IBN ଓଡ଼ିଶା ବ୍ୟୁରୋ

” ଲାଖମରା” ବା ଲାଖବିନ୍ଧା ପର୍ବ। ଏକ ଅନନ୍ୟ ପରମ୍ପରା

ଭାରତବର୍ଷ ଏକ ବହୁ ପୁରାତନ ଦେଶ ଯେଉଁଠି ଅନେକ ସାମ୍ପ୍ରଦାୟିକ ପରମ୍ପରା ଓ ସଂସ୍କୃତି ଦେଖିବାକୁ ମିଳିଥାଏ। ଏହିଭଳି ଏକ ଅନନ୍ୟ ପରମ୍ପରା ହେଉଛି ରାୟଗଡ ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଏହି ଲାଖବିନ୍ଧା । ସାଧାରଣତଃ ରାଜାରାଜୁଡ଼ାଙ୍କ ଅମଳରୁ ଚାଲି ଆସୁଥିବା ଏହି ପରମ୍ପରାକୁ ଆଜି ଆମେ ସାଧାରଣତଃ ବିଶ୍ୱସ୍ତରରେ ଏକ କ୍ରୀଡା ରୂପେ ମଧ୍ୟ ଦେଖି ଆସୁଛୁ।

ଏହି ଲଖମରା ବିଜୟଦଶମୀ ତଥା ଦଶହରା ଦିନ ଅତି ନୀତି ନିୟମର ସହ ପାଳନ କରାଯାଇଥାଏ । ଏହି ଲାଖମରା ଉପଲକ୍ଷେ ଗାଁ ଗାଁରୁ ବାସୁଛି ଧୂପ,ଦୀପ,ଜଡାର ଗନ୍ଧ।ଦୂରଦୂରରୁ ଶୁଣିବାକୁ ମିଳୁଛି ଢୋଲ ନିଶାନର ଶବ୍ଦ। ଆଶ୍ବିନ ମାସର ଦୂରରୁ ଶୁଣାଯାଉଥିବା ନିଶାନ ଶବ୍ଦରେ ଜାିଣିପାରନ୍ତି ପାର୍ବଣ ରୁତୁ ଆସିଛି ଆଉ ଏଠାରେ କୈଣସି ରୂପରେ ଏକ ଶକ୍ତି ପୂଜା ପାଉଛନ୍ତି।ରାଜାରାଜୁଡା ଅମଳରୁ କାଶୀପୁରରେ ଏମିତି ଏକ ପରମ୍ପରାରୁ ଚାଲିଆସୁଛି ଲାଖବିନ୍ଧା ପର୍ବ।ମା ମାଣିକେଶ୍ବରୀଙ୍କ ମନ୍ଦିରରେ ମୂଳାଷ୍ଟମିରୁ ମହାଷ୍ଟମି ୧୬ଦିନ ଧରି ଷୋଡଷ ଉପଚାର ଓ ତନ୍ତ୍ର ପୂଜା କରିବା ପରେ ନବମିଗତେ ଦଶମି ତିଥିରେ ମନ୍ଦିର ଓ ରାଜ ପରମ୍ପରା ଅନୁଯାଇ ବୁଢାରାଜା ପୀଠରେ ଅନୁଷ୍ଠିତ ହୁଏ ଲାଖବିନ୍ଧା ପର୍ବ।ଅପରାଜିତା ପୂଜା ବିଧି ସମ୍ପନ୍ନ କରି କାଶୀପୁର ରାଜା ତଥା ଦେବ ପରିବାରର ବଂଶଜ ରାଜା ଡାକ୍ତର ଦ୍ବିବେନ୍ଦୁ କୁମାର ଦେବଙ୍କ ଅନୁମତି କ୍ରମେ ନକଟିଗୁଡି ମନ୍ଦୀର ନିକଟରେ ଥିବା ଆମ୍ବଗଛର ଶୀର୍ଷରେ କାକୁଡି ବାନ୍ଧିଥାନ୍ତି।ମନ୍ଦିରର ପୂଜାବିଧି ସମ୍ପର୍ଣ୍ଣ ହେବାପରେ ସାତଭଉଣୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ଏକ ପଟୁଆରରେ ଜଗନ୍ନାଥ ମନ୍ଦିର ନିକଟକୁ ଆସିଥାନ୍ତି।ମା ମାଣିକେଶ୍ବରୀ ମନ୍ଦିରର ପୂଜକ ପୂଜା ପାଉଥିବା ଖଣ୍ଡାସହ ରାଜା ଦ୍ବିବେନ୍ଦୁ କୁମାର ଦେବ ଏବଂ ବୁଢାରଜା ବନ୍ଧୁକକୁ ନିଳାମ୍ବର ସିଂ ଧରି ବାହାରି ଥାନ୍ତି।ଉଭୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହେବା ପରେ ବିରାଟ ପଟୁଆର ସହିତ ଲାଖବିନ୍ଧା ପଡିିଆ ନିକଟକୁ ଯାଇଥାନ୍ତ।ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାଇ ବନ୍ଧା ଯାଇଥିବା କାକୁଡିକୁ ପ୍ରଥମେ ବୁଢାରଜାଙ୍କ ବନ୍ଧୁକରୁ ନିଳାମ୍ବର ସିଂ ଗୁଳି ଫୁଠାଇଥାନ୍ତି।ପରେ ସାଧାରଣ ଲୋକଙ୍କୁ ରାଜା ଏହି ଅନୁମତି ଦେଇଥାନ୍ତି।ଏହା ପରେ ରାଜା ମନ୍ଦିର ପରିସରରେ ନିଜର ସିଂହାସନ ଆରୋହଣକରି ନିଜର ଦରବାର ଚଲାଇଥାନ୍ତି।ଏହି ଲାଖମରା ପର୍ବ କୁ ଦେଖିବା ପାଇଁ ପର୍ବଳ ଲୋକଙ୍କ ଭିଡ ଜମିଥିଲା । ଏହି ଅବସରରେ ଆମେ ପୁର୍ବରୁ ରାଜାଙ୍କ ଯେଉଁ ଭଳି ଭାବରେ ଜୀବନ ଅତିବାହିତ କରିଥିଲେ ତାହା ମଧ୍ୟ କିଛିକାଂଶରେ ଅନୁଭୂତି କରିହୁଏ। ଏହି ଲାଖମରା ଏକ କ୍ରିଡା ଭିତ୍ତିକ ପର୍ବ ଭଳି ପାଳନ କରାଯାଇଥିବା ବେଳେ ଏହାକୁ ଆଜି ମଧ୍ୟ ସବୁ ପୀଢ଼ି ଓ ସବୁ ବର୍ଗର ଲୋକ ଆପଣାଇବା ସହ ଏକାଗ୍ରତାର ସହ ଉପଭୋଗ କରୁଥିବା ନେଇ ଯେ କେହିବି ଅନୁମେୟ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button