ଗ୍ରାହକଙ୍କ ପାଇଁ ଖୁସି ଖବର କମିଲା ସୁନା ଦର

ନବରାତ୍ରୀ ଶେଷ ହୋଇଛି ହେଲେ ଆଗକୁ ରହିଛି ଦୀପାବଳି ଏବଂ ଧନତେରଶ । ସାଧାରଣତଃ ଲୋକ ମାନେ ଏହି ସମୟରେ ସୁନା-ରୂପା କିଣିବା ପାଇଁ ପସନ୍ଦ କରନ୍ତି । ଯଦିଓ ଦୀପାବଳି ଆସିବାର କିଛି ସମୟ ଅଛି, ତଥାପି ଏହାର ସୁନା ଓ ରୂପା ଉପରେ ଏହାର ପ୍ରଭାବ ଦୃଶ୍ୟମାନ ହୋଇଛି । ଅଳଙ୍କାରଠାରୁ ଆରମ୍ଭ କରି ପୁଞ୍ଜି ବିନିଯୋଗ ପର୍ଯ୍ୟନ୍ତ ସୁନା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ ।
ଆଜି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ପାଇଛି । ଆଜି ଭାରତରେ ସୁନା ମୂଲ୍ୟ 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 70,950 ଟଙ୍କା ରହିଛି । ସେହିପରି 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 77,400 ଟଙ୍କା ରହିଛି । ଆଜି ଭାରତରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି 96,900 ଟଙ୍କା ରହିଛି ।
ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 70,950 ଟଙ୍କାର ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 77,400 ଟଙ୍କା ରହିଛି । ଅନ୍ୟପକ୍ଷରେ ଚେନ୍ନାଇରେ 22 କ୍ୟାରେଟ୍ ସୁନା 10 ଗ୍ରାମ ମୂଲ୍ୟ 70,950 ଟଙ୍କା ରହିଛି 24 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 77,400 ଟଙ୍କା ରହିଛି ।
ରାଜଧାନୀ ଦିଲ୍ଲୀରେ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 71,100 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଦର 77, 550 ଟଙ୍କା ରହିଛି ।




