IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ ଖାଉଛନ୍ତି କି ଏହି ୩ଟି ଖାଦ୍ୟ! ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ହୋଇପାରେ କ୍ୟାନସର୍, ଆଜି ହିଁ ଛାଡନ୍ତୁ ଖାଇବା

ବର୍ତ୍ତମାନ ସମୟରେ କ୍ୟାନସର ମହାମାରୀ ପରି ବ୍ୟାପିବାରେ ଲାଗିଛି । କିଛି କ୍ୟାନସର ଚିକିତ୍ସା ଦ୍ୱାରା ଭଲ ହେଉଥିବାବେଳେ ଆଉ କିଛି ସିଧା ସଳଖ ଟାଣି ନେଉଛି ମଣିଷକୁ ମୃତ୍ୟୁମୁଖକୁ । କିନ୍ତୁ କ୍ୟାନସର ଏଭଳି ମହାମାରୀ ଭଳି ବ୍ୟାପିବା ପଛରେ କାରଣ କଣ ? ଆପଣଙ୍କ ଡାଏଟ ଓ ଲାଇଫ ଷ୍ଟାଇଲ ଏଥିଲାଗି ଦାୟୀ କି ? ଆଜ୍ଞା ହଁ କିଛିକାଂଶରେ ଆପଣଙ୍କ ଖାଦ୍ୟାଭାସ ଏଥିଲାଗି  ଦାୟୀ ଅଟେ। ଏଭଳି ସ୍ଥିତିରେ ଆପଣ କ୍ୟାନସରରୁ ନିଜକୁ କିଭଳି ଦୁରେଇ ରଖିବେ ତାହା ଜାଣି ରଖିବା ନିହାତି ଜରୁରୀ।

ମ୍ୟାକରୋନୀ ଏବଂ ଚିଜ୍‌ ଭଳି ଖାଦ୍ୟକୁ ନାଁ- ଚିଜ୍‌ ପାଉଡର ଏବଂ ମ୍ୟାକରୋନୀକୁ ଅଧିକ ନରମ କରିବା ଲାଗି ଏଥିରେ ବ୍ୟବହୃତ ହେଉଥିବା ଫାଥାଲେଟ୍ସ ନାମକ କେମିକାଲ ବ୍ରେଷ୍ଟ କ୍ୟାନସର ଏବଂ ଇନଫଟିଲିଟି କୁ ନିମନ୍ତ୍ରଣ ଦେଉଥିବା ତଥ୍ୟ କହୁଛି।

Hey You! Click for my number!
Ghostbusters: Frozen Empire

ପ୍ରସେସ୍ଡ ଫୁଡ୍‌ ଠାରୁ ଦୁରେଇ ରୁହନ୍ତୁ- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ରିପୋର୍ଟ ଅନୁଯାୟୀ ପ୍ରସେସ୍ଡ ଫୁଡରେ ବ୍ୟବହାର କରାଯାଉଥିବା ପ୍ରିଜରଭେଟିଭ୍ ଦ୍ୱାରା ଶରୀରକୁ କ୍ଷତି ହୋଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଛି।

କ୍ୟାନସର ବ୍ୟାପିବାର ଆଶଙ୍କା ରହିଥାଏ:

ହାଇ ଫ୍ୟାଟ୍‌ ଡାଏଟ- ପ୍ରତ୍ୟକ ଦିନ ହାଇ ଫ୍ୟାଟ୍‌ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବ୍ରେଷ୍ଟ  କ୍ୟାନସର ବ୍ୟାପିବାର ଆଶଙ୍କା ରହିଥାଏ। ତେଣୁ ଯଥା ସମ୍ଭବ ନିଜକୁ ହାଇ ଫ୍ୟାଟ୍ ଖାଦ୍ୟରୁ ଦୁରେଇ ରଖନ୍ତୁ।

କ୍ୟାନସର ସହ ଲଢିବ ଗ୍ରୀନ ଟି ଏବଂ ଫାଇବର ଯୁକ୍ତ ଖାଦ୍ୟ- ଚାଇନା କରିଥିବା ଏକ ରିସର୍ଚ ଆଧାରରେ ଗ୍ରିନ୍ ଟିରେ ଥିବା ପଲିଫେନଲ କ୍ୟାନସରକୁ ଲଢିବାରେ ବଡ ଭୂମିକା ନେଇଥାଏ। କେବଳ ଗ୍ରିନ୍ ଟି ନୁହେଁ ହାଇ ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ କ୍ୟାନସର ରିସ୍କ କମାବାରେ ବେଶ ସହାୟକ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button