IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ ମେହଲି ମିସ୍ତ୍ରୀ କିଏ ? ସାଇରସ୍ ମିସ୍ତ୍ରୀଙ୍କ ଥିଲେ ସମ୍ପର୍କୀୟ ଭାଇ, ରତନ ଟାଟାଙ୍କ ଅତି ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ: ଅକ୍ଟୋବର ୯ ତାରିଖରେ ଦେଶ ‘ରତ୍ନ’ ହରାଇଛି । ୮୬ ବର୍ଷ ବସୟରେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ନିଧନ ହୋଇଛି । ଏହାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଦି ଇକୋନମିକ୍ସ ଟାଇନ୍ସ ଅନୁଯାୟୀ, ରତନ ଟାଟାଙ୍କ ଅନ୍ତିମ ଇଚ୍ଛା ପୂରଣ ପାଇଁ ଆଇନଜୀବୀ ଡେରିୟସ୍ ଖମ୍ବାତା ଏବଂ ଘନିଷ୍ଠ ସହଯୋଗୀ ମେହଲି ମିସ୍ତ୍ରୀଙ୍କୁ ଏକ୍ସକ୍ୟୁଟର ବା ତତ୍ବାବଧାକ ଭାବେ ନିଯୁକ୍ତି କରାଯାଇଥିଲା ।

ସେହିପରି ସାବତ ଉଭଣୀ ଶିରୀନ ଏବଂ ଡିଏନା ଜେଜିଭାୟଙ୍କୁ ତତ୍ବାବଧାକ ଦାୟିତ୍ବ ମିଳିଛି ।

ଅକ୍ଟୋବର ୯ ତାରିଖରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରତନ ଟାଟାଙ୍କ ମୃତ୍ୟୁ ହୋଇଛି । ତାଙ୍କର ମୃତ୍ୟୁ ପରେ ଟାଟା ଟ୍ରଷ୍ଟର ଉତ୍ତରାଧିକାରୀ ହୋଇଛନ୍ତି ରତନ ଟାଟାଙ୍କ ସାବତ ଭଉଣୀ ନୋଏସ ଟାଟା । ସେ ଟାଟା ଟ୍ରଷ୍ଟର ଚେୟାର ମ୍ୟାନ୍ ହୋଇଛନ୍ତି ।

ମେହଲି ମିସ୍ତ୍ରୀ କିଏ ?

ରତନ ଟାଟାଙ୍କ ଅନ୍ତିମ ଇଚ୍ଛା ପୂରଣ ପାଇଁ ନିଯୁକ୍ତ ହୋଇଥିବା ମେହଲି ମିସ୍ତ୍ରୀ ହେଉଛନ୍ତି ରତନ ଟାଟାଙ୍କ ଅତି ଘନିଷ୍ଠ । ସେ ସାଇରସ୍ ମିସ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ବା ଚାଚାଙ୍କ ପୁଅ । ଯେଉଁ ସମୟରେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାର ମ୍ୟାନ ପଦର ହଟାଇ ଦିଆଯାଇଥିଲା, ସେହି ସମୟରେ ମେହଲି ମିସ୍ତ୍ରୀ ରତନ ଟାଟାଙ୍କ ସପକ୍ଷରେ ବାହାରି ଥିଲେ । କୁହାଯାଉଛି, ମୃତ୍ୟୁ ପୂର୍ବରୁ ରତନ ଟାଟାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝାସୁଝା କରୁଥିଲେ ମେହଲି ମସ୍ତ୍ରୀ । ସେ ଏବେ ଏମ ପୋଲନଜୀ ଗ୍ରୁପର ନିର୍ଦ୍ଦେଶକ ଅଛନ୍ତି । ଏହାଛଡ଼ା କିଛି ଅନ୍ୟ କମ୍ପାନି ଗୁଡ଼ିକର ବୋର୍ଡର ସାମିଲ୍ ଅଛନ୍ତି ।

୨୦୨୨ରେ ମେହଲି ମିସ୍ତ୍ରୀଙ୍କୁ ଟାଟା ଟ୍ରଷ୍ଟର ଦୁଇଟି କମ୍ପାନି ତଥା ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଭାବେ ନିଯୁକ୍ତି କରାଯାଇଥିଲା । ଏହି ଦୁଇଠି ଟ୍ରଷ୍ଟରେ ଟାଟା ସନ୍ସର ୫୨ ପ୍ରତିଶତ ଅଂଶଧନ ରହିଛି । ଏହାଛଡ଼ା ସେ ଡଜନ କାମ୍ପାନିର ଟ୍ରଷ୍ଟି ବୋର୍ଡରେ ମଧ୍ୟ ସାମିଲ୍ ରହିଛନ୍ତି । ଏଥିରେ ଏମ୍ ପୋଲନଜୀ ଗ୍ରୁପ ମଧ୍ୟ ରହିଛି । ଏହି କମ୍ପାନି ପେଣ୍ଟ, ଖଣି ଉତ୍ତୋଳନ, ଲଜିଷ୍ଟିକ୍ସ, ସିପିଂ, ଫାଇନାନ୍ସ, ଅଟୋ ଡିଲରସିପ୍ ଏବଂ ଜୀବନ ବୀମା, ବିଚ୍ କ୍ୟାଣ୍ଡି ହସ୍ପିଟାଲ ଏବଂ ଆଡଭାନ୍ସ ଭେଟେନାରୀ ଭଳି କମ୍ପାନି ରହିଛି ।

ଡେରିୟସ୍ ଖମ୍ବାତା କିଏ ?

ଦି ଇକୋନମିକ୍ସ ଟାଇନ୍ସ ଅନୁଯାୟୀ, ଡେରିୟସ ଖମ୍ବାତା ହେଉଛନ୍ତି ଜଣେ ଲୋକପ୍ରିୟ ଆଇନଜୀବୀ । ଟାଟା ଗ୍ରୁପର ସମସ୍ତ ଲିଗାଲ୍ କାମରେ ସେ ରତନ ଟାଟାଙ୍କୁ ସହଯୋଗ କରିଥିଲେ । ତେବେ ୭ ବର୍ଷ ପରେ ଡେରିୟସ ଖମ୍ବାତାଙ୍କୁ ଥରେ ଟାଟା ଗ୍ରୁପ ର ଦୁଇଟି ପ୍ରମୁଖ ଟ୍ରଷ୍ଟରେ ଟ୍ରଷ୍ଟି ଭାବେ ଗତ ବର୍ଷ ଦାୟିତ୍ବ ଦିଆଯାଇଥିଲା । ୨୦୨୪ ଧନୀ ତାଲିକା ଅନୁଯାୟୀ, ରତନ ଟାଟା ୭୯୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । …

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button