IBN ଓଡ଼ିଶା ବ୍ୟୁରୋ

‘ମୁଁ ଆଉ ପାରିବିନି’ ଲେଖି ବିଲ୍ଡିଂରୁ ଡେଇଁ ପଡ଼ିଲେ ଛାତ୍ରୀ

‘ମୋତେ କ୍ଷମା କରିଦେବ। ମୁଁ ଆଉ ପାରିବିନି।’ ଏଭଳି କିଛି ଲେଖି ବିଲ୍ଡିଂ ଉପରୁ ଡେଇଁ ପଡିଲେ ଛାତ୍ରୀ। ଦିଲ୍ଲୀର ଜାମିୟା ନଗର ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଛାତ୍ରୀଙ୍କ ଆତ୍ମହତ୍ୟା କରିବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

 ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜର ଦୃଶ୍ୟ

ଦିନକୁ ଦିନ ବଢ଼ି ଚାଲିଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ଏବେ ପୁଣି ଏକ ମାମଲା ସାମ୍ନାକୁ ଆସିଛି। JEE ପରୀକ୍ଷାରେ ସଫଳ ନହେବାରୁ ବିଲ୍ଡିଂ ଉପରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ବୟସ ୧୭ ବର୍ଷ। ଶୁକ୍ରବାର ଦିଲ୍ଲୀ ଜାମିୟା ନଗର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି।

ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ ମଧ୍ୟ ଜବତ ହୋଇଛି। ଏଥିରେ ‘ମୋତେ କ୍ଷମା କରିଦେବ, ମୁଁ ଆଉ ପାରିବି ନାହିଁ’ ଲେଖା ଅଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ମୃତ ଝିଅଟି ନିକଟରେ JEE ପରୀକ୍ଷା ଦେଇଥିଲା। ତେବେ ସେ ପରୀକ୍ଷାରେ ପାସ୍ କରିପାରିନଥିଲା। ଏଥିଯୋଗୁ ସେ ନିରାଶ ଥିଲା। ଏଥିଲାଗି ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି।

ଝିଅଟି ଆତ୍ମହତ୍ୟା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ବିଲ୍ଡିଂ ଉପରୁ ଡେଇଁବା ପରେ ଝଅିଟି ତଳେ ପଡିଯାଉଥିବା ଦେଖିବାକୁ ମିଳିଛି। ତଳେ ଠିଆ ହୋଇ ଜଣେ ବ୍ୟକ୍ତି ଫୋନ୍ରେ କଥା ହେଉଛନ୍ତି। ଏହାପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମି ଯାଉଛି। ତଳେ ପଡିବା ପରେ ଝିଅଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button