ରାଜ୍ୟ

ଦିନକୁ ଦିନ ଉପରମୁହାଁ ହେଉଛି ପିଆଜ ଦର

ଭୁବନେଶ୍ୱର:ଦୀର୍ଘ ଦିନ ଧରି ବେଲଗାମ୍‌ ଥିବା ପିଆଜ ଦର କିଲୋ ପିଛା ୨୦ ଟଙ୍କାରୁ ବଢ଼଼ି ବଢ଼଼ି ୭୫ ଟଙ୍କା ପର୍ୟ୍ୟନ୍ତ ପହଁଚିଲାଣି। ସହରରେ ଥିବା ଖୁଚୁରା ଦୋକାନୀ ପିଆଜ କିଲୋ ପିଛା ୬୫ରୁ ୭୫ଟଙ୍କା ମଧ୍ୟରେ ବିକ୍ରି କରୁଥିଲା ବେଳେ ଗାଁ ଗହଳିରେ ୭୫ ଟଙ୍କାରୁ ଟଙ୍କାଟିଏ ବି କମ୍‌ କରୁ ନାହାନ୍ତି। ଆଳୁ ଭଳି ପିଆଜ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ସାଧାରଣଲୋକ ବର୍ଦ୍ଧିତ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି।

ବେଲଗାମ୍‌ ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ଯୋଗାଣ ବିଭାଗ କେବଳ ଭୁବନେଶ୍ୱର ଓ କଟକ ଭଳି କିଛି ସହରରେ ଲୋକଙ୍କୁ ନାଫେଡ୍‌ ଜରିଆରେ କିଲୋ ପିଛା ୩୫ଟଙ୍କା ଦରରେ ୨ କିଲୋ ପିଆଜ ଧରାଇଦେଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ବସିଯାଇଛି।ଏବେ ପିଆଜର ମହଙ୍ଗାମାଡ଼ ଗ୍ରାହକଙ୍କୁ ଆକ୍ତାମାତା କରି ଦେଲାଣି। ରାଜ୍ୟର ଦୈନିକ ପିଆଜ ଆବଶ୍ୟକତା ୧୫ଶହରୁ ୧୬ଶହ ଟନ୍‌ ମଧ୍ୟରେ ରହିଥାଏ। ଘରୋଇ ଉତ୍ପାଦନ ସହ ପିଆଜ ମୁଖ୍ୟତଃ ବେଙ୍ଗାଲୁରୁ, ନାସିକ ଏବଂ କର୍ଣ୍ଣୁଲରୁ ଆସିଥାଏ।
ସେପଟେ ଆକାଶଛୁଆଁ ପିଆଜ ଦରକୁ ଲଗାମ୍‌ କଷିବା ପାଇଁ ସାମ୍ନାକୁ ଆସିଥିବା ସରକାରଙ୍କ ସଂକଟମୋଚକ ସଂସ୍ଥା ନାଫେଡ୍‌ ସହରଗୁଡ଼ିକରୁ ଏକ ପ୍ରକାର ଉଭାନ୍‌ ହୋଇଯାଇଛି। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଲୋକ ଦେଖାଣିଆ ଭ୍ୟାନ୍‌ ଛିଡ଼ା କରି ୩୫ ଟଙ୍କାରେ ପିଆଜ ବିକ୍ରି କରୁଛି। ପିଆଜ ଦର ତଳକୁ ଖସାଇବାକୁ ନାଫେଡ୍‌ର ଏହି ପଦକ୍ଷେପ କାମ କରୁନି। ପିଆଜ ଦର ତଳକୁ ଯିବା ବଦଳରେ ଦିନକୁ ଦିନ ଉପରମୁହାଁ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button