IBN ଓଡ଼ିଶା ବ୍ୟୁରୋ

ଘରେ ମହିଳାମାନେ ଏହି ୫ଟି ଭୁଲ କରନ୍ତୁ ନାହିଁ , ନଚେତ ମାଆ ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ।

ଆମ ହିନ୍ଦୁ ଧର୍ମରେ ପ୍ରତ୍ୟକ ଦମ୍ପତିଙ୍କ ଶିବପାର୍ବତୀଙ୍କ ରୁପ ବୋଲି ମନାଯାଏ। ଶିବପାର୍ବତୀ ଜଣେ ଜଣଙ୍କର ରୂପ ଅଟନ୍ତି ଅର୍ଥାତ ଅଧନାରେଶ୍ୱର । ଠିକସେମିତି ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁଦୁହିଁଙ୍କର ଅର୍ଦ୍ଧାଙ୍ଗ ଅଟନ୍ତି। ସେଥିପାଇଁ ସ୍ତ୍ରୀକୁ ଅ-ର୍ଦ୍ଧା-ଙ୍ଗ-ନୀ କୁହାଯାଏ। ବିବାହ ପରେ ପତ୍ନୀ ଭାଗ୍ୟ ପାଟି ସହ ଯୋଡ଼ାଯାଇଥାଏ। ପତ୍ନୀର କର୍ମ ,ଯଜ୍ଞ, ଧର୍ମ, ପୂଜା ଆଦିର ଫଳ ସ୍ୱାମୀକୁ ମିଳିଥାଏ। ସେହିପରି ପତ୍ନୀ ଦ୍ୱାରା କରାଯାଇଥିବା ଖରାପ କର୍ମର ଫଳ ମଧ୍ୟ ସ୍ୱାମୀକୁ ସହିବାକୁ ପଡ଼ିଥାଏ। ଆମର ହିନ୍ଦୁ ସମାଜରେ ସ୍ତ୍ରୀକୁ ଘରର ଲକ୍ଷ୍ମୀ ଏବଂ ଅନ୍ନପୂର୍ଣ୍ଣା ମନାଯାଇଥାଏ। କିନ୍ତୁ କିଛି ମହିଳାଙ୍କ ଘର କାର୍ଯ୍ୟରେ ମାତା ଲକ୍ଷ୍ମୀ ରାଗିଯାନ୍ତି ଏବଂ ଘର ଛାଡ଼ି ଚାଲିଯାନ୍ତି । ଫଳରେ ଏହାପରେ ତାଙ୍କ ଭଉଣୀ ଅଲକ୍ଷ୍ମୀ ଆସି ବାସକରିଥାନ୍ତି। ଆପଣଙ୍କୁ ବି ଆପଣଙ୍କ ଘରେ ଯଦି ଏପରି କିଛି ହଉଚି ବୋଲି ଲାଗେ ତେବେ ଏହାକୁ ଶୀଘ୍ର ସୁଧାରି ନିଅନ୍ତୁ। ନଚେତ ଆପଣଙ୍କୁ ମଧ୍ୟ ଖରାପ ପରିଣାମ ସହିବାକୁ ପଡିବ।

ପ୍ରଥମ କାମ ହେଉଛି ମହିଳା ମାନେ କେବେ ମଧ୍ୟ ସନ୍ଧ୍ୟାବେଳେ ଘରେ ଚୁଟି ଖୋଲାକରି ବୁଲିବା ଉଚିତ ନୁହେଁ। କିଛି ମହିଳା ଅଛନ୍ତି ଯେଉଁମାନେ ସନ୍ଧ୍ୟା ସମୟରେ ଚୁଟି ଖୋଲା କରି ବୁଲନ୍ତି। ଏପରି କରିବା ଶାସ୍ତ୍ର ଅନୁସାରେ ଉଚିତ ନୁହେଁ। ସନ୍ଧ୍ୟା ସମୟରେ କେସ ଖୋଲିବା ଦ୍ୱାରା ଘରେ ନା-କାର-ତ୍ମ-କ ଶକ୍ତିର ପ୍ରବେଶ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଏପରି ଘରେ କେବେ ମଧ୍ୟ ବାସ କରିନଥାନ୍ତି।

Google

ଦ୍ଵିତୀୟ କଥାଟି ହେଉଛି ଆପଣ ମାନେ ଦେଖିଥିବେ କେତେକ ମହିଳା ଘରର ଦ୍ୱାର ମୁହଁରେ ବସି ଗପ କରିଥାନ୍ତି କିମ୍ବା ଦ୍ୱାର ମୁହଁରେ ବସି ଖାଦ୍ୟ ଖାଇଥାନ୍ତି। ଏପରି କରିବା ଉଚିତ ନୁହେଁ । ମାତା ଲକ୍ଷ୍ମୀ ଘରର ମୁଖ୍ୟ ଦ୍ୱାରରେ ପ୍ରବେଶ କରିଥାନ୍ତି ଏବଂ ଯଦି ଆପଣ ମୁଖ୍ୟ ଦ୍ଵାରକୁ ହିଁ ଆବଦ୍ଧ କରି ରଖିବେ ତେବେ ମାତା ଲକ୍ଷ୍ମୀ ସେହିଠାରୁ ହିଁ ଫେରି ଚାଲିଯିବେ। ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଘରର ମୁଖ୍ୟ ଦ୍ଵାରକୁ ସର୍ଵଦା ସ୍ୱଚ୍ଛ ଏବଂ ସୁନ୍ଦର ରଖନ୍ତୁ। ଫଳରେ ମାତା ଲକ୍ଷ୍ମୀ ଅଧିକ ପ୍ରସନ୍ନ ରହିବେ।

ତୃତୀୟ କଥା ହେଉଛି କିଛି ମହିଳା ଘରେ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି। ଆପଣ ଜାଣି ରଖନ୍ତୁ ଯେ ସୂର୍ଯ୍ୟଦୋୟ ପରେ ଅଧିକ ସମୟ ଶୋଇବା ହେଉଛି ନା-କାର-ତ୍ମ-କ ଶକ୍ତି ପ୍ରବେଶର ପ୍ରଥମ କାରଣ। ସକାଳୁ ଉଠି ଭଗବାନ ଶ୍ରୀହରିଙ୍କର ଆଶୀର୍ବାଦନେଇ ଘରେ ଧୂପ ଦ୍ବୀପ ଜ-ଳାଇ ପୂଜା କରିବା ଦ୍ୱାରା ଘରେ ସକା-ରତ୍ମ-କ ଶକ୍ତିର ପ୍ରବେଶ ହୋଇଥାଏ।

ଚତୁର୍ଥ କଥା ହେଉଛି ଘରେ ରାତିରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ଏହାଦ୍ୱାରା ନକା-ରାତ୍ମ-କ ଶକ୍ତି ବଢିଥାଏ ଏବଂ ମାତା ଲକ୍ଷ୍ମୀ ଏପରି ଘରେ ରୁହନ୍ତି ନାହିଁ। ସବୁବେଳେ ରୋଷେଇ ଘରକୁ ସଫା ରଖନ୍ତୁ। ଅଇଁଠା ବାସନକୁ ରାତିରେ ହିଁ ସଫା କରିଦିଅନ୍ତୁ। ଯଦି ଏପରି କରିପାରୁନାହାନ୍ତି ତେବେ ଅଇଁଠା ବାସନକୁ ରୋଷେଇ ଘରଠାରୁ ଦୁରେଇ ରଖନ୍ତୁ। ମହିଳାମାନେ ଧ୍ୟାନ ରଖନ୍ତୁ ଯେ ଅଇଁଠା ବାସନରେ ଖାଆନ୍ତୁ ନାହିଁ ଏବଂ କାହାକୁ ବି ଖାଇବାକୁ ଦିଅନ୍ତୁ ନାହିଁ।

ପଞ୍ଚମ କଥା ହେଉଛି ସ୍ତ୍ରୀକୁ ପ୍ରେମ, ତ୍ୟା-ଗ, ସହନଶୀଳତା ବୋଲି ମନାଯାଏ କିନ୍ତୁ କିଛି ମହିଳା ଅତ୍ୟନ୍ତ କଟୁ ଏବଂ କ୍ଳେଶ କଥା କହିଥାନ୍ତି। ଯେଉଁ ଘରେ ସ୍ୱାମୀ ଏବଂ ସ୍ତ୍ରୀ ସବୁବେଳେ ଝ-ଗଡା କରୁଥାନ୍ତି ସେ ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ। ସେହିଘରୁ ସୁଖ, ଶାନ୍ତି ,ବୈଭବ, ସବୁକିଛି ଦୁରେଇଯାଏ।

ଷଷ୍ଠ କଥା ହେଉଛି ଘର ପାଖକୁ ଆସିଥିବା ଭିକାରୀ କିମ୍ବା ଅସହାୟ ଲୋକକୁ ଯଦି ତିରସ୍କାର କରାଯାଏ ତେବେ ମାଆ ଲକ୍ଷ୍ମୀ କେବେ ମଧ୍ୟ ପ୍ରବେଶ କରିନଥାନ୍ତି। ଘର ପାଖକୁ ଆସିଥିବା ଭିକାରୀକୁ କିଛି ଖାଇବାକୁ ନ ଦେବା କିମ୍ବା ଘର ପାଖକୁ ଆସିଥିବା ଗାଈକୁ ରୁଟି ନଦେଇ ଫେରାଇଦେବା ଆଦି ଉଚିତ କାମ ନୁହେଁ। ଏହାଫଳରେ ସୁଖ,ସମୃଦ୍ଧି, ଶାନ୍ତି ସବୁ ନା-ଶ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button