ମନୋରଞ୍ଜନ

୪ ପିଲାଙ୍କ ମେଳରେ ଜନ୍ମଦିନ କେକ୍‌ କାଟିଲେ ସୈଫ୍‌, ଫଟୋ ସେୟାର କଲେ ପତ୍ନୀ କରୀନା – Ibnodisha

[ad_1]

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ସୈଫ୍‌ ଖାନ ଗତକାଲି (ଅଗଷ୍ଟ ୧୬) ତାରିଖରେ ତାଙ୍କର ୫୩ ତମ ଜନ୍ମଦିନ ପାଳନ କରିଛନ୍ତି। ସେ ତାଙ୍କ ଜନ୍ମଦିନକୁ ନିଜ ଘରେ ପାଳନ କରିଛନ୍ତି। ତାଙ୍କ ସହ ପତ୍ନୀ କରୀନା କପୁର ଏବଂ ତାଙ୍କର ଚାରି ପିଲା ମଧ୍ୟ ଥିଲେ ଜନ୍ମଦିନ ଅବସରରେ। ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ଅଲି ଖାନ, ପୁଅ ଇବ୍ରାହିମ ଅଲି ଖାନ ଏବଂ ଦ୍ବିତୀୟ ପତ୍ନୀ କରୀନାଙ୍କ ଦୁଇ ପୁଅ ତୈମୁର୍‌ ଅଲି ଖାନ୍‌ ଓ ଜୈହ ଉପସ୍ଥିତ ଥିଲେ। କରୀନା ଏବଂ ସାରା ସୋସିଆଲ ମିଡିଆରେ ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଫଟୋକୁ ସେୟାର କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି।

ଫଟୋ ସେୟାର କରିବା ସହ କରୀନା କପୁର ଖାନ କ୍ୟାପସନରେ ସୈଫ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କରୀନାଙ୍କ ଏହି ପୋଷ୍ଟ୍‌କୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି। ଫଟୋରେ ସୈଫ୍‌ଙ୍କ ଭଉଣୀ ‘ଜନ୍ମଦିନର ଶୁଭେଚ୍ଛା ଭାଇଜାନ୍‌’ ବୋଲି ଲେଖିଥିବା ବେ‌ଳେ ଅଭିନେତ୍ରୀ କଙ୍ଗନା ରାଣାୱତ ‘ଜନ୍ମଦିନର ଶୁଭେଚ୍ଛା ସୈଫ୍‌’ ବୋଲି ଲେଖିଛନ୍ତି।

 

ସୈଫ୍‌ ପ୍ରଥମେ ଅମୃତା ସିଂଙ୍କୁ ୧୯୯୧ ମସିହାରେ ବିବାହ କରିଥିଲେ। ଯାହାଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ ସାରା ଏବଂ ଇବ୍ରାହିମ ଅଛନ୍ତି। ୨୦୦୪ ମସିହାରେ ସୈଫ୍‌ ଏବଂ ଅମୃତା ଛାଡପତ୍ର ହୋଇଥିଲେ। ଏହା ପରେ, ୨୦୧୨ ମସିହାରେ, ସୈଫ୍‌ ଦ୍ୱିତୀୟ ଥର ପାଇଁ କରୀନା କପୁରଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ‌ତୈମୁର ଓ ଜୈହ ନାମରେ ଦୁଇଟି ପୁଅ ଅଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button