IBN ଓଡ଼ିଶା ବ୍ୟୁରୋ

ସରିଲା 4G ର ଯୁଗ, ଖୁବ୍‌ ଶୀଘ୍ର BSNL ୟୁଜର୍ସଙ୍କ ପାଇଁ ଆସୁଛି 5G ର ସେବା

4G ପାଇଁ ଅପେକ୍ଷା କରିଥିବା BSNL ୟୁଜର୍ସମାନେ ଖୁବ ଶୀଘ୍ର 5G ସର୍ଭିସ୍‌ ପାଇବାକୁ ଯାଉଛନ୍ତି । କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତ ସଞ୍ଚାର ନିଗମ ଲିମିଟେଡର 5G ସର୍ଭିସର ଲଞ୍ଚ ଡେଟ୍‌ ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି । ଗତକାଲି ଆୟୋଯିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ BSNL 5G ସର୍ଭିସ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

ନେଟଓ୍ୱାର୍କକୁ ଅପଗ୍ରେଡ କରିବା ପାଇଁ ସରକାରୀ ଟେଲିକମ୍‌ କମ୍ପାନୀ ସାରା ଦେଶରେ ହଜାର ହଜାର ମୋବାଇଲ୍‌ ଟାଓ୍ୱାର ସ୍ଥାପନ କରୁଛି ।

କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ କମ୍ପାନୀ ଆସନ୍ତା ବର୍ଷ ଜୁନ୍‌ ୨୦୨୫ ସୁଦ୍ଧା 5G ନେଟଓ୍ୱାର୍କ ଲଞ୍ଚ କରିପାରିବ । ସେ ଆମେରିକା- ଇଣ୍ଡିଆ ଷ୍ଟ୍ରାଟେଜିକ୍‌ ପାର୍ଟନରସିପ୍‌ ଫୋରମ୍‌ ITUWTSA ରେ କହିଛନ୍ତି ଯେ ଭାରତ 4G ରେ ବିଶ୍ୱକୁ ଫଲୋ କରିଛି, 5G ମଧ୍ୟ ବିଶ୍ୱ ସହିତ ତାଳ ଦେଇ ଚାଲିଛି ଏବଂ 6G ଟେକ୍ନୋଲୋଜିରେ ଭାରତ ବିଶ୍ୱର ନେତୃତ୍ୱ କରିବ ।

ଟେଲିକମ୍‌ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କଥାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ସରକାରୀ କମ୍ପାନୀ ଅନ୍ୟ କାହାର ଉପକରଣ ବ୍ୟବହାର କରିବ ନାହିଁ । ସିନ୍ଧିଆ କହିଛନ୍ତି ଯେ ”ବର୍ତ୍ତମାନ ଏପରି ଏକ କୋର୍ ଏବଂ ରେଡିଓ ଆକ୍ସେସ୍‌ ନେଟଓ୍ୱାର୍କ ଅଛି ଯାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଟେ । ଆସନ୍ତା ବର୍ଷ ଏପ୍ରିଲ-ମେ ସୁଦ୍ଧା ଏକ ଲକ୍ଷ ସାଇଟ୍‌ ପାଇଁ ଯୋଜନା ଅଛି । ଏହି ଦୁଇଦିନ ପର୍ଯ୍ୟନ୍ତ ଆମେ ୩୮,୩୦୦ ସାଇଟ୍‌ ଲଞ୍ଚ କରିଛୁ । ”

ସେ ଆହୁରି ମଧ୍ୟ କହିଛନ୍ତି, 4G ନେଟଓ୍ୱାର୍କ ଲଞ୍ଚ ହେବାକୁ ଯାଉଛି । ଯାହା ଜୁନ୍‌ ୨୦୨୫ ସୁଦ୍ଧା 5G କୁ ଯିବ । ସରକାରୀ କମ୍ପାନୀ BSNL C-DOT ଏବଂ ଡୋମେଷ୍ଟିକ୍‌ IT କମ୍ପାନୀ TCS ର ସହଯୋଗରେ ବିକଶିତ 4G ଟେକ୍ନୋଲୋଜିକୁ ଡେଭଲପ୍‌ କରୁଛି । ସିନ୍ଧିଆ କହିଛନ୍ତି ଯେ ୨୨ ମାସ ମଧ୍ୟରେ ୪.୫ ଲକ୍ଷ ଟାଓ୍ୱାର ସ୍ଥାପନ କରିବା ସହ ଦେଶରେ ଦ୍ରୁତଗତିରେ 5G ଟେକ୍ନୋଲୋଜିକୁ ଲାଗୁ କରାଯାଇଛି ଏବଂ ଦେଶରେ ୮୦% ଲୋକଙ୍କ ପାଇଁ ଏହି ସେବା ଉବଲବ୍ଧ ହେବ ।

4G / 5G ସର୍ଭିସ ପାଇଁ BSNL ୧ ଲକ୍ଷ ନୂଆ ଟାଓ୍ୱାର ସ୍ଥାପନ କରିବାକୁ ଯୋଜନା କରିଛି । ସେଥିମଧ୍ୟରୁ ୭୫ ହଜାର ଟାଓ୍ୱାର ଏହି ବର୍ଷ ଶେଷ ସୁଦ୍ଧା ସ୍ଥାପନ କରିବାକୁ ଲକ୍ଷ ରଖାଯାଇଛି । ଏହି ବର୍ଷର ବଜେଟରେ କେନ୍ଦ୍ର ଟେଲିକମ୍‌ କମ୍ପାନୀ BSNL କୁ ରିଭାଇବ୍‌ କରିବା ପାଇଁ କେନ୍ଦ୍ର ସରକାର ହଜାର କୋଟି ବଜେଟ୍‌ ଅନୁମୋଦନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button