୍ରସାଦକୁ ନେଇ ଆଉ ଏକ ବିବାଦ ଦେଖାଦେଇଛି । ଜଣେ ଭକ୍ତ ଦାବି କରିଛନ୍ତି ଯେ ପରସାଯାଇଥିବା ଅନ୍ନ ପ୍ରସାଦରେ ବିଛା ଥିଲା । ତେବେ ମନ୍ଦିରର ପରିଚାଳନା କରୁଥିବା ଟ୍ରଷ୍ଟ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏଭଳି ଦାବିକୁ ଖଣ୍ଡନ କରିଛି।

ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ, ତିରୁମାଲା ତିରୁପତି ଦେବସ୍ଥାନମଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମାଧବ ନୀଳାୟମସ୍ଥିତ ଅନ୍ନପ୍ରସାଦମରେ ଏକ ବିଛା ମିଳିବା ଅଭିଯୋଗକୁ ନିନ୍ଦା କରିବା ସହ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଟିଟିଡି ଗରମ ଅନ୍ନ ପ୍ରସାଦ ପ୍ରସ୍ତୁତ କରିଥାଏ ଏବଂ ଅନ୍ନପ୍ରସାଦମରେ ଏକ ବିଛା ପଡ଼ିଥିବା ନେଇ ଭକ୍ତ କରିଥିବା ଦାବି ବିଶ୍ବାସଯୋଗ୍ୟ ନୁହେଁ ।

ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ, ତିରୁମାଲା ତିରୁପତି ଦେବସ୍ଥାନମଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମାଧବ ନୀଳାୟମସ୍ଥିତ ଅନ୍ନପ୍ରସାଦମରେ ଏକ ବିଛା ମିଳିବା ଅଭିଯୋଗକୁ ନିନ୍ଦା କରିବା ସହ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଦର୍ଶନ ପାଇଁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଟିଟିଡି ଗରମ ଅନ୍ନ ପ୍ରସାଦ ପ୍ରସ୍ତୁତ କରିଥାଏ ଏବଂ ଅନ୍ନପ୍ରସାଦମରେ ଏକ ବିଛା ପଡ଼ିଥିବା ନେଇ ଭକ୍ତ କରିଥିବା ଦାବି ବିଶ୍ବାସଯୋଗ୍ୟ ନୁହେଁ । ଦହିରେ ଚାଉଳ ମିଶାଇଲେ ମଧ୍ୟ ଏହି ଜୀବ କାହାର ନଜରରୁ ବର୍ତ୍ତି ପାରିବ ନାହିଁ। ଏହାବ୍ୟତୀତ ଟିଟିଡି କହିଛି ଯେ ଏହା ପବିତ୍ର ଅନୁଷ୍ଠାନକୁ ବଦନାମ କରିବା ଏବଂ ପ୍ରଭୁଙ୍କ ଆଶୀର୍ବାଦ ଭାବରେ ଅନ୍ନ ପ୍ରସାଦ ଗ୍ରହଣ କରୁଥିବା ଭକ୍ତଙ୍କ ଭାବନାକୁ ଆଘାତ ଦେବା ପାଇଁ ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ । ଭିତ୍ତିହୀନ ଓ ମିଥ୍ୟା ଖବରଠାରୁ ଦୂରେଇ ରହି ଶ୍ରୀ ଭେଙ୍କଟେଶ୍ୱର ଓ ଟିଟିଡି ଉପରେ ବିଶ୍ୱାସ ରଖିବାକୁ ଭକ୍ତମାନଙ୍କୁ ନିବେଦନ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button