IBN ଓଡ଼ିଶା ବ୍ୟୁରୋ
ଆରଜି କର ମେଡିକାଲ୍ ବିବାଦ; ଆନ୍ଦୋଳନ ମଧ୍ୟରେ ୫୦ ବରିଷ୍ଠ ଡାକ୍ତରଙ୍କ ଇସ୍ତଫା

କୋଲକାତା: ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରାୟ ୫୦ ଡାକ୍ତର ଇସ୍ତଫା ଦେଇଛନ୍ତି। ଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ଦାବି କରି ଆମରଣ ଅନଶନରେ ବସିଥିବା ଡାକ୍ତରଙ୍କୁ ସମର୍ଥନ ଦେବାକୁ ଯାଇ ଡାକ୍ତରମାନେ ଇସ୍ତଫା ଦେଇଛନ୍ତି।
ଏହି ବରିଷ୍ଠ ଡାକ୍ତରମାନେ ଡାକ୍ତରଖାନାର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ପଦକ୍ଷେପ ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରଙ୍କ ପାଇଁ ଆମର ଏକତାର ପ୍ରତୀକ ଅଟେ।
ଟ୍ରେନି ମହିଳା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବିରେ ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରମାନେ ମଧ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ତେବେ ବରିଷ୍ଠ ଡାକ୍ତରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଜୁନିୟର ଡାକ୍ତରମାନେ ନ୍ୟାୟ ଦାବିକରି ଗତ ଚାରି ଦିନ ଧରି ଆମରଣ ଅନଶନ କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନାହିଁ।