ରାଜ୍ୟ

ଭଙ୍ଗା ଘରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟଙ୍କ ଜୀବନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ପ୍ରେମାକିଆ ଗାଁ ଯୁଧିଷ୍ଟିର ଦିଗାଲ ନିଜ ବାପା ମା’ ଭାଇ ଭଉଣୀମାନଙ୍କୁ ନେଇ ଦୀର୍ଘ ବର୍ଷରୁ ଭଙ୍ଗା କୁଡ଼ିଆ ଘରେ ରହିଆସୁଛନ୍ତି। ପରିବାର କହିବା ମୁତାବକ ଦୀର୍ଘ ବର୍ଷରୁ ୧୨ ଜଣ ସଦସ୍ୟ ବର୍ଷା ଖରା ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି।

କିନ୍ତୁ ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ପରିବାରକୁ ରହିବାକୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି।

ପ୍ରଶାସନିକ ଅବହେଳା ଯୋଗୁଁ ଆଜିବି ପହଞ୍ଚି ପାରୁନାହିଁ ସରକାର ଯୋଜନା ଯାହା ଫଳରେ ଗରିବ ପରିବାର ଝାଟିମାଟି କୁଡ଼ିଆରେ ବିତୁଛି ଦିନ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟ ସଫଳ ନହେବା କହିଛନ୍ତି ହିତାଧିକାରୀ।

ଝାଟିମାଟି କୁଡ଼ିଆରେ ରହି ଆସୁଥିବା ପରିବାରକୁ ମିଳୁନାହିଁ ଆବାସ ଯାହାକି ପରିବାର ପାଇଁ ଦୁଃଖ ବିଷୟ। ଦିନ ମଜୁରୀ କରି ଯେତିକି ମିଳୁଛି ସେତିକିରେ ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଯୁଧିଷ୍ଟିର ଦିଗାଲ। ଅନ୍ୟପଟେ ଦେଖିବାକୁ ବାକି ରହିଛି ଯୁଧିଷ୍ଟିର ଦିଗାଲ ଙ୍କ ପରିବାର ର ଦୁଖ ସରକାର କେବେ ଶୁଣୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button