IBN ଓଡ଼ିଶା ବ୍ୟୁରୋ

ପନ୍ନୁନ୍‌କୁ ହତ୍ୟା ଉଦ୍ୟମ ମାମଲାରେ ପୂର୍ବତନ ର’ ଅଧିକାରୀଙ୍କ ବିରୋଧରେ ଅଭିଯୋଗଫର୍ଦ

ୱାଶିଂଟନ: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ୱନ୍ତ ସିଂହ ପନ୍ନୁନ୍‌କୁ ହତ୍ୟା ଉଦ୍ୟମ କରାଯାଇଥିବା ମାମଲାରେ ଆମେରିକାର ନ୍ୟାୟିକ ବିଭାଗ ପକ୍ଷରୁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ର ପୂର୍ବତନ ଅଧିକାରୀ ବିକାଶ ଯାଦବଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିବା ଜଣାପଡିଛି। ଆମେରିକାରେ ବାସ କରୁଥିବା ପନ୍ନୁନ୍‌କୁ ହତ୍ୟା କରିବାକୁ ବିକାଶ ଷଡଯନ୍ତ୍ର କରିଥିବା ଆମେରିକା ଅଭିଯୋଗ କରିବା ସହ ବିକାଶଙ୍କୁ ‘ସିସି୧’ ଭାବେ ଉପସ୍ଥାପନ କରାଯାଇଛି।

ତେବେ ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିକାଶ ଭାରତ ସରକାରଙ୍କ ଅଧୀନରେ ଚାକିରି କରୁ ନ ଥିବାରୁ ତାଙ୍କ ସଂପୃକ୍ତି ସ୍ବୀକାରଯୋଗ୍ୟ ନୁହେଁ ବୋଲି ଭାରତ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ଅପରପକ୍ଷରେ ଏହି ଘଟଣାରେ ନିଖିଲ ଗୁପ୍ତା ଓ ଅନ୍ୟ ଜଣେ ଭାରତୀୟ ଅଧିକାରୀ ସଂପୃକ୍ତ ଅଛନ୍ତିି ବୋଲି ଆମେରିକା ଯେଉଁ ପ୍ରମାଣ ଦେଉଛି, ତାହା ସମୀକ୍ଷା କରିବାକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ସଂପ୍ରତି ଆମେରିକା ଗସ୍ତରେ ଯାଇଥିବା ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button