ରାଜ୍ୟ

ଖାଦ୍ୟ ବାଣ୍ଟିଲେ ଧର୍ମଶାଳା ବିଧାୟକ : ହିମାଂଶୁ

ଧର୍ମଶାଳା: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆଜି ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ

ବଣ୍ଟନ କରିଛନ୍ତି। ସେହିପରି ତାଙ୍କ ଦ୍ବାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ

ପ୍ରଦାନ କରାଯାଇଛି। ଏସବୁ କାର୍ଯ୍ୟରେ ଟ୍ରଷ୍ଟର ସଦସ୍ୟ ଓ ତାଙ୍କ ସମର୍ଥକମାନେ ସହଯୋଗ କରିଥିଲେ । ଆସନ୍ତାକାଲି ମଧ୍ୟ ଲୋକମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ବିଧାୟକ ଅନେକ ଗ୍ରାମକୁ ଯାଇ ଲୋକମାନଙ୍କ ସୁବିଧାଅସୁବିଧା ସଂପର୍କରେ ପଚାରି ବୁଝିଥିଲେ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର, ପ୍ରଶାସନ, ବିଧାୟକ ଓ ତାଙ୍କ ଟିମ୍ ପ୍ରସ୍ତୁତ ଅଛନ୍ତି। ଖାଦ୍ୟ, ପାନୀୟ ଜଳ, ପାଲ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି। ଭୟଭୀତ ନହୋଇ ସଜାଗ ରହିବାକୁ ବିଧାୟକ ଧର୍ମଶାଳାବାସୀଙ୍କୁ ନିବେଦନ କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button