IBN ଓଡ଼ିଶା ବ୍ୟୁରୋ

‘ନୋ କ୍ଲିନ୍ ସେଭ୍, ନୋ ଲଭ୍’ ନାରାରେ ରାସ୍ତାକୁ ଓହ୍ଲାଇଲେ ମହିଳା, ସମସ୍ତେ ତାଜୁବ୍.

ଭୋପାଳ: ବର୍ତ୍ତମାନ ଦୁନିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଛନ୍ତି । କିଏ ନ୍ୟାୟ ଦାବିରେ ତ ଆଉ କିଏ ସମାଜରେ କିଛି ଧାରାରେ ପରିବର୍ତ୍ତନ ଆଣିବାରେ । କିନ୍ତୁ ଏବେ ଏମିତି ଏକ ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ‘ଇଏ କେମିତିକା ଦାବି?’

ପ୍ରକୃତରେ ଏବେ ସୋସିଆଲ ମିଡିଆରେ କିଛି ମହିଳାଙ୍କ ପ୍ରତିବାଦର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳାମାନେ ଏକ ନିଆରା ପସଙ୍ଗକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ପୁରୁଷଙ୍କ ପାଇଁ ଦାଢ଼ି ରଖିବା ଜରୁରୀ ନା ମହିଳାବନ୍ଧୁ ଜରୁରୀ ତାହା ଚୟନ କରିବାକୁ ଏହି ପ୍ରତିବାଦରେ କୁହାଯାଇଛି। ଯେଉଁଥିରେ ପ୍ରଦର୍ଶନକାରୀ ମହିଳାମାନେ ପ୍ଲାକାର୍ଡ ଧରିବା ସହିତ ନକଲି ଦାଢ଼ି ଲଗାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ପ୍ଲାକାର୍ଡରେ ଲେଖାଯାଇଛି ‘ନୋ କ୍ଲିନ୍ ସେଭ୍ ନୋ ଲଭ୍’, ‘ ଦାଢି ହଟାଅ, ଭଲପାଇବା ବଞ୍ଚାଅ’, ‘ଦାଢି ରଖ ନହେଲେ ଗର୍ଲଫ୍ରେଣ୍ଡ ରଖ, ଚୟନ ତୁମର’, ‘ବିନା ଦାଢିବାଲା ବୟଫ୍ରେଣ୍ଡ ଏବେ ଆମର ଇଚ୍ଛା’ । ଯାହା ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button