ରାସନକାର୍ଡ ହିତାଧିକାରୀଙ୍କ ପାଖରେ ରହିଲା ଆଉ ଏତିକି ଦିନ : ଇ କେୱାଇସି ଅପଡେଟ୍ ନ କଲେ ମିଳିବନି ରାସନ
ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ପ୍ରକାରର ଯୋଜନା ଚଲାଉଛନ୍ତି । ସରକାରଙ୍କ ଏହି ଯୋଜନାରେ ଦେଶର କୋଟି କୋଟି ହିତାଧିକାରୀ ଉପକୃତ ହେଉଛନ୍ତି । ସରକାରଙ୍କ ଅଧିକାଂଶ ଯୋଜନା ଦେଶର ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ । ସରକାର ଜାତୀୟ ଖାଦ୍ୟ ସୁରକ୍ଷା ନୀତି ଆଧାରରେ ଲୋକଙ୍କୁ ମାଗଣା ରାସନା ଯୋଗାଇ ଦେଉଛନ୍ତି ।
ଯାହାଙ୍କ ପାଖରେ ରାସନକାର୍ଡ ଅଛି ସେ ହିଁ ଏହି ଯୋଜନାରେ ଉପକୃତ ହୋଇ ପାରୁଛି । ଏହା ପରେ ହିତାଧିକାରୀଙ୍କୁ ଚାଉଳ ଓ ଗହମ ମିଳିବା ବନ୍ଦ ହୋଇଯାଇପାରେ । ଭାରତ ସରକାର ସମସ୍ତ ରାସନକାର୍ଡଧାରୀଙ୍କ ପାଇଁ ସୂଚନା ଜାରି କରିଛନ୍ତି । ସମସ୍ତ ରାସନକାର୍ଡ ହିତାଧିକାରୀଙ୍କୁ ଇ କେୱାଇସି କରିବାକୁ ପଡିବ । ଯେଉଁ ହିତାଧିକାରୀ ଇ କେୱାଇସି ନ କରିବେ ତାଙ୍କ ଭାଗରେ ମିଳୁଥିବା ଚାଉଳ ଓ ଚିନି ମିଳିବା ବନ୍ଦ ହୋଇଯିବ । ଭାରତ ସରକାର ରାସନକାର୍ଡଧାରୀଙ୍କ ପାଇଁ ଇ କେୱାଇସି ଅପଡେଟ୍ କରିବା ପାଇଁ ଅନ୍ତିମ ତାରିଖ ଦେଇଥିଲେ । ଏବେ ଏହି ସମୟ ସୀମାକୁ ଆହୁରି ବଢାଇ ଦେଇଛନ୍ତି କେନ୍ଦ୍ର ସରକାର ।
ସରକାର ପ୍ରଥମେ ରାସନକାର୍ଡ ହିତାଧିକାରୀଙ୍କୁ ଇ କେୱାଇସି କରିବା ପାଇଁ ଅନ୍ତିମ ତାରିଖ ନଭେମ୍ବର ୩୧ ଧାର୍ଯ୍ୟ କରିଥିଲେ । କିନ୍ତୁ ଏବେ ଏହି ସମୟ ସୀମାକୁ ବଢାଇ ୨୦୨୪ ଡିସେମ୍ବର ୩୧ କରିଛନ୍ତି । ଫଳରେ ରାସନକାର୍ଡଧାରୀଙ୍କୁ ଇ କେୱାଇସି ଅପଡେଟ୍ କରିବା ପାଇଁ ଆଉ ମାସେ ସମୟ ମିଳି ଯାଇଛି । ଯଦି ଡିସେମ୍ବର ୩୧ ତାରିଖ ସୁଦ୍ଧା ଇ କେୱାଇସି ଅପଡେଟ୍ ନ କରିବେ ତେବେ ରାସନକାର୍ଡ ତାଲିକାରୁ ହିତାଧିକାରୀଙ୍କ ନାଁ କରିବା ସହ ଚାଉଳ ଓ ଗହମ ମିଳିବା ବନ୍ଦ ହୋଇଯିବ । ହିତାଧିକାରୀ ଯେ କୌଣସି ନିକଟସ୍ଥ ଡିଲରଙ୍କ ପାଖକୁ ଯାଇ ଇ କେୱାଇସି ଅପଡେଟ୍ କରି ପାରିବେ । ସେଠାରେ ପିଓଏସ ମେସିନରେ ନିଜର ଥମ୍ବ ପ୍ରିଣ୍ଟ ଲଗାଇ ନିଜର ପରିଚୟର ଭେରିଫିକେସନ କରିବାକୁ ପଡିବ । ଏହା ପରେ ଆପଣଙ୍କ ଇ କେୱାଇସି ଅପଡେଟ୍ ପ୍ରକ୍ରିୟା ସଂପୂର୍ଣ୍ଣ ହେବ ।