IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ମାନେ କେବେବି କୌଣସି ପରିସ୍ଥିତିରେ ନିଜର ଏହି ତିନୋଟି କଥା କାହାକୁ କହନ୍ତି ନାହିଁ ।

ସ୍ତ୍ରୀ ମାନେ କେବେବି କୌଣସି ପରିସ୍ଥିତିରେ ତିନୋଟି କଥା କାହାକୁ କହନ୍ତି ନାହିଁ ଏବଂ ନିଜ ପଛର ଏହି ଜିନିଷ ମଧ୍ୟ କାହାକୁ ଦିଅନ୍ତି ନାହିଁ । ରାଜା ବିକ୍ରମାଦିତ୍ୟଙ୍କ ବିଷୟରେ ଆପଣ ମାନେ ନିଶ୍ଚିତ ଜାଣିଥିବେ । ଯିଏକି ନିଜ ପ୍ରଜାଙ୍କ ପାଇଁ ସବୁବେଳେ କାମ କରୁଥିଲେ । ଥରେ ରାଜା ବିକ୍ରମାଦିତ୍ୟ ଅଧା ରାତିରେ ନିଜ ରାଜ୍ୟର ଏକ ଛୋଟ ଗାଁ ଭ୍ରମଣ କରୁଥିବା ବେଳେ ଏକ ଛୋଟ କୁଡ଼ିଆ ପାଖରେ ପହଞ୍ଚିଲେ । ଯେଉଁଠି ଜଣେ ବୃଦ୍ଧା ଚରଖା କାଟୁଥିଲେ । କିନ୍ତୁ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଜନକ ଥିଲା । କେତେବେଳେ ସେ ହସୁଥିଲେ , କେତେବେଳେ କାନ୍ଦୁଥିଲେ ତ କେତେବେଳେ ହୁକା ପିଉଥିଲେ । ରାଜା ତାଙ୍କ ପାଖକୁ ଯାଇ ତାଙ୍କର କଣ ସମସ୍ୟା ଥିବା କଥା ପଚାରିଲେ । କିନ୍ତୁ ବୃଦ୍ଧା ଜଣକ କେବଳ ରାଜା ବିକ୍ରମାଦିତ୍ୟଙ୍କୁ ନିଜ ସମସ୍ୟା ଜଣାଇବେ ବୋଲି କହିଲେ ।

ଏତିକିରେ ରାଜା ନିଜ ପରିଚୟ ଦେଲେ ଏବଂ ବୃଦ୍ଧା ଜଣକ କହିଲେ ଯେ ଥରେ ସେ ସକାଳୁ ତାଙ୍କ ପୁଅ ବୋହୂ ଯେଉଁ କୋଠରୀରେ ଶୁଅନ୍ତି ସେଠାକୁ ଯାଇ ଦେଖିଲେ ଯେ ସେଠାରେ କେହିବି ନଥିଲେ ବରଂ ତାଙ୍କ ଜାଗାରେ ଦୁଇଟି ପଥର ଥିଲା । ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ ରହସ୍ୟ ଏବଂ ସେ ଆଜି ପର୍ଯ୍ୟନ୍ତ ନିଜ ପୁଅ ବୋହୂକୁ ଝୁରୁଛନ୍ତି । ତେଣୁ ରାଜା ଯଦି ୬ ମାସ ଭିତରେ ତାଙ୍କୁ ଖୋଜି ଆଣନ୍ତି ତେବେ ଭଲ ନଚେତ ୬ ମାସ ପରେ ରାଜାଙ୍କର ମୃତ୍ୟୁ ହୋଇଯିବ। ରାଜା ମଧ୍ୟ ସର୍ତ୍ତ ମାନିନେଲେ । ଏମିତି ପାଞ୍ଚ ମାସ ପର୍ଯ୍ୟନ୍ତ ଏଣେତେଣେ ଖୋଜାଖୋଜି ପରେବି ଯେତେବେଳେ ରାଜା ସେ ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କୁ ପାଇଲେ ନାହିଁ ସେତେବେଳେ ସେ ନିଜର ଜୀବନ ହାରି ଦେବାକୁ ଏକ ନଦୀ ପାଖକୁ ଗଲେ । କିନ୍ତୁ ହଠାତ କେହି ଜଣେ ଅଧା ରାତିରେ ଲୁଗା ସଫା କରିବାର ଶବ୍ଦ ଶୁଣାଗଲା ଯାହାକୁ ଅନୁମାନ କରି ପାଖକୁ ଯାଇ ରାଜା ପହଞ୍ଚିଲେ ।

ତାଙ୍କୁ ଏଭଳି ଅଧା ରାତିରେ ଲୁଗା ସଫା କରିବାର କାରଣ ପଚାରିବାରୁ ସେ କହିଲେ ଯେ ତାଙ୍କ ଘରେ ଅନାରକଲି ନାମକ ଜଣେ ମହିଳା ଅଛନ୍ତି ଯିଏକି ଆଦୋୖ ସୂର୍ଯ୍ୟ କିରଣକୁ ଆସନ୍ତି ନାହିଁ । ଏମିତିକି ତାଙ୍କ ଲୁଗାପଟା ମଧ୍ୟ ରାତିରେ ଧୋଇବାକୁ ପଡ଼େ । ରାଜା କିଛି ବୁଝିପାରିଲେ ନାହିଁ ଏବଂ ସେଠାରୁ ଯାଇ ପୁଣି ବିଶ୍ରାମ ନେଲେ ଏବଂ ପୁଣିଥରେ ଜୀବନ ହାରିବାକୁ ଗଲେ ଏବଂ ସେତେବେଳେ ତାଙ୍କୁ ଧୂପ ଦୁପ ବାସ୍ନା ଏବଂ ଘଣ୍ଟି ବାଜିବାର ଶବ୍ଦ ଶୁଣିବାକୁ ମିଳିଲା । ଏତିକିରେ ସେ ଭାବିଲେ ଯେ ତାଙ୍କର ମରିବା ସମୟରେ ଏଭଳି କିଛି ଘଟଣା ଘଟିବା ଏହା ଇଙ୍ଗିତ କରୁଛି ଯେ ତାଙ୍କର ମୃତ୍ୟୁର ସମୟ ଏପର୍ଯ୍ୟନ୍ତ ଆସିନାହିଁ । ସକାଳ ହେବା ପରେ ସେ ପାଖରେ ଥିବା ଜଣେ ମହର୍ଷିଙ୍କୁ ଭେଟିବାକୁ ଗଲେ ।

ଯେତେବେଳେ ଋଷି ଜଣକ ରାଜାଙ୍କ ମନର ଦୁଃଖ ବିଷୟରେ ହଠାତ କହିଲେ ରାଜା ନିଜ ଜୀବନରେ ଥିବା ଚିନ୍ତା ବିଷୟରେ ଋଷିଙ୍କୁ କହିଦେଲେ । ଏହା କହିବାରୁ ଋଷି ତାଙ୍କୁ କହିଲେ ଧୋବିଙ୍କ ଝିଅକୁ ବିବାହ କରିଲେ ସେଠିକାର ସବୁ କଥା ସେ କିଛି ଦିନ ଭିତରେ ଜାଣି ପାରିବେ ଏବଂ ଋଷି କିଛି ଦିନ ପରେ ତାଙ୍କୁ ସବୁ କଥା କହିବେ । ବିକ୍ରମାଦିତ୍ୟ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଏବଂ ଧୋବି ମଧ୍ୟ ନିଜ ଝିଅକୁ ତାଙ୍କ ସହିତ ବିବାହ କରାଇ ଦେଲା । କିନ୍ତୁ ଅନେକ ଦିନ ହେବ ନିଜ ପତ୍ନୀଙ୍କୁ ସେ ଥରୁଟିଏ ଦେଖିବାକୁ ପାଇଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ଋଷିଙ୍କୁ ପଚାରିବାରୁ ସେ କହିଲେ ଯେ ଧୋବିଙ୍କ ଝିଅ ଇନ୍ଦ୍ରଙ୍କ ଦରବାରରେ ନୃତ୍ୟ କରନ୍ତି ଏବଂ ସେହି ବୃଦ୍ଧାଙ୍କ ପୁଅ ବୋହୂ ସେଠାରେ ରୋଷେଇ କରନ୍ତି । ଆଉ ତିନୋଟି ଗୋଳି ଦେଇ ତିନି ରାତି ମୁହଁରେ ରଖିଲେ ତାଙ୍କୁ କେହି ଦେଖି ପାରିବେ ନାହିଁ ବୋଲି କହିଲେ ।

ସେଦିନ ରାତିରେ ସେ ଅନାରକଲିଙ୍କ ପିଛା କଲେ ଏବଂ ଯାଇ ଇନ୍ଦ୍ର ଦରବାରରେ ପହଞ୍ଚିଲେ । ସେଠାରେ ଢୋଲ ବଜାଉଥିବା ଠାରୁ ଢୋଲ ନେଇ ରାଜା ବଜାଇବାରେ ଲାଗିଲେ । ସେଦିନ ସଭାରେ ସମସ୍ତେ ଢୋଲ ଶବ୍ଦରେ ଝୁମି ଉଠିଲେ । ରାଜା ଇନ୍ଦ୍ର ମଧ୍ୟ ଖୁସି ହେଲେ । ଅପ୍ସରା ମାନେ ମଧ୍ୟ ବିକ୍ରମାଦିତ୍ୟଙ୍କ ଉପରେ ବହୁତ ଖୁସିଥିଲେ । ଏହାପରେ ସେ ମୁହଁରେ ସେହି ଗୋଳି ନେଇ ପୁଣି ମର୍ତ୍ତକୁ ଚାଲି ଆସିଲେ । ସେଦିନ ବିକ୍ରମାଦିତ୍ୟ ବିଳମ୍ବରେ ଉଠିବାରୁ ଚାକରାଣୀ ତାଙ୍କୁ ଉଠିବାକୁ କହିଲେ ଏବଂ ତାଙ୍କ ପାଖରେ ଅନାରକଲୀ ମଧ୍ୟ ଥିଲେ । ରାଜା କହିଲେ ସେ ଏକ ସୁନ୍ଦର ସ୍ୱପ୍ନରେ ଦେଖିଲେ ଇନ୍ଦ୍ର ସଭାରେ ଢୋଲ ବଜାଉଥିଲେ ଏବଂ ଇନ୍ଦ୍ର ଖୁସି ହୋଇ ତାଙ୍କୁ ଏକ ନଅ ତୋଲା ସୁନା ହାର ଆଣି ସେ ଆଲମାରୀରେ ରଖିଛନ୍ତି ।

ଚାକରାଣୀଙ୍କୁ ଆଲମାରୀ ଦେଖିବାକୁ କହିବାରୁ ସତକୁ ସତ ସେଥିରେ ଏକ ସୁନ୍ଦର ଦାମୀ ହାର ଥିଲା । ଅନାରକଲି ଆଶ୍ଚର୍ଯ୍ୟ ହୋଇଗଲେ । ସେଦିନ ମଧ୍ୟ ରାତିରେ ସେହିଭଳି ରାଜା ଇନ୍ଦ୍ର ସଭାକୁ ଗଲେ ଏବଂ ସେଦିନ ଢୋଲ ବାଜାରେ ଖୁସି ହୋଇ ତାଙ୍କୁ ତିନି ବ୍ୟଞ୍ଜନର ଥାଳି ଅପ୍ସରା ମାନେ ଦେଲେ ଯାହାକୁ ଆଣି ସେ ଆଲମାରୀରେ ରଖି ଶୋଇଗଲେ । ସେମିତି ଚାକରାଣୀ ଡାକିବାରୁ ଅନାରକଲିଙ୍କୁ ଇନ୍ଦ୍ର ସଭାର ସ୍ୱପ୍ନ ଦେଖିବା କଥା କହିଲେ । ଏହି ରହସ୍ୟ ବିଷୟରେ ଯେତେବେଳେ ଅନାରକଲି ନିଜ ମୁହଁ ଦେଖାଇ ରାଜାଙ୍କୁ ପଚାରିଲେ ରାଜା ତାଙ୍କ ମୁହଁ ନଦେଖାଇବାର କାରଣ ପଚାରିଲେ । ଅନାରକଲି ଜଣେ ଅପ୍ସରା ତେଣୁ ସେ ନିଜ ସ୍ୱାମୀଙ୍କୁ କେବେ ଏହିକଥା କହିବାକୁ ଚାହୁଁ ନଥିଲେ । ଏଭଳି କଥା କୌଣସି ସ୍ତ୍ରୀ ନିଜ ସ୍ୱାମୀକୁ କେବେ କହି ନଥାଏ ।

ସେହିଭଳି ବିବାହ ପୂର୍ବରୁ ଯଦି ସ୍ତ୍ରୀର କାହା ସହିତ ସମ୍ବନ୍ଧ ଥିଲା ତେବେ ସେ କଥା ନିଜ ସ୍ୱାମୀଙ୍କୁ କହିବା ଉଚିତ ନୁହେଁ । କେବେବି ସ୍ତ୍ରୀ ବଞ୍ଚିଥିବା ଯାଏ ନିଜ ସ୍ୱାମୀକୁ ଅନ୍ୟ ସ୍ତ୍ରୀ ପାଖକୁ ଯିବାକୁ କହିବ ନାହିଁ । ସ୍ତ୍ରୀ ନିଜେ ସୁନ୍ଦର ନୁହେଁ ଏହି କଥା ମଧ୍ୟ ନିଜ ସ୍ୱାମୀକୁ କେବେ କହିପାରିବ ନାହିଁ । ଏହିଭଳି ଅନାରକଲି ନିଜ ରହସ୍ୟ ବିକ୍ରମାଦିତ୍ୟଙ୍କ ସାମ୍ନାରେ ଖୋଲିଦେଲେ । ସେଦନ ବିକ୍ରମାଦିତ୍ୟ ଯାଇ ବହୁତ ଭଲ ଢୋଲ ବଜାଇଲେ ଏବଂ ଇନ୍ଦ୍ର ଖୁସି ହୋଇ ଯେତେବେଳେ ତାଙ୍କୁ କିଛି ମାଗିବାକୁ କହିଲେ ସେତେବେଳେ ସେ ଅନାରକଲି ଏବଂ ରୋଷେଇ କରୁଥିବା ବୃଦ୍ଧାଙ୍କ ପୁଅ ବୋହୁକୁ ମାଗିଲେ । ଇନ୍ଦ୍ର ମଧ୍ୟ ଜାଣି ପାରିଲେ ଯେ ସେ ରାଜା ବିକ୍ରମାଦିତ୍ୟ ଏବଂ ସେ ନିଜ ବଚନ ପୁରା କଲେ । ରାଜା ବିକ୍ରମାଦିତ୍ୟ ଛଅ ମାସ ଭିତରେ ଅନାରକଲି ଏବଂ ବୃଦ୍ଧାଙ୍କ ପୁଅ ବୋହୂକୁ ଖୋଜି ଆଣିଲେ । ବୃଦ୍ଧାଙ୍କୁ ନିଜ ପୁଅ ବୋହୂ ଫେରାଇ ଅନାରକଲିଙ୍କ ସହିତ ନିଜ ରାଜ୍ୟକୁ ଫେରିଗଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button