ରାଜ୍ୟ

ଶୋଇଥିଲେ ବାପ,ଝିଅ; କାମୁଡ଼ି ଦେଲା ବିଷଧର ସାପ

ବିଷ ଧର ସାପ କାମୁଡାରେ ଚାଲିଗଲା ବାପା, ଝିଅଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକରେ। ମୃତକ ହେଲେ ସୁଶାନ୍ତ କହଁର (୪୮) ଓ ତାଙ୍କ ଝିଅ ପ୍ରୀତି କହଁର(୧୬)।

ଗତକାଲି ରାତିରେ ବାପ ଝିଅ ଘରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ବାପଝିଅଙ୍କୁ ଉଦ୍ଧାର କରି ଫୁଲବାଣୀ ଡାକ୍ତରଖାନା ଭର୍ତ୍ତି କରିଥିଲେ।

ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲା ବେଳେ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ଥିଲା। କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁଶାନ୍ତ ପେଶାରେ ଶିକ୍ଷକ ଥିଲେ। ତାଙ୍କ ଝିଅ ପ୍ରୀତି କହଁର ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ପ୍ରୀତି ଗଣିଆର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ। ଦଶହରା ଛୁଟିରେ ଘରକୁ ଆସିଥିଲେ। ବାପଝିଅଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button