ରାଜ୍ୟ

ପ୍ରଭାବ ଦେଖାଇଲାଣି ‘ଦାନା’ : ଧାମରା, ପାରାଦୀପ ଓ ରାଜନଗରରେ ବର୍ଷା ପବନ ଆରମ୍ଭ

ଭୁବନେଶ୍ଵର, ୨୩/୧୦ : ପ୍ରଭାବ ଦେଖାଇଲାଣି ଦାନା। ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା ଆରମ୍ଭ। ଧାମରା, ପାରାଦୀପ, କେନ୍ଦ୍ରାପଡ଼ାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଛି। ଧାମରାରେ ବର୍ଷା ସହ ପବନ ହେଉଥିବା ବେଳେ ପାରାଦୀପ ଆକାଶ ମେଘାଚ୍ଛନ୍ନ ରହିଛି। କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ହେଉଛି।

ସୂଚନାନୁଯାୟୀ, ଗୁରୁବାର ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବ ଦାନା। ୨୪ ରାତିରେ ୨୫ ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ବେଳେ ୧୧୦ ରୁ ୧୨୦ ଯାଏଁ ପବନର ବେଗ ରହିବ। ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏହା ଏବେ ପାରାଦୀପ ଠାରୁ ୫୨୦ ଓ ସାଗରଦ୍ଵୀପ ଠାରୁ ୬୦୦ କିମି ଦୂରରେ ରହିଛି। ବାତ୍ୟା ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button