IBN ଓଡ଼ିଶା ବ୍ୟୁରୋ

ସୋଏବ ମଲିକଙ୍କ ପତ୍ନୀ ସନା ଜାଭେଦଙ୍କ ପୂର୍ବତନ ସ୍ୱାମୀ କଲେ ଦ୍ୱିତୀୟ ବିବାହ

ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ତୃତୀୟ ପତ୍ନୀ ସନା ଜାଭେଦଙ୍କ ପୂର୍ବତନ ସ୍ୱାମୀ ପୁଣିଥରେ ବିବାହ କରିଛନ୍ତି । ସନାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଉମୈର ଜସଓ୍ୱାଲ ଦ୍ୱିତୀୟ ଥର ପାଇଁ ବିବାହ କରି ଫ୍ୟାନ୍‌ମାନଙ୍କୁ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି ।

ପୂର୍ବତନ ପତ୍ନୀ ସନା ଜାଭେଦ ଓ ସୋଏବ ମଲିକଙ୍କ ବିବାହର ୯ ମାସ ପରେ ଉମୈର ମଧ୍ୟ ଲୁଚାଛପାରେ ଦ୍ୱିତୀୟ ବିବାହ କରି ନେଇଛନ୍ତି ।

ସେ ନିଜ ନିକାହର ଫଟୋ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯଦିଓ ସେ ବିବାହର କେବଳ ଗୋଟିଏ ହିଁ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ସେ ଆଇଭରୀ ରଙ୍ଗର ଶେର୍‌ଓ୍ୱାନୀ ପିନ୍ଧି ବର ବେଶ ସାଜିଥିବାର ନଜର ଆସୁଛନ୍ତି । ଉମୈର କାହାକୁ ହସିକି ଚାହୁଁଥିବାର ଦେଖାଯାଉଛନ୍ତି । ତାଙ୍କର ଖୁସି ଦେଖି ଲାଗୁଛି ଯେ ତାଙ୍କ ସାମ୍ନାରେ ତାଙ୍କର ନୂଆ କନିଆଁ ହିଁ ବସିଛନ୍ତି ।

କିନ୍ତୁ ଉମୈର ଏ ପର୍ଯ୍ୟନ୍ତ ତାଙ୍କ ଦ୍ଵିତୀୟ ପତ୍ନୀଙ୍କର ମୁଖ ମଣ୍ଡଳ ଫ୍ୟାନ୍‌ମାନଙ୍କୁ ଦେଖାଇ ନାହାନ୍ତି । ତାଙ୍କ ଦ୍ୱିତୀୟ ପତ୍ନୀ କିଏ, ତାହା ଜାଣିବା ପାଇଁ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ୱେଡିଂ ଫଟୋରେ ଫ୍ୟାନ୍‌ମାନେ ତାଙ୍କୁ ବିବାହର ଶୁଭେଚ୍ଛ ଜଣାଉଛନ୍ତି । କହି ରଖୁଛୁ, ଉମୈର ଜସଓ୍ୱାଲ ପେସାରେ ଜଣେ ଗାୟକ । ପାକିସ୍ତାନରେ ତାଙ୍କର ବେଶ୍‌ ନାଁ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button