IBN ଓଡ଼ିଶା ବ୍ୟୁରୋ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ଶିବସେନା, ଏସ୍ଏନ୍‌ଏସ୍ ଓ ଏନ୍‌ସିପି

 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆଜି ଶିବସେନା ତା’ର ୪୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁନର୍ବାର କୋପ୍ରି- ପପଖଡ଼ି ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ଵନ୍ଦିତା କରିବେ । ସେହିପରି ମନ୍ତ୍ରୀ ଅବଦୁଲୁ ସତାର୍ ସିଲୋଡ୍ ଆସନରୁ, ସଂଜୟ ରାଠୋଡ ଦିଗ୍‌ରାଜ, ସନ୍ତୋଷ ବାଙ୍ଗର କାଲାମ୍‌ନୁରୀ ଏବଂ ସଂଜୟ ଶ୍ରୀସାତ୍ ଛତ୍ରପତି ପଶ୍ଚିମ ସମ୍ଭାଜିନଗରରୁ ଲଢ଼ିବେ ବୋଲି ଦଳପକ୍ଷରୁ କୁହାଯାଇଛି ।

ସାଂସଦ ସଂଦୀପନ୍ ଭୁମ୍‌ରେଙ୍କ ପୁଅ ବିଳାସ ରୁମ୍‌ରେ ପୈଠାନରୁ, ସୁବାସ କାଣ୍ଡେ ନନ୍ଦଗାଓଁରୁ, ପ୍ରତାପ ସର୍‌ନାୟକ ଓଭାଲା- ମାଝିୱାଡ଼ାରୁ ଏବଂ ଦାଦାଜୀ ଭୁଶେ ମାଲେଗାଓଁ ଆଉଟର୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ଵନ୍ଦିତା କରିବେ । ସେହିପରି ରାଜ୍ୟମନ୍ତ୍ରୀ ଉଦୟ ସାମନ୍ତ ରତ୍ନଗିରିରୁ ଏବଂ ଦୀପକ କେଶାଲକର ସାୱନ୍ତଓ୍ବାଡ଼ି ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି ।

ଇତିମଧ୍ୟରେ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ତା’ର ଦ୍ଵିତୀୟ ପର୍ଯ୍ୟାୟରେ ୪୫ ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ସେଥୁମଧ୍ୟରୁ ଏସ୍ଏସ୍ଏସ୍ ମୁଖ୍ୟ ରାଜଠାକରେଙ୍କ ପୁଅ ଅମିତ ଠାକରେ ମହିମ୍ ଆସନରୁ ପ୍ରତିଦ୍ଵନ୍ଦିତା କରିବେ । ସେ ଶିବସେନାର ବିଧାୟକ ଥିବା ସଦା ସର୍ଭଙ୍କରଙ୍କ ସହ ଲଢ଼ିବେ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button