IBN ଓଡ଼ିଶା ବ୍ୟୁରୋ

ସକାଳୁ ଖାଲି ପେଟରେ ଏହି ଗୋଟେ ଜିନିଷ ପାଣିରେ ମିଶାଇ ପିଅନ୍ତୁ, ଓ ପାଆନ୍ତୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି – ନିଶ୍ଚୟ ଦେଖନ୍ତୁ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ସୁସ୍ଥ ଶରୀର ପାଇବା ବଡ଼ କାଠିକର ପାଠ ହୋଇଥାଏ। ଅନେକ ଗୁଡିଏ ଛୋଟବଡ ରୋଗ ମଧ୍ୟ ଏହାଦ୍ୱାରା ହୋଇଥାଏ ଯାହାଠାରୁ ବଞ୍ଚିବା ବଡ଼ ମୁସ୍କିଲ ହୋଇଯାଏ। ତେବେ ଆମେ ସମସ୍ତେ ଏକ ନିରୋଗ ଜୀବନ କାମନା କରିଥାଉ।

ଆଜି ଆମେ ଆପଣଙ୍କୁ ବି କିଛି ପ୍ରକାରର ରୋଗକୁ ଭଲ କରିବାର ଗୋଟିଏ ମାତ୍ର ଉପାୟ ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ଏକ ସୁସ୍ଥ ଜୀବନ ପାଇପାରିବେ। ବିଭିନ୍ନ ପ୍ରକାରର ରୋଗର ବିଭିନ୍ନ ପ୍ରକାରର କାରଣ ହୋଇଥାଏ।  ଆମେ ଏଠାରେ ଆପଣଙ୍କୁ ଲୁଣ ମିଶ୍ରିତ ପାଣି ବିଷୟରେ କହୁଛୁ। ଏହାକୁ ପ୍ରତିଦିନ ସକାଳେ ଅଧଗ୍ଲାସ ପିଇବା ଦ୍ୱାରା କେଉଁସବୁ ସ୍ୱାସ୍ଥ୍ୟଗତ ଅସୁବିଧାରୁ ମୁକ୍ତି ମିଳେ ଆସନ୍ତୁ ଜାଣିବା।

୧- ଲୁଣ ପାଣିରେ ମିନେରଲ ଅଧିକ ମାତ୍ରାରେ ଥାଏ। ଏହା ଆମ ଶରୀରକୁ ସତେଜ କରେ ଏବଂ ତ୍ୱଚାକୁ ମଧ୍ୟ ଉଜ୍ଜ୍ୱଳ କରେ।

୨- ନିଦ୍ରାହୀନତା ସମସ୍ୟାରେ ରହୁଥିବା ଲୋକମାନେ ଏହାକୁ ଔଷଧ ରୁପରେ ଗ୍ରହଣ କରିପାରିବେ। ଏହାକୁ ପ୍ରତିଦିନ ପିଇଲେ ନିଦ ଭଲ ହେବା ସହ ଆପଣ ଅଳସୁଆ ଅନୁଭବ କରନ୍ତି ନାହିଁ।

୩- ଏହାକୁ ସକାଳେ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ଅନେକ ଗୁଡିଏ ରୋଗକୁ ଅଟକାଇ ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

୪- ଲୁଣରେ ଆୟୋଡିନ ରହିଥିବା ହେତୁ ଏହା ମିଶ୍ରିତ ପାଣି ସକାଳୁ ପିଇଲେ ହାଡ଼ ସୁଦୃଢ ହୋଇଥାଏ।

୫- ଲୁଣ ପାଣି ପିଇବା ଦ୍ୱାରା ହଜମ ଠିକ ରୂପେ ହୋଇଥାଏ। ପେଟ ଜନିତ ଅନେକ ଗୁଡିଏ ସମସ୍ୟାର ସମାଧାନ ଏହା ଦ୍ୱାରା ହୋଇଥାଏ। ସକାଳୁ ଏହାକୁ ପିଇଲେ ଦିନ ସାରା ଆପଣ ଖାଇବାକୁ ଥିବା ଖାଦ୍ୟ ହଜମ ହେବାକୁ ଅସୁବିଧା ହୁଏନାହିଁ।

ତେଣୁ ସକାଳୁ ଉଠି ଅଧ ଗ୍ଲାସରେ ଅଳ୍ପ ଟିକେ ଲୁଣ ପକାଇ ପିଇଲେ ଏହିପରି ସବୁ ଲାଭ ମିଳିପାରିଥାଏ। ଏଣୁ ଏହି ଅଭ୍ୟାସକୁ ଆପଣାଇଲେ ଆପଣ ଲାଭବାନ ହୋଇପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button