IBN ଓଡ଼ିଶା ବ୍ୟୁରୋ

ଦୀପାବଳିରେ ଭୁଲରେ କରନ୍ତୁ ନାହିଁ ଏହି କାର୍ଯ୍ୟ

 ଦୀପାବଳି ସୁଖ, ସମୃଦ୍ଧି ଏବଂ ଧନର ପର୍ବ । ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ଦିନ ଆଲୋକର ପର୍ବ ପାଳନ କରାଯାଏ । ଏହା ଅତ୍ୟନ୍ତ ଶୁଭ ଦିନ ଭାବରେ ବିବେଚନା କରାଯାଏ ଏବଂ ଏହି ଦିନ ଲୋକମାନେ ଲକ୍ଷ୍ମୀ-ଗଣେଶ ପ୍ରତିମୂର୍ତ୍ତି ଘର, ଦୋକାନ ଏବଂ କାରଖାନାରେ ରଖି ପୂଜାର୍ଚ୍ଚନା କରନ୍ତି ।

ଏହି ବର୍ଷ ଦୀପାବଳିର ପର୍ବ 31 ଅକ୍ଟୋବର 2024 ରେ ପାଳନ କରାଯିବ ।

ଦୀପାବଳି ଦିନ ଲୋକମାନେ ଘରକୁ ଭଲ ଭାବରେ ସଫା କରନ୍ତି, ଏହାକୁ ସଜାନ୍ତି, ରଙ୍ଗୋଲି ତିଆରି କରନ୍ତି, ମିଠା, ନାନା ପ୍ରକାରର ଖାଦ୍ୟ ପ୍ରସ୍ତୁତ କରନ୍ତି । ସନ୍ଧ୍ୟାରେ ଲକ୍ଷ୍ମୀ ପୂଜା କରାଯାଏ । ତେଣୁ, ଏହି ଶୁଭ ଦିନରେ କିଛି ଭୁଲ୍ କାର୍ଯ୍ୟ କରନ୍ତୁ ନାହିଁ । ଯାହା ଦ୍ୱାରା ମା’ଲକ୍ଷ୍ମୀଙ୍କ ଅସନ୍ତୋଷର କାରଣ ହୋଇପାରେ ।

ଦୀପାବଳି ରାତିରେ ଅନେକ ଲୋକ ଜୁଆ ଖେଳନ୍ତି କିନ୍ତୁ ଏପରି କରିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଏହି ଦିନ ଦେବୀ ଲକ୍ଷ୍ମୀ ଜୁଆ ଖେଳ, ମଦ୍ୟପାନ ଇତ୍ୟାଦି କାର୍ଯ୍ୟ କରିବା ଦ୍ୱାରା କ୍ରୋଧିତ ହୁଅନ୍ତି। ଦେବୀ ଲକ୍ଷ୍ମୀ ଏପରି ଘରେ ରହନ୍ତି ନାହିଁ ଯେଉଁଠାରେ ଏପରି କାର୍ଯ୍ୟକଳାପ ହୁଏ ଏବଂ ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡେ । ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଦେବୀ ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ ଯେଉଁଠାରେ ମଦ୍ୟପାନ କରାଯାଏ ।

ମହିଳାମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ: ଘରର ମହିଳାଙ୍କୁ ଗୃହ ଲକ୍ଷ୍ମୀ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ, ମାତା ଲକ୍ଷ୍ମୀ ସେହି ଘରେ ରୁହନ୍ତି ଯେଉଁଠାରେ ଜଣେ ମହିଳାଙ୍କୁ ସମ୍ମାନ ଦିଆଯାଏ । ଅପରପକ୍ଷେ, ଯେଉଁ ଘରେ ପତ୍ନୀ କିମ୍ବା ଘରର ମହିଳାଙ୍କୁ ଅସମ୍ମାନ କରାଯାଏ ସେଠାରେ ଅର୍ଥନୈତିକ ପ୍ରଗତି ବନ୍ଦ ହୋଇଯାଏ ।

ଘରକୁ ଅନ୍ଧାର ରଖନ୍ତୁ ନାହିଁ:ଦୀପାବଳି ହେଉଛି ଆଲୋକର ପର୍ବ । ତେଣୁ ମନେରଖନ୍ତୁ ଯେ ଦୀପାବଳି ଦିନ ଘରର ପ୍ରତ୍ୟେକ କୋଣକୁ ଦିପରେ ସଜାନ୍ତୁ । ଦୀପାବଳି ରାତିରେ ଦୀପ ଜାଳିବା ସହିତ ମନେରଖନ୍ତୁ ଯେ ଘରର ପ୍ରତ୍ୟେକ କୋଠରୀରେ ଆଲୋକ ରହିବା ଉଚିତ୍ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button