IBN ଓଡ଼ିଶା ବ୍ୟୁରୋ

ବଡ ସୂଚନା ଦେଲେ ମନ୍ତ୍ରୀ; ମୁମ୍ବାଇରେ ହେବ ଦୁଇ ଦିନିଆ ନିବେଶ ସମ୍ମିଳନୀ

ଡ ସୂଚନା ଦେଲେ ମନ୍ତ୍ରୀ। ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ । ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଦିନିଆ ନିବେଶକ ସମ୍ମିଳନୀ ମୁମ୍ବାଇରେ ଆୟୋଜିତ ହେବ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ।

ସୂଚନା ମୁତାବକ, ଆସନ୍ତା ୧୮ ଓ ୧୯ ତାରିଖରେ ଶିଳ୍ପ ନଗରୀ ମୁମ୍ବାଇରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ଅନ୍ୟ ବରିଷ୍ଠ ଅଧିକାରୀ । ତେବେ ରାଜ୍ୟରେ ଶିଳ୍ପାୟନ ଲାଗି ଦିଲ୍ଲୀ ପରେ ମୁମ୍ବାଇରେ ନିବେଶକ ଓ ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଏଥିସହିତ ୧୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଇଣ୍ଡିଆ କେମ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଯାହାକୁ କି କେନ୍ଦ୍ର ରସାୟନ ମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିବେ । ତେବେ ଓଡ଼ିଶାର ପାରାଦ୍ୱୀପ, ଗୋପାଳପୁର ଓ ଧାମରାକୁ କେମିକାଲ ଶିଳ୍ପ ଆସିବା ଲାଗି ସମ୍ଭାବନା ରହିଛି । ୧୯ ତାରିଖରେ ୩୦୦ରୁ ଅଧିକ ନିବେଶକଙ୍କ ସହ ଆଲୋଚନା କରିବେ ଓଡିଶା ସରକାର । ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।

ଅନ୍ୟପଟେ କେନ୍ଦୁଝରରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ । ଉକ୍ତ ଶିଳ୍ପ ପ୍ରତିଷ୍ଠା ଲାଗି ଦୁଇଟି ସ୍ଥାନ ନିରୂପଣ ଲାଗି ନିର୍ଦ୍ଦେଶ ରହିଛି । ଷ୍ଟିଲ ଶିଳ୍ପର ବଡ଼ ନିବେଶକଙ୍କ ସହ ଆଲୋଚନା ଚାଲିଛି । ପୂର୍ବ ସରକାର ଲୋକ ଦେଖାଣିଆ ଭାବେ ଷ୍ଟିଲ ପ୍ଲାଣ୍ଟ ଘୋଷଣା କରିଥିଲେ । ଲୋକଙ୍କ ସରକାର କଥାରେ ନୁହେଁ, କାର୍ଯ୍ୟରେ କରି ଦେଖାଇବ ବୋଲି ସେ କହିଛନ୍ତି । କେନ୍ଦୁଝରରେ ମୋହନ ସରକାର ନିଶ୍ଚୟ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button