IBN ଓଡ଼ିଶା ବ୍ୟୁରୋ

କାଶ୍ମୀରରେ ଚାଲିଛି ଆକ୍ସନ୍‌-ଥ୍ରିଲର୍‌ ‘ଆଲ୍‌ଫା’ର ସୁଟିଂ, ସେଟ୍‌ର ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ ୧୯/୧୦: ୟଶରାଜ ଫିଲ୍ମସ ସ୍ପାଇ ୟୁନିଭର୍ସର ଅପ୍କମିଙ୍ଗ୍ ଫିଲ୍ମ ‘ଆଲ୍ଫା’ର ସୁଟିଂ କାଶ୍ମୀରରେ ଚାଲିଛି । ଫିଲ୍ମର ମୁଖ୍ୟ ନାୟିକା ଆଲିୟା ସୁଟିଂ ସେଟ୍ର ଫଟୋ ଶେୟାର କରି ଏହି ଆକ୍ସନ୍-ଥ୍ରିଲର୍କୁ ନେଇ ଫ୍ୟାନ୍ଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛନ୍ତି । ଫିଲ୍ମରେ ତାଙ୍କ ସହ ଶର୍ଭରୀ ୱାଗ୍ଙ୍କୁ କାଷ୍ଟ୍ କରାଯାଇଛି । ସେ ମଧ୍ୟ କାଶ୍ମୀର ସୁଟିଂରେ ଯୋଗ ଦେଇଛନ୍ତି ।

ଯେଉଁ ହୋଟେଲରେ ଆଲିୟା ରହିଛନ୍ତି, ତା’ର ଇନ୍ଷ୍ଟା ହ୍ୟାଣ୍ଡେଲ୍ରେ ଆଲିୟାଙ୍କ ଫଟୋ ଶେୟାର କରାଯାଇଛି । ଏଥିରେ ତାଙ୍କ ନୋ-ମେକ୍ଅପ୍ ଲୁକ୍କୁ ଖୁବ୍ ପ୍ରଶଂସା କରାଯାଇଛି । ତାଙ୍କ ଉପସ୍ଥିତି କାଶ୍ମୀର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି ବୋଲି ଏଥିରେ ଉଲ୍ଲେଖ ହୋଇଛି ।

ଗତ ଅଗଷ୍ଟରେ ଆଲିୟା ଓ ଶର୍ଭରୀ କଶ୍ମୀରରେ ଫିଲ୍ମ ସୁଟିଂ କରୁଥିଲେ । ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଶିବ ରୱାଲିଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଆଦିତ୍ୟ ଚୋପ୍ରା । ବବି ଦେଓଲ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଅନିଲ କପୁର ‘ର’ ମୁଖ୍ୟ ଭାବେ ନଜର ଆସିବେ । ଆସନ୍ତା ବର୍ଷ ଡିସେମ୍ବର ୨୫ ତାରିଖରେ ଫିଲ୍ମଟି ଥିଏଟରକୁ ଆସିବ । ଫିଲ୍ମ ‘ଲଭ୍ ଆଣ୍ଡ୍ ୱାର୍’ର ସୁଟିଂ ପାଇଁ ଆଲିୟା ନିୟମିତ ସଞ୍ଜୟ ଲୀଲା ଭଂସାଲିଙ୍କୁ ଭେଟୁଛନ୍ତି । ୨୦୨୬, ମାର୍ଚ୍ଚ ୨୦ ତାରିଖରେ ଏହା ମୁକ୍ତିଲାଭ କରିବ । ଏଥିରେ ରଣବୀର କପୁର ଓ ଭିକି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button